July 7, 2025
Home » ବାଂଶପାଳ ନୂତନ ବିଡ଼ିଓଙ୍କୁ ବିଜେପି ସ୍ବାଗତ ଜଣାଇଲା।

ବାଂଶପାଳ ନୂତନ ବିଡ଼ିଓଙ୍କୁ ବିଜେପି ସ୍ବାଗତ ଜଣାଇଲା।

0
WhatsApp Image 2025-03-03 at 7.34.48 PM

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବିଜେପି ଦଳ ପକ୍ଷରୁ ଆଜି ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜା ରଞ୍ଜିତ ପ୍ରସାଦ ବଳଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରାଯାଇଛି।ଏହି କାର୍ଯ୍ୟକ୍ରମଟି ବିଧାୟକଙ୍କ ପ୍ରତିନିଧି ଉମାକାନ୍ତ ବାରିକଙ୍କ ଅଧ୍ୟକ୍ଷତାରେ ହେଇଥିବା ବେଳେ କାର୍ଯ୍ୟକ୍ରମରେ ସାମିଲ ଥିଲେ ସାଂସଦଙ୍କ ପ୍ରତିନିଧି ପ୍ରଲ୍ଲାଦ ମୁହାକୁଡ଼, ଜିଲ୍ଲା ପ୍ରତିନିଧି ନିରଞ୍ଜନ ପ୍ରଧାନ, ଆର୍ତ୍ତତ୍ରାଣ ବାରିକ, ଶୁଆକାଟି ମଣ୍ଡଳ ସଭାପତି ନିତ୍ୟାନନ୍ଦ ଦେହୁରୀ, ବାଂଶପାଳ ମଣ୍ଡଳ ସଭାପତି ଶୁକ୍ରା ମୁଣ୍ଡା, ଗୁରୁଚରଣ ମହାନ୍ତ, ରଞ୍ଜିତ ବାରିକ ସମେତ ପ୍ରମୁଖ ବିଜେପିର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ଆଶା କରାଯାଉଛି ନୂତନ ବିଡ଼ିଓ ବ୍ଲକ୍ ସମସ୍ୟା ବୁଝି ସବୁ ସମାଧାନ କରି ଲୋକଙ୍କ ପ୍ରିୟଭାଜନ ହେବେ।

କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *