ବାଙ୍କୀ ମହୋତ୍ସବ-୨୦୨୫ ପାଳନ ନିମନ୍ତେ ପ୍ରଶାସନିକ ସ୍ତରୀୟ ବୈଠକ।
ବାଙ୍କୀ : ଆସନ୍ତା ଅକ୍ଟୋବର ୦୭ ତାରିଖ ଠାରୁ ଆରମ୍ଭ ହେଉଥିବା ବାଙ୍କୀ ମହୋତ୍ସବକୁ ଜାକଜମକରେ ପାଳନ ଓ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଏକ ପ୍ରଶାସନିକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ଶ୍ରୀ ପ୍ରଣବ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ମହୋତ୍ସବର ସଭାପତି ତଥା ବିଧାୟକ ଶ୍ରୀଯୁକ୍ତ ଦେବୀ ରଞ୍ଜନ ତ୍ରିପାଠୀ ସଭାରେ ଯୋଗ ଦେଇ ଏଥର ରୌପ୍ୟ ଜୟନ୍ତୀକୁ ମହାସମାରୋହରେ ପାଳନ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ଏବଂ ମହୋତ୍ସବ ଏକ ଲୋକ କଳାରେ ପରିଣତ ହୋଇଛି ଓ କିପରି ମହାଆଡମ୍ବରରେ ପାରମ୍ପରିକ ଭାବେ ପାଳନ କରାଯିବ ସେଥିପାଇଁ ସମସ୍ତ ବିଭାଗ ସମ୍ମନୟ ରଖି କାର୍ଯ୍ୟ କରିବେ ସେ ବିଷୟରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସମେତ ବୁଦ୍ଧି ଯିବି ମାନଙ୍କ ସହ ଆଲୋଚନା କରିଥିଲେ ଓ ମତାମତ ଗ୍ରହଣ କରିଥିଲେ।ଏହି ସମୟରେ ମା ଚର୍ଚ୍ଚିକା ମନ୍ଦିରକୁ ଫୁଲ ଓ ଆଲୋକ ମାଳାରେ ସୁସଜ୍ଜିତ କରିବା,ବିଦ୍ୟୁତ ବିଭାଗ ତରଫରୁ ବିଦ୍ୟୁତ କାଟ ନ କରିବା ,ଅସ୍ଥାଇ ଶୌଚାଳୟ ସ୍ଥାପନ,ଏନ ଏ ସି ତରଫରୁ ମହୋତ୍ସବ ପଡିଆ ସଫା କରିବା,ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ମରାମତି କରିବାକୁ ଉପଜିଲ୍ଲାପାଳ ଶ୍ରୀ ବେହେରା ନିର୍ଦ୍ଦେଶ ଦେଇଥିଲେ। ଜାତମୁଣ୍ଡିଆ ପୋଲ ନିକଟରୁ ସୁବର୍ଣ୍ଣପୁର ପର୍ଯ୍ୟନ୍ତ ପୋଲିସ ପେଟ୍ରୋଲିଂ କରିବାକୁ ମତ ପ୍ରକାଶ ପାଇଥିଲା, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ବାଳକୃଷ୍ଣ କହଁର ଗୃହକୁ ଆଶ୍ୱାସନା ଦେଇଥିଲେ ଯେ ମହୋତ୍ସବ ସମୟରେ ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା କରାଯିବ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହୋତ୍ସବ କମିଟିର ସାଧାରଣ ସମ୍ପାଦକ ଡ଼. ଗଣେଶ୍ୱର ସ୍ୱାଇଁ ମହୋତ୍ସବ ସମ୍ବନ୍ଧରେ ପ୍ରାରମ୍ଭିକ ସୂଚନା ଦେଇଥିଲେ।
ଉକ୍ତ ବୈଠକରେ ବିଜ୍ଞାପିତ ଅଞ୍ଚଳ ପରିଷଦ ବାଙ୍କୀର ନଗରପାଳ ଶ୍ରୀମତୀ ମାଣିକ ସାହୁ, ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ କୁମାର ବିଶ୍ୱାଳ ,ଆଇ.ଆଇ.ସି ବାଙ୍କୀ ଥାନା ଶ୍ରୀ ଦିଲ୍ଲୀପ କୁମାର ମର୍ଦରାଜ ଭୂୟାଁ, ଉପଖଣ୍ଡ ଚିକିତ୍ସାଲୟ ଅଧୀକ୍ଷକ ଡ଼ଃ ଆଲୋକ କୁମାର ପଟ୍ଟନାୟକ,ତହସିଲଦାର ବାଙ୍କୀ ଓ ଡମପଡା ଶ୍ରୀ ଅଶେଷ କୁମାର ନାୟକ ଓ ବୈଶାଖୀ ଲେଙ୍କା,ଡେପୁଟି କଲେକ୍ଟର ସୌମ୍ୟରଞ୍ଜନ ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ଗଣମାଧ୍ୟମର ପ୍ରତିନିଧି,ମହୋତ୍ସବ କମିଟିର ସଭ୍ୟ,ବରିଷ୍ଠ ନାଗରିକ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଡମପଡା ବ୍ଲକ ବିଡ଼ିଓ ଶ୍ରୀ ଅଂଶୁମାନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
