October 24, 2025
Home » ବାଉଁଶୁଣୀରେ ଉଦଘାଟିତ ହେଲା ଜିଲ୍ଲା ସ୍ତରୀୟ ଡ଼ୁମାଳ ମହାସଭା l

ବାଉଁଶୁଣୀରେ ଉଦଘାଟିତ ହେଲା ଜିଲ୍ଲା ସ୍ତରୀୟ ଡ଼ୁମାଳ ମହାସଭା l

0
WhatsApp Image 2024-10-25 at 5.13.55 PM

ବୌଦ୍ଧ ଜିଲ୍ଲା ସଦର ବ୍ଳକ ବାଉଁଶୁଣୀ ମାହେଶ୍ୱରୀ ମନ୍ଦିର ପ୍ରାଙ୍ଗଣଠାରେ ଜିଲ୍ଲା ସ୍ତରୀୟ ଡ଼ୁମାଳ ମହାସଭା ମାନ୍ୟବର କଣ୍ଟାମାଳ ବିଧାୟକ କହେଁଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ l ସର୍ବପ୍ରଥମେ ଡ଼ୁମାଳ ଜାତିର ଇଷ୍ଟଦେବୀ ମା ମାହେଶ୍ୱରୀଙ୍କ ଠାରେ ପୂଜାର୍ଚ୍ଚନା ପରେ ବାଉଁଶୁଣି ମହାନଦୀ ଘାଟରୁ ଭବ୍ୟ କଳସ ନେଇ ଷୋହଲ ଭରଣୀ ବଜାର ତାଳେ ତାଳେ, ବାଡ଼ିଖେଳ, ଘୁଡାନାଚ, ପତର ସଉରା ନାଚ ସହିତ ମାହେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ଆସି କଳସ ସ୍ଥାପନ କରି ପୂଜାର୍ଚ୍ଚନା ପରେ ଉଦଘାଟନୀ ସଭା ଜିଲ୍ଲା ସଭାପତି ଶୀତାଂଶୁ ଶେଖର ମହାକୁଳ ସଭାପତିତ୍ୱ ଓ ଆଦର୍ଶ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଭାବେ କଣ୍ଟାମାଳ ବିଧାୟକ କହେଁଇ ଚରଣ ଡାଙ୍ଗ ଯୋଗଦେଇ ଜାତି ଐତିହ୍ୟ,ସଂସ୍କୃତି,ପରମ୍ପରା,ଶିକ୍ଷା, କୃଷି, ବ୍ୟବସାୟ କ୍ଷେତ୍ରରେ ଆମର ଜାତିର ଉନ୍ନତି ହେବା ସହ ପ୍ରତ୍ୟେକ ମାହେଶ୍ୱରୀ ମନ୍ଦିର ଓ ପୀଠ ମାନଙ୍କ ଉନ୍ନତି କରିବା ପାଇଁ ପ୍ରତିଶୃତି ଦେଇଥିଲେ l ମହାସଭା ତରଫରୁ ଅତିଥି ଓ କର୍ମକର୍ତା ମାନେ ମୁଖ୍ୟ ଅତିଥି ଶ୍ରୀ ଡାଙ୍ଗଙ୍କୁ ବୌଦ୍ଧ ଟାଉନ,ପୁରୀ ଓ ଭୁବନେଶ୍ୱର ଠାରେ ମାହେଶ୍ୱରୀ ସଂସ୍କୃତି ଭବନ ନିର୍ମାଣ ନିମନ୍ତେ ଜମି ଓ ଆର୍ଥିକ ଅନୁଦାନ ରାଜ୍ୟ ସରକାର ଯୋଗାଇ ଦେବାକୁ ଅନୁରୋଧ କରିଥିଲେ l ସଂମ୍ମାନୀତ ଅତିଥି ଭାବେ ରାଜ୍ୟ ଯୁବ ସଭାପତି ତଥା ଦେଓଗାଁ ବ୍ଳକ ଅଧ୍ୟକ୍ଷ ଦୟାନିଧି ଖମାରୀ, ଜିଲ୍ଲା ପରିଷଦ ସଭ୍ୟା ପଦ୍ମାଳାୟା ପ୍ରଧାନ, ବରିଷ୍ଟ ସମାଜସେବୀ ମାଗୁଣୀ ଚରଣ ଗାଈଗୌରିଆ, ପୂର୍ବତନ ଜିଲ୍ଲା ସଭାପତି ରମଣୀ ରଞ୍ଜନ ପ୍ରଧାନ ଓ ପୂର୍ଣ୍ଣଚନ୍ଦ୍ର ମହାକୁଡ଼, ପୂର୍ବତନ ରାଜ୍ୟ ସଭାପତି ସୁଧୀର କୁମାର କର୍ଣ୍ଣ, ରାଜ୍ୟ ଉପ ସଭାପତି ସୁଦାମ ଚରଣ ଖମାରୀ, ବୌଦ୍ଧ ଜିଲ୍ଲା ପରିଷଦ ଉପାଧକ୍ଷ ଶଙ୍କର୍ଷଣ ପ୍ରଧାନ ପ୍ରମୁଖ ଯୋଗଦେଇ ଜାତିର ଏକତା ଅର୍ଥନୌତିକ ଅଭିବୃଦ୍ଧି, ରାଜନୈତିକ ଅଧିକାର ଓ ସାମ୍ବିଧାନୀକ ଅଧିକାର ସହିତ ସମସ୍ତ କ୍ଷେତ୍ରରେ ଉନ୍ନତି ନିମନ୍ତେ ପ୍ରଚେଷ୍ଟା କରିବା ପାଇଁ ସମସ୍ତେ ଉଦବୋଧନ ଦେଇଥିଲେ l ଶେଷରେ ଜିଲ୍ଲା ସମ୍ପାଦକ କାଁହୁ ଚରଣ ମେସୁଆ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ଡ଼ୁମାଳ ପରିଷଦ ଓଡିଶା ଗଠନ କରିବାରେ ପ୍ରଥମେ ଉଦ୍ୟମ କରିଥିବା ଜିଲ୍ଲା ଯୁବ ଡ଼ୁମାଳ ପରିଷଦ, ବୌଦ୍ଧ ଆବାହକ ମଣ୍ଡଳୀ ସର୍ବଶ୍ରୀ ଅଧିବକ୍ତା ବିଭୁ ପ୍ରସାଦ ଖେତୀ, ସାମାଜିକକର୍ମୀ ଆନନ୍ଦ କୁମାର ଗାଈଗୋରିଆ, ଶିକ୍ଷକ ସତ୍ୟ ନାରାୟଣ ପ୍ରଧାନ, ସାମାଜିକକର୍ମୀ ପ୍ରଭାତ ଚନ୍ଦ୍ର ପ୍ରଧାନ, ହିତେନ୍ଦ୍ର ଭୂଷଣ ମେଣ୍ଡିଲି ଓ କୃତ୍ତିବାସ ପଲିଆଙ୍କୁ ସଂଗଠକ କରିଥିବାରୁ ସମ୍ବର୍ଦ୍ଧିତ କରାଯାଇଥିଲା l ଶେଷରେ ଜାତିର ବିଭିନ୍ନ କ୍ଷେତ୍ରରେ ପ୍ରତିଭା ମାନଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ ଯଥା ସରପଞ୍ଚ ଦାହ୍ୟା ବିଭୁତି ଭୂଷଣ ଡାଙ୍ଗ, ଗୁନ୍ଦୁଲିଆ ସରପଞ୍ଚ ଧବଳେଶ୍ୱର ସିଂ, ଶଗଡା ସରପଞ୍ଚ ସୁବ୍ରତ କର୍ମୀ,ବହିରା ସେବା ସମବାୟ ସମିତି ସଭାପତି ପୟୋଧର ମହାକୁଳ, ତେଲିବନ୍ଧ ସେବା ସମବାୟ ସମିତି ସଭାପତି ତ୍ରିପୁରା ମହାକୁଡ଼, ଖୁଣ୍ଟବନ୍ଧ ସେବା ସମବାୟ ସମିତି ସଭାପତି ରାଜକିଶୋର ଦେହୁରୀଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରାଯାଇଥିଲା l ଏହା ପରେ ରାତ୍ରି ପର୍ଯ୍ୟନ୍ତ ବିରନରସିଂପୁର ର କଳାକାର ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *