July 27, 2025
Home » ବର୍ଷେ ପରେ ଆରମ୍ଭ ହେଲା ଧରଣୀଧର ବିଶ୍ଵବିଦ୍ୟାଳୟରେ ଆଇସିସି ପ୍ରହସନ

ବର୍ଷେ ପରେ ଆରମ୍ଭ ହେଲା ଧରଣୀଧର ବିଶ୍ଵବିଦ୍ୟାଳୟରେ ଆଇସିସି ପ୍ରହସନ

0
WhatsApp Image 2025-07-19 at 7.10.41 AM

ପ୍ରଶାସନ ସ୍ଥିତି ବଞ୍ଚେଇବାକୁ ଉଦ୍ୟମ କରୁଛନ୍ତି ବୋଲି ଗୁରୁତର ଅଭିଯୋଗ।
କେନ୍ଦୁଝର: ଚଳିତ ମାସ ୧୨ ତାରିଖରେ ହଠାତ ଶୋଇ ପଡ଼ିଥିବା ଧରଣୀଧର ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଉଠି ପଡ଼ି ଏକ ଆଇସିସି କମିଟି ବୈଠକ ଡାକିଥିଲେ। ଛାତ୍ରୀ କିମ୍ବା ମହିଳା କର୍ମଚାରୀ ଯୌନ ନିର୍ଯ୍ୟାତନାର ଶିକାର ହେଲେ ସେମାନଙ୍କ ଅଭିଯୋଗ ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଏହି କମିଟି ଗଠନ କରାଯାଇଥାଏ ନ୍ୟାୟ ଓ ସୁରକ୍ଷା ଦେବାକୁ। ଏହି କମିଟି ଅଭିଯୋଗ ପାଇବା ପରେ ୯୦ଦିନ ଭିତରେ ଅନୁସନ୍ଧାନ କରି ରିପୋର୍ଟ ଦେବା କଥା ହେଲେ ଏଠାରେ ୪୪୧ ଦିନ ପରେ ଏହି ଆଇସିସି ଗଠନ ହେଲା ବୋଲି ପ୍ରଶ୍ନ ଉଠଛି। ତେବେ ବର୍ଷେ ତଳେ ଏକ ହୋହାଲ୍ଲା ନେଇ ଇଂରାଜୀ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ବିକାଶ କୁମାର ବେହେରାଙ୍କୁ ଏହି କମିଟି ତଦନ୍ତ ସମ୍ମୁଖୀନ ହେବାକୁ ଡାକିଥିଲା। ହେଲେ ଉକ୍ତ ଅଧ୍ୟାପକଙ୍କୁ ଘଟଣାର ସଠିକ ଅଭିଯୋଗ ପତ୍ରର ନକଲ ଦିଆଯାଇ ନଥିଲା କିଏ ଅଭିଯୋଗକାରୀ ସେ ଆଜିଯାଏ ଜାଣିପାରିଲେ ନାହିଁ। ତାଙ୍କୁ ଆଇସିସି କମିଟିର ସଦସ୍ୟ ସଦସ୍ୟା ମାନେ ପଚାରିଥିଲେ କି ଗଲା ବର୍ଷ ସେ ଜଣେ ଛାତ୍ରୀଙ୍କ ସହ ନିଜ କ୍ୱାର୍ଟରରେ କ’ଣ କରୁଥିଲେ କୁହନ୍ତୁ। କିଛି ପିଲା କୁଆଡ଼େ ଏହିକଥା ଲେଖି ଦେଇଛନ୍ତି ଗୋଟେ ଭିଡ଼ିଓ କୁଆଡ଼େ ଭାଇରାଲ ହେଇ ବିଶ୍ୱବିଦ୍ୟାଳୟକୁ ବଦନାମ କରୁଛି ତାଙ୍କୁ କୁହାଯାଇଥିଲା। ଉକ୍ତ ଶିକ୍ଷକ ଏହାକୁ ମିଛ ମନଗଢ଼ା କହିଥିଲେ ଗଲା ବର୍ଷ କିଛି ପ୍ରମାଣିତ ନହେବାରୁ ମାମଲା ମିଛ ବୋଲି ସେ ମତ ଦେଇଥିଲେ। ତାଙ୍କ ସରକାରୀ ବାସଭବନକୁ ପୁଅକୁ ପାଠ ପଢେଇବାକୁ ଆସିଥିବା ଜଣେ ସ୍ଥାନୀୟ ଝିଅକୁ କିଛି ଅଣଛାତ୍ର ଓ ଛାତ୍ର ବଦନାମ ଲାଗି ଉଦ୍ୟମ କରିଥିଲେ ସେ ଝିଅକୁ ସୁରକ୍ଷା ଦେଇଥିଲେ। ଝିଅଟି ପରେ ଏହି ପିଲାମାନେ ତାଙ୍କୁ ହଇରାଣ କରୁଥିବା ବଦନାମ ଲାଗି କୁଆଡୁ ନକଲି ଭିଡ଼ିଓ ବନେଇ ଛାଡ଼ିଥିବା ନେଇ ସେ ସଖୀ ସେଣ୍ଟର ସହ ଧରଣୀଧର ବିଶ୍ୱବିଦ୍ୟାଳୟ ଓଏସଡ଼ି ପ୍ରଫେସର ପ୍ରତାପ ଚନ୍ଦ୍ର ମହାନ୍ତିଙ୍କୁ ଲିଖିତ ଦେଇ କାର୍ଯ୍ୟାନୁଷ୍ଠାନ ସହ ଆଇସିସି କମିଟି ଦ୍ୱାରା ତଦନ୍ତ ଲାଗି ଲିଖିତ ଦେଇଥିଲେ। ଝିଅ ବାପା ମଧ୍ୟ ଓଏସ୍ଡ଼ିଙ୍କୁ ଝିଅ ନାମରେ କି ଅଭିଯୋଗ ଅଛି କିଏ ଅଭିଯୋଗ କରିଛି କପି ଦେବାକୁ ଚିଠି ଲେଖିଥିଲେ। ହେଲେ ପ୍ରଶାସନ ସେତେବେଳ ଘଟଣା ବୁଝି ପାରି ନୀରବ ଥିଲା ହେଲେ ଏବେ ବାଲେଶ୍ୱର ଘଟଣା ନେଇ ଛାନିଆ ହୋଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଭୁଲ ବାଟରେ ଚାଲୁଥିବା ଅଭିଯୋଗ ହୋଇଛି। ବାଲେଶ୍ୱରରେ ନିର୍ଯ୍ୟାତନା ଲାଗି ଝିଅଟିର ଶୋଚନୀୟ ମୃତ୍ୟୁ ହେବା ଖବର ମନରୁ ଯାଇ ନଥିବା ବେଳେ ଏବେ ଧରଣୀଧର ବିଶ୍ୱବିଦ୍ୟାଳୟ ପ୍ରଶାସନ କିପରି ଆଇସିସି କମିଟି ଗଠନ କରି ଝିଅକୁ ବଦନାମ ଲାଗି ଉଦ୍ୟମ କରିଛନ୍ତି ଝିଅ ନିନ୍ଦା କରିଛି। ଝିଅ ପାଖକୁ ଜୁଲାଇ ୧୭ ତାରିଖରେ ପତ୍ର ଦେଇଛନ୍ତି କି ତୁମେ ଆସି ଜୁଲାଇ ୧୨ ତାରିଖରେ ତୁମ ପକ୍ଷ ରଖ କି ତୁମେ ଅନୁଷ୍ଠାନକୁ ବଦନାମ କଲ ! ପୁଣି ତାକୁ କୁହାଯାଇଛି କି ତୁମକୁ ବହୁତ ଥର ଚିଠି ଆମେ ଦେଲୁଣି ଯାହାକୁ ଝିଅ ମିଛ କହିଛି। ସେ ବର୍ଷେ ପାଠ ପଢି ନିର୍ଯ୍ୟାତିତା ହୋଇ ବାରମ୍ବାର ଓଏସଡ଼ିଙ୍କ ପାଖକୁ ଆଇସିସି ଗଠନ କରି ନ୍ୟାୟ ଦେବାକୁ ଦାବି କରିଥିଲା ବେଳେ ସେ ସେତେବେଳେ କିଛି ଶୁଣିନଥିଲେ। ବର୍ତ୍ତମାନ ଝିଅ ଭଲ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ପାଠ ପଢୁଥିଲା ବେଳେ ସେହିପରି ହଇରାଣ ବଦନାମ କରୁଥିବା ଖଳ ପିଲାମାନେ ମଧ୍ୟ ଏଠାରୁ ପାସ କରି ଯିବା ପରେ ପ୍ରଫେସର ମହାନ୍ତି କିପରି ଏହି ବଦନାମ ଲାଗି ଏହି ଆଇସିସି ଡାକିଛନ୍ତି ଝିଅ ପ୍ରଶ୍ନ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛି। ତେବେ ସାଧାରଣରେ ଧରଣୀଧର ବିଶ୍ୱବିଦ୍ୟାଳୟର ଏବେ ଏହିପରି ବେନିୟମ କାର୍ଯ୍ୟକୁ ନିନ୍ଦା କରାଯାଇଛି। ଗୋଟେ ପଟେ ଓଏସଡ଼ିଙ୍କୁ ଆଉ ଏଠାରେ ନରଖିବାକୁ ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟ ସୁରକ୍ଷା ମଞ୍ଚ ଆହ୍ୱାନ ଦେଇ ଆନ୍ଦୋଳନ ଧମକ ଦେଇଛି। ପୁଣି ଓଏସଡ଼ି ଶ୍ରୀ ମହାନ୍ତିଙ୍କ କାର୍ଯ୍ୟକାଳ ଏହି ଅଗଷ୍ଟ ୬ରେ ସରୁଛି ତାଙ୍କୁ ଏଠାରୁ ବିଦା କରି ସମସ୍ତ ଦୁର୍ନୀତିର ତଦନ୍ତ ଲାଗି ଦାବୀ ହୋଇଛି ତେଣୁ ଆଇସିସି ନାମରେ ହଟଚମଟ କରି ନିଜ ପଦ ବଞ୍ଚାଇବାକୁ ଉଦ୍ୟମ ବୋଲି ଅନେକ କହିଛନ୍ତି। ତେବେ ଦେଖିବାକୁ ବାକି ରହିଲା କି କେତେ ପୁରୁଣା ଫାଇଲ ଖୋଲି ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ନିଜକୁ ସ୍ଵଚ୍ଛ କରୁଛନ୍ତି।

କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟି (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *