February 8, 2026
Home » ବଲାଙ୍ଗୀର ମାରାଥନ ଆସୋସିଏସନ୍ ର ସାଇକେଲ ଆରୋହୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ବଲାଙ୍ଗୀର ମାରାଥନ ଆସୋସିଏସନ୍ ର ସାଇକେଲ ଆରୋହୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

0
WhatsApp Image 2026-02-08 at 4.47.48 PM

ସୁବର୍ଣ୍ଣପୁର— ଆଜି ଭୋର୍ ୪ .୩୦ ରେ ସାଇକେଲ ଯାତ୍ରା କରି ସୁବର୍ଣ୍ଣପୁର ଗାନ୍ଧୀ ଷ୍ଟାଡିୟମ୍ ଠାରେ ପହଞ୍ଚି ଥିଲେ ବଲାଙ୍ଗିର ମାରାଥନ ଆସୋସିଏସନ୍ ପ୍ରତିନିଧି ଦଳ l ଆଜି ସୁବର୍ଣ୍ଣପୁର ଗାନ୍ଧି ଷ୍ଟାଡିୟମ୍ ରେ ପହଞ୍ଚିବା ପରେ ପ୍ରଥମେ ମିଡିଆ ଙ୍କୁ ସମ୍ବୋଧନ କରି ଆମେ ସାଇକେଲ ଚଳାଇବା ଦ୍ଵାରା ନିଜ କୁ ସୁସ୍ଥ ରଖି ଅନ୍ୟ ମାନଂକୁ ସମାଜ କୁ ସୁସ୍ଥ ରଖି ପରିବା ବୋଲି ବଲାଂଗୀର ମାରାଥନ ସଂଘ ସଦସ୍ୟ କହିଥିଲେ l ପାଞ୍ଚ ବର୍ଷ ପୂର୍ବରୁ ଏ ସଙ୍ଗଠନ ଏଇ ସଚେତନତା ଅଭିଯାନ ଆରମ୍ଭ କରିଥିବା ବେଳେ “ପରିବେଶ ସୁରକ୍ଷା ସହ ସ୍ବାସ୍ଥ୍ୟ ସୁରକ୍ଷା” “ରୋଗ ମୁକ୍ତ ଓ ନିଶା ମୁକ୍ତ ସମାଜ ଗଠନ” ଏହାର ମୁଖ୍ୟ ଲକ୍ଷ୍ୟ ବୋଲି ମତ ରଖିଥିଲେ l ଏବେକାର ଯୁବ ପୀଢ଼ି ଙ୍କୁ ନିଶା ଠାରୁ ଅନଲାଇନ୍ ଗେମ୍ ଠାରୁ ଦୂରେଇ ରଖି ଯୋଗ ପ୍ରାଣାୟାମ ଖେଳ କୁଦ ବ୍ୟାୟାମ ଓ ସାଇକେଲ ଚଳାଇବା ଅଭ୍ୟାସ କରି ନିଜ କୁ ସୁସ୍ଥ ରଖିବା ସହ ପରିବାର କୁ ସମାଜ କୁ ଏ ବାର୍ତ୍ତା ପହଞ୍ଚାଇ ବାକୁ ଓ ଯୁବ ପିଢୀ ପଥ ଭ୍ରଷ୍ଟ ନ ହେବାକୁ ଏ ମାରାଥନ ସ୍କ୍ୱାର୍ଡ ନିବେଦନ କରିଥିଲେ l ପରେ ପରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ .ନୃପରାଜ ସାହୁ ଭିଡିଓ କଲ୍ ଜରିଆରେ ଏ ମାରାଥନ ଆସୋସିଏସନ୍ କର୍ମକର୍ତ୍ତା ଙ୍କୁ ସ୍ଵାଗତ ଶୁଭେଛା ଜଣାଇ ଏ ଫିଟ୍ ଇଣ୍ଡିଆ ସଚେତନତା ଯାତ୍ରା ର ସଫଳତା କାମନା କରି ଏ ଅଭିଯାନ ଜାରି ରଖିବାକୁ କହି ଏକ ସୁସ୍ଥ ସୁନ୍ଦର ଜୀବନ ଟିଏ ଜିଁଇବାକୁ ପରାମର୍ଶ ଦେଇଥିଲେ l ଜିଲ୍ଲା କ୍ରୀଡା ସଂଘ, ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ , ସାମ୍ବାଦିକ ସଂଘ, ରମଧୁନ୍ କ୍ଳବ୍, ବେସରକାରୀ ବସ ସଂଘ, ସ୍ଵଚ୍ଛ ଭାରତ ସଂଗଠନ ସମେତ ବିଭିନ୍ନ ସଙ୍ଗଠନ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା l ଖେଳ ପ୍ରତି ଓ ସ୍ବାସ୍ଥ୍ୟ ପ୍ରତି ଯୁବକ ଙ୍କ ଆଗ୍ରହ ଦେଖି ସଚେତନ ଥିବା ଦେଖି ଓ ଜିଲ୍ଲା ପ୍ରଶାସନ , ସୋନପୁର ବୁଦ୍ଧିଜୀବି ଙ୍କ ଉତ୍ସାହ ଆତିଥ୍ୟ ପାଇଁ ଉପସ୍ଥିତ ସ୍ବେଛାସେଵୀ ମିଡିଆ ଖେଳାଳୀ ଙ୍କୁ କର୍ମକର୍ତ୍ତା ପ୍ରଶଂସା କରି ଏହା ଆମ ପାଇଁ ପ୍ରେରଣା ବୋଲି କହିଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *