March 14, 2025
Home » ବାଇକ୍ ସହ ୬୦ ଲିଟର ମଦ, ୧୦ ଲିଟର ବିୟର ଜବତ,୨ ଜଣ ଗିରଫ

ବାଇକ୍ ସହ ୬୦ ଲିଟର ମଦ, ୧୦ ଲିଟର ବିୟର ଜବତ,୨ ଜଣ ଗିରଫ

0

ସୁବର୍ଣ୍ଣପୁର: ସୋନପୁର ଅବକାରୀ ନିରୀକ୍ଷକ ପ୍ରକାଶ ସl ଓ ବିନିକା ଅବକାରୀ ଅଧିକାରୀ ରାମଚନ୍ଦ୍ର ପଟ୍ଟନାୟକ ଙ୍କ ତତ୍ତ୍ୱlବଧlନ ରେ ବିନିକା ଓ ସୋନପୁର ଅବକାରୀ ବିଭାଗ କର୍ମଚାରୀ ଗତକାଲି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ l ଏହି ଚଢ଼ାଉ ରେ ବାଇକ୍ ସହ ୬୦ ଲିଟର ମଦ ଓ ୧୦ ଲିଟର ବିୟର ଜବତ କରାଯାଇଛି ଓ ଏଥି ସହ ସମ୍ପୃକ୍ତ ଦୁଇ ଜଣ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି l ସୂଚନା ଅନୁସାରେ ଉଲୁଣ୍ଡା ଥାନା ମାଟୁପାଲି ଗ୍ରାମର ସୁଶାନ୍ତ କୁମାର ବାଗ ବାଇକ୍ ନମ୍ୱର ଓ ଡି ୩୧ ଏମ ୮୨୨୭ ବଜାଜ ସିଟି ହଣ୍ଡ୍ରେଟ୍ ବାଇକ୍ ରେ ୬୦ ଲିଟର ମଦ ଧରି ଆସୁଥିବା ବେଳେ ବିନିକା ବେତ୍ରlପଡା ଠାରେ ଖବର ପାଇଁ ଛପି ରହିଥିବା ଅବକାରୀ ବିଭାଗ କର୍ମଚାରୀ ମାନେ ତାକୁ ଯାଞ୍ଚ କରିଥିଲେ l ଯାଞ୍ଚ୍ ବେଳେ ତା ପାଖରୁ ୬୦ ଲିଟର ମଦ ଥିବା ଜଣାପଡିଥିଲା l ପରେ ମଦ ଓ ବାଇକ ଜବତ କରିବା ସହ ସୁଶାନ୍ତ କୁ ଗିରଫ କରିଥିଲେ l ସେହିପରି ବିନିକା ଥାନା ଅନ୍ତର୍ଗତ ଘୋଡାଧାର ଛକ ନିକଟରେ ଥିବା ମାହେଶ୍ୱରୀ ଢାବା ନିକଟରୁ ୧୦ ଲିଟର ବିୟର ଜବତ କରିବା ସହ ପ୍ରଭୁଦତ୍ତ ବସ୍ତିଆ କୁ ଗିରଫ କରିଥିଲେ l ଏନେଇ ଅବକାରୀ ବିଭାଗ ପକ୍ଷରୁ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି l ଏହି ଚଢାଉ ରେ ଏ ଏସ ଆଇ ଅଭିଳାଷ ବେହେରା, ଲୋକନାଥ ବେହେରା, କନେଷ୍ଟବଲ ସୀତାରାମ ପଧାନ, ରିଙ୍କି ସେଠ, ସତ୍ୟ ସେଠୀ ପ୍ରମୁଖ ସାମିଲ ଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *