ବଳାସିଙ୍ଗା ଠାରେ ସନ୍ଥ କବି ଭୀମ ଭୋଇ ଙ୍କ ଜୟନ୍ତୀ ଉତ୍ସବ ପାଳିତ l

ସୁବର୍ଣ୍ଣପୁର– ବୌଦ୍ଧ ଜିଲ୍ଲା ବଢ଼ିଗାଁ ପଂଚାୟତ ବଳାସିଙ୍ଗା ଭୀମ ଭୋଇଙ୍କ ଜ୍ଞାନ ପୀଠ ପବିତ୍ର ମହୁଲମୂଳ ଠାରେ ମହିମା ବିକାଶ ପରିଷଦ ଆନୁକୂଲ୍ୟରେ ଭୀମ ଭୋଇଙ୍କ ଜୟନ୍ତୀ ପାଳନ ହୋଇଯାଇଛି l ବୌଦ୍ଧ ଜିଲ୍ଲପାଳ ସୁବ୍ରତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୁଲମୂଳର ବିକାଶ ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ସାହାଯ୍ୟ କରିବା ନିମନ୍ତେ ପ୍ରତିଶୃତି ଦେଇଥିଲେ l ମହିମା ବିକାଶ ପରିଷଦ ସଭାପତି ବିଭୁତି ଭୂଷଣ ପ୍ରଧାନ ସଭାପତିତ୍ୱ କରିଥିବାବେଳେ ସମ୍ପାଦକ ସାଧୁ କୁଳଧର ଦାସ ବିବରଣୀ ପାଠ କରିଥିଲେ l ସାଧୁ କୃଷ୍ଣ ଚନ୍ଦ୍ର ଦାସ ସଭାକୁ ପରିଚାଳନା କରିଥିଲେ l ମୁଖ୍ୟବକ୍ତା ଭାବେ ପୂର୍ବ ପ୍ରାଧ୍ୟାପକ ବାସୁଦେବ ପାତ୍ର, ଅନ୍ୟତମ ବକ୍ତା ଭାବେ ଗବେଷକ ବିଦ୍ୟାଲୋଚନ ତ୍ରିପାଠୀ, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଉପଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ଶିକ୍ଷାବିତ ଶମ୍ଭୁ ଗିରି, ସାମାଜିକ କର୍ମୀ ସ୍ବାଧୀନ କୁମାର ପ୍ରାଧାନ ମଞ୍ଚାସିନ ଥିବାବେଳେ ପୂର୍ଵତନ ସରପଞ୍ଚ ସଦାନନ୍ଦ ପ୍ରଧାନ,ସାମ୍ବାଦିକ ମହେଶ ପ୍ରସାଦ ଅଗ୍ରୱାଲ, ସାମାଜିକକର୍ମୀ କୃତ୍ତିବାସ ପଲିଆଙ୍କ ସମେତ ଶତାଧିକ ଭକ୍ତ ଉପସ୍ଥିତ ଥିଲେ l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର