November 12, 2025
Home » ବର୍ଷା ଓ କେନାଲ ପାଣି ଜମିବା ପ୍ରତିବାଦ ରେ ଅଭିଭାବକ ଓ ଛାତ୍ର ଛାତ୍ରୀ ଙ୍କ ରାସ୍ତାରୋକ : ଜିଲ୍ଲାପାଳ ଙ୍କ ପ୍ରତିଶୃତି ପରେ ହଟିଲା ରାସ୍ତା ରୋକ

ବର୍ଷା ଓ କେନାଲ ପାଣି ଜମିବା ପ୍ରତିବାଦ ରେ ଅଭିଭାବକ ଓ ଛାତ୍ର ଛାତ୍ରୀ ଙ୍କ ରାସ୍ତାରୋକ : ଜିଲ୍ଲାପାଳ ଙ୍କ ପ୍ରତିଶୃତି ପରେ ହଟିଲା ରାସ୍ତା ରୋକ

0
WhatsApp Image 2025-08-01 at 1.53.29 PM

ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ମହାଦେବପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବର୍ଷା ଓ କେନାଲ ପାଣି ପଶି ସ୍କୁଲ ପରିସରରେ ଆଣ୍ଠୁଏ ପାଣି ଜମା ହୋଉଛି l ସାମାନ୍ୟ ବର୍ଷା ହେଲେ ପୂର୍ବରୁ ବିଦ୍ୟାଳୟରେ ଏଭଳି ପାଣି ଜମି ରହୁଥିବାରୁ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ଶୁଣୁ ନଥିବାରୁ ଗୁରୁବାର ଦିନ ପୁଣି ବିଦ୍ୟାଳୟ ପରିସରରେ ପାଣି ଜମି ରହିଥିଲା l ସ୍କୁଲ ଭିତରେ ପାଣି ରହି ଥିବାରୁ ପାଣିରେ ସାପ ଆସି ସ୍କୁଲ ଭିତରେ ଥିବା ଦେଖିବାକୁ ମିଳିଥିଲା l ଯାହା ଫଳରେ ଛାତ୍ର ଛାତ୍ରୀ ମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି l ପୂର୍ବରୁ ବିଦ୍ୟାଳୟରେ ଲାଗି ରହିଥିବା ସମସ୍ୟାର ସମାଧାନ ନ ହେବାରୁ ଆଜି ଛାତ୍ର ଛାତ୍ରୀ ବାଧ୍ୟ ହୋଇ ରାଜ ରାସ୍ତାକୁ ଆସି ବିନିକା – ସୋନପୁର ମୁଖ୍ୟ ରାସ୍ତା କୁ ବାଧ୍ୟ ହୋଇ ଛାତ୍ରଛାତ୍ରୀ ଅଭିଭାବକ ରାସ୍ତା ରୋକ କରିଥିଲେ । ରାସ୍ତା ରୋକ ଖବର ପାଇ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ସନ୍ତୋଷ ଜନକ ପଦକ୍ଷେପ ନେବା ପାଇଁ ପ୍ରତିଶୃତି ଦେବା ପରେ ରାସ୍ତା ରୋକ ପ୍ରତ୍ୟାହୃତ ହେବା ସହ ସ୍ଥିତି ସ୍ବାଭାବିକ ହୋଇଥିଲା । ସୂଚନା ଯୋଗ୍ୟ ଯେ , ୧୯୫୮ ମସିହାରେ ସ୍ଥାପିତ ମହାଦେବପାଲି ବିଦ୍ୟାଳୟ ,   ପ୍ରାଥମିକ , ଉଚ୍ଚ ପ୍ରାଥମିକରେ ପରି ବର୍ଦ୍ଧିତ ହୋଇ ବର୍ତ୍ତମାନ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଏବଂ ବାଳବାଟିକା ମିଶାଇ ୯ଟି ଶ୍ରେଣୀର ୧୧୦ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇ ଜଣ ସ୍ଥାୟୀ ଶିକ୍ଷକ ଓ ଜଣେ ଡେପୁଟେସନ ଶିକ୍ଷକ ନିଯୁକ୍ତ ହୋଇଛନ୍ତି l

କେବଳ ଦୁଇଟି ଛାତ ଘର ରହିଛି l ବର୍ତ୍ତମାନ ମଧ୍ୟ ୧୯୫୮ ମସିହାର ମାଟିକାନ୍ଥ ଆଜବେଷ୍ଟର ଛାଉଣି ଫଟା ଚଟାଣ କୁ କାନ୍ଥରେ ଫାଟରେ ଅନେକ ସମୟରେ ବିଷଧର ସାପ ବାହାରିବା ଭଳି ବିପଦ ସଂକୁଳ କୋଠରୀରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଉକ୍ତ ବିଦ୍ୟାଳୟ ପରିସରରେ ରହିଛି ଅଙ୍ଗନବାଡି କେନ୍ଦ୍ର ଯେଉଁଠି ୧୦ ଜଣ କୋମଳମତି ଶିଶୁ ଅଛନ୍ତି । ଅଙ୍ଗନବାଡି କେନ୍ଦ୍ରର ଛାତରୁ ସିମେଣ୍ଟ ଅତଡା ଖସି ଛଡ ବାହାରି ଗଲାଣି l ବର୍ଷା ହେଲେ ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ଏତତ ବ୍ୟତୀତ ଅନେକ ସମୟରେ ବର୍ଷା ହେଲେ ଏବଂ କେନାଲ ପାଣି ବିଦ୍ୟାଳୟ ଭିତରେ ପଶି ଆଣ୍ଠୁଏ ଜମି ରହିବା ସହ କୋଠରୀକୁ ପାଣି ପଶି ଯାଇଥାଏ  । ଆଜି ପୁଣିଥରେ କେନାଲ ପାଣି ବିଦ୍ୟାଳୟ ଭିତରେ ପଶି ଆଣ୍ଠୁଏ ଜମି ରହିଥିଲା l ଛାତ୍ରଛାତ୍ରୀ ରାସ୍ତାରେ ରହିଯାଇଥିଲେ । ତେବେ ନିକଟରେ ଏଭଳି ପରିସ୍ଥିତି ହୋଇଥିଲା, ଯାହାକି ଅନେକ ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ମଧ୍ୟ ପ୍ରଶାସନିକ ଅବହେଳାରୁ କୌଣସି ପ୍ରକାର ସମାଧାନର ବ୍ଯବସ୍ଥା ହୋଇ ନ ଥିଲା । ପରେ ଅବିଭାବକ ତଥା ଜନସାଧାରଣ  ତୀବ୍ର ଅସନ୍ତୋଷ ପ୍ରକାଶ କରି ବିନିକା – ସୋନପୁର ମୁଖ୍ୟରାସ୍ତା ବିଦ୍ୟାଳୟ ସମ୍ମୁଖରେ ରାସ୍ତାରୋକ କରିଥିଲେ । ରାସ୍ତାର ଉଭୟ ପଟରେ ଅନେକ ଯାନବାହାନ ଅଟକି ରହିଥିଲା । ପରେ ଜିଲ୍ଲାପାଳ ଡ଼. ସାହୁ ଘଟଣା ସ୍ଥଳରେ ପହଞ୍ଚି ସମସ୍ଯାର ଯଥାସମ୍ଭବ ତତ୍ କାଳ ପଦକ୍ଷେପ ନେଇ ବିନିକା ବିଡିଓ, ବିନିକା ବିଇଓ, ପିଡବ୍ଲୁଡି ଜେଇ, ସରପଞ୍ଚ ସମସ୍ତଙ୍କୁ ଡାକି ସମଧାନ ପାଇଁ ନିର୍ଦ୍ଦେଶ ତଥା ସନ୍ତୋଷ ଜନକ ପ୍ରତିଶୃତି ଦେଇଥିଲେ । ରାସ୍ତାରୋକ ପ୍ରତ୍ୟାହୃତ ହେବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା । ଆଜି ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିଦ୍ୟାଳୟ ଛୁଟି କରାଯାଇଥିଲା ଏବଂ ରଘୁନାଥ ଯୁବକ ସଂଘର ସଦସ୍ୟଙ୍କ ପ୍ରସ୍ତାବ ଗ୍ରହଣ କରି ଯୁବକ ସଂଘ ସଭା ଗୃହରେ ଶିକ୍ଷାଦାନ କରିବାକୁ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେବାସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଫଟୋ ଉଠାଇ ବିଦ୍ଯା ଅଧ୍ଯୟନ ନେଇ ଉତ୍ସାହିତ କରିଥିଲେ । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ବିନିକା ଥାନା ଓ ମହାଦେବପାଲି ଫାଣ୍ଡି ର ପୁଲିସ ଷ୍ଟାଫ ମୃତୟନ ହୋଇଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *