ବାଜପେୟୀଙ୍କ ୧୦୦ ତମ ଜନ୍ମ ଜୟନ୍ତୀ ତଥା ସୁଶାସନ ଦିବସ ପାଳିତ

ଜଗତସିଂହପୁର:/ତିର୍ତୋଲ ୨୫.୧୨:ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଏକ ଶହ ତମ ଜନ୍ମ ଜୟନ୍ତୀ ଅବସରରେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ସୁଶାସନ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ମାନ୍ୟବର ମନ୍ତ୍ରୀ, ଶିଳ୍ପ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ମାନ୍ୟବର ବିଧାୟକ, ଜଗତସିଂହପୁର ଶ୍ରୀ ଅମରେନ୍ଦ୍ର ଦାସ ଯୋଗ ଦେଇଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ, ଜଗତସିଂହପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ପ୍ରମୁଖ ମଂଚାସୀନ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହିତ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ, ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।ପରେ ବନ୍ଦେ ଉତ୍କଳଜନନୀ ଗାନ କରଯାଇଥିଲା।
ନିଜ ଅଭିଭାଷଣରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଅଟଳ ବିହାରୀ ବାଜପେୟୀ ଙ୍କୁ ଯୁଗନାୟକ ବୋଲି କହିଥିଲେ। ସେ କହିଥିଲେଯେ, ଭାରତୀୟ ଇତିହାସରେ ସୁଶାସନର ଜଣେ ପ୍ରବୀଣ ବ୍ୟକ୍ତି ଭାବରେ ଜଣାଶୁଣା ଥିଲେ ଅଟଳ ବିହାରୀ ବାଜପେୟୀ। କେବଳ ଜଣେ ଉଦାରବାଦୀ ରାଜନୀତିଜ୍ଞ ନୁହେଁ ଜଣେ କବି, ସମାଜସେବୀ, ଲେଖକ, ପତ୍ରକାର ଭାବରେ ସମସ୍ତେ ତାଙ୍କୁ ଜାଣନ୍ତି। କୃଷି, ବିଜ୍ଞାନ, ଜାତୀୟ ରାଜପଥର ଉନ୍ନତୀକରଣ ତଥା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା,କୃଷି, ବିଜ୍ଞାନ, ତଥା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଆଦି ଅନେକ କ୍ଷେତ୍ରରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ। ବାଜପେୟୀ ଜଣେ ରାଜନେତା ସହ ଜଣେ ଭଲ କବି ମଧ୍ୟ ଥିଲେ। ସଂସଦରେ ଅନେକ ଥର ସେ କବିତା ମାଧ୍ୟମରେ ନିଜ ବୟାନ ରଖିଛନ୍ତି। ତେଣୁ ତାଙ୍କୁ ଜଣେ କବି ଭାବରେ ସାରା ଦେଶ ଜାଣେ। ତାଙ୍କ ଜନ୍ମ ଜୟନ୍ତୀ ରେ ସୁଶାସନ ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ସମାଜ ର ଶେଷ ଭାଗ ର ଲୋକଙ୍କ ପାଖେ ସୁବିଧା ପହଞ୍ଚାଇବା।
ମୁଖ୍ୟ ବକ୍ତା ତଥା ମାନ୍ୟବର ବିଧାୟକ ଜଗତସିଂହପୁର ଶ୍ରୀ ଅମରେନ୍ଦ୍ର ଦାସ ସୁଶାସନ ଦିବସର ମହତ୍ୱ ବଖାଣିବା ସହିତ, ଶାସନ ଓ ସୁଶାସନ ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ। ପୋଖରାନଠାରେ ପରମାଣୁ ପରୀକ୍ଷଣ ସାରା ବିଶ୍ଵରେ ଭାରତକୁ ଏକ ପରମାଣୁ ଶକ୍ତିଯୁକ୍ତ ରାଷ୍ଟ୍ରରେ ପରିଗଣିତ କରାଇବା ପାଇଁ ଅଟଳଜୀଙ୍କ ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ଦାସ କହିଥିଲେ। ସୁଶାସନ ର ବ୍ୟବସ୍ଥା ର ପ୍ରକୃତ ଅର୍ଥ ହେଉଛି ତୃଣମୂଳ ସ୍ତରରେ ସରକାରଂକ ଯୋଜନା କୁ ପହଞ୍ଚାଇବା ବୋଲି ବିଧାୟକ କହିଥିଲେ।
ନିଜ ବକ୍ତବ୍ୟରେ ଜିଲ୍ଲା ରେ ସୁଶାସନର ସମସ୍ତ ଭିତ୍ତିଭୁମିକୁ ସଶକ୍ତ କରାଯାଉଛି ଏବଂ ଏହାର ପ୍ରତିଫଳନ ଜନସାଧାରଣଙ୍କ ନିକଟରେ ପହଁଚୁଛି ବୋଲି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ କହିଥିଲେ।
ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ମଧ୍ୟ ସୁଶାସନ ଦିବସ ର ମହତ୍ତ୍ୱ ପ୍ରତିପାଦିତ କରି ସାଧାରଣ ଲୋକଙ୍କ ସମସ୍ୟା ର ସମାଧାନ କୁ ଗୁରୁତ୍ବ ଦେଇଥିଲେ।
ପରେ ଜିଲ୍ଲା ସ୍ତରୀୟ ସୁଶାସନ ଦିବସ ପାଳନ ଉପଲକ୍ଷେ ଆୟୋଜିତ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ସ୍ଵାଗତ ଭାଷଣ ଦେବାସହ କାର୍ଯ୍ୟକ୍ରମ ର ସଂଯୋଜନା କରିଥିବାବେଳେ
ପରିଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅନୁଭାଗ ଓ ସଂସ୍କୃତି ବିଭାଗ ର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅନୁଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜଗତସିଂହପୁର ସାହିତ୍ୟ ପରିଷଦ ର ବିଶିଶ୍ଟ ସାହିତ୍ୟ ପ୍ରେମୀ କବି ଡ ସୁରେନ୍ଦ୍ର ନାଥ ତ୍ରିପାଠୀ, ଡ଼ା କୈଳାସ ମଲ୍ଲିକ, ଉମାକାନ୍ତ ନାୟକ, ପୂର୍ଣ୍ଣ ମିଶ୍ର, ମହାସ୍ମିତା ଓଝା, ଅଜୟ କୁମାର ବେହେରା, ଉମାକାନ୍ତ ରଥ, ପରୀକ୍ଷିତ ମହାନ୍ତି, ସୁକାନ୍ତ ପ୍ରଧାନ, ମନୋରମା ଦାସ, ନିକୁଞ୍ଜ କିଶୋର ବେହେରା , ପ୍ରମୁଖ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ସ୍ୱରଚିତ କବିତା ପାଠ କରିଥିଲେ। ଏଥିସହିତ, ଆୟୋଜିତ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ, ଯାହାକୁ ସରସ୍ଵତୀ ସଙ୍ଗୀତ ବିଦ୍ୟାମନ୍ଦିର, ମୁକୁନ୍ଦପୁର ଏବଂ ଦେବଦାସୀ ଡାନ୍ସ ଗ୍ରୁପ, ବୋରିକିନା ର ଛାତ୍ର ଛାତ୍ରୀ ମାନେ ପ୍ରଦର୍ଶନ କରିଥିଲେ। ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ରେ ପୌର ନିର୍ବାହୀ ଅଧିକାରୀ ଜଗତସିଂହପୁର, ଶ୍ରୀମତୀ ସୀମା ଜେନା,ପୌର ନିର୍ବାହୀ ଅଧିକାରୀ, ପାରାଦ୍ଵୀପ ଶ୍ରୀ ଅଭିଷେକ ପଣ୍ଡା, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ରଞ୍ଜୁ ଦେଈ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ସଂସ୍କୃତି ବିଭାଗ ର କର୍ମକର୍ତ୍ତା, ସହର ର ବୁଦ୍ଧିଜୀବୀ, ଆଇନଜୀବୀ, ମହିମା କଲେଜ୍ ଅଫ୍ ନର୍ସିଂ ର ଛାତ୍ରୀ ମାନେ, ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନେ ତଥା ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।
ଶ୍ରୀବତ୍ସ ପାଢ଼ୀ, ଇପିଏ ନିୟୁଜୁ