ବସ ମୋଟର ସାଇକେଲ ମୁହାଁ ମୁହିଁ ଧକ୍କା, ଜଣେ ମୃତ, ତିନି ଗୁରୁତର

ସୁବର୍ଣ୍ଣପୁର — ଆଜି ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ବସ ମୋଟର ସାଇକେଲ ମୁଁହା ମୁଁହି ଧକ୍କା l ଜଣେ ମୃତ ତିନି ଗୁରୁତର l ଖୋର୍ଦ୍ଧା -ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଠାରେ ଘଟିଛି ଏଭଳି ଏକ ସଡକ ଦୁର୍ଘଟଣା । ଦୁର୍ଘଟଣା ରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ତିନି ଜଣ ଗୁରୁତର ହୋଇଛନ୍ତି l
ମୃତକ ଜଣକ ହେଲେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ବଘୁଆକଟା ଗ୍ରାମର କାହ୍ନl ମଲ୍ଲିକ l ସୂଚନା ଅନୁସାରେ କାହ୍ନl ମଲ୍ଲିକ ରାମ୍ଭିକଟା ଗ୍ରାମର ନିଜ ଭଉଣୀ ମମତା ନାଏକ, ଭିଣୋଇ ବିମଳ ନାଏକ ଓ 2 ବର୍ଷ ର ଭଣଜା କୁ ଏକ ମୋଟର ସାଇକେଲ ଯୋଗେ କୌଣସି କାର୍ଯ୍ୟରେ ଚାରିଛକ ଯାଉଥିବା ବେଳେ ବିପରୀତ ଦିଗରୁ ଡ୍ରାଇଭର ସଂଘ ର ରିଜରଭେସନ ବସ ପୁରୁଣାକଟକ ବଜାର ନିକଟରେ ମୁଁହା ମୁଁହି ଧକା ଦେଇଥିଲା l ଫଳରେ ଘଟଣା ସ୍ଥଳରେ କାହ୍ନl ର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଙ୍କୁ ବୌଦ୍ଧ ମୁଖ୍ୟଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି । ନାରାୟଣୀ ନାମକ ବସ ଟି ( ନମ୍ବର -OD -12 F 8166 ) କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଡ୍ରାଇଭର ସଂଘ ପକ୍ଷରୁ ରିଜରଭେସନ ରେ ଦେବଗଡ଼ ଜିଲ୍ଲାର ଏକ ବୈଠକରେ ଯୋଗ ଦେବାକୁ ଯାଉଥିଲା l ଦୁର୍ଘଟଣା ପରେ ପୁରୁଣାକଟକ ପୋଲିସ ବସକୁ ଜବତ କରିବା ସହିତ ଘଟଣାର ତଦନ୍ତ ଚଳାଇଛି l ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..