ବାଡଡିଆଁ ନେତା ଦୁଇ ଦଳ ପାଇଁ ଭାରାକ୍ରାନ୍ତ: ପୁଣି ବେପାରୀଙ୍କ କବ୍ଜାରେ ବିଜେପି

ବିଧାନସଭା ନିର୍ବାଚନ ଓ ଏବେ ଗତ କିଛି ଦିନ ଧରି ଟିଟିଲାଗଡ ଅଞ୍ଚଳରେ ରାଜନୈତିକ ବାତାବରଣ ସରଗରମ ହୋଇଛି। କାରଣ ଦୀର୍ଘ ୨୪ ବର୍ଷର ବିଜେଡି ସରକାର ଜନବିରୋଧି ନୀତି ଓ ଦୁର୍ନୀତି ପାଇଁ ସାଧାରଣ ଜନତା ସେମାନଙ୍କୁ ପ୍ରତ୍ୟାଖାନ କରି୍ଥିବାବେଳେ ଓଡିଶାରେ ପ୍ରଥମ ଥର ପାଇଁ ପଦ୍ମ ଫୁଟିଛି। କାରଣ ବିଜେପି ଏକ କ୍ୟାଡରଭିତ୍ତିକ ଦଳ। ଏପରିକି ଦଳ ପକ୍ଷରୁ ନେତା ଭଲ ନୀତି ଭଲ ବିଜେପିକୁ ଦେଖିବା ଚାଲ ନାରା ଏବେ ବି ଭୋଟରଙ୍କ ମନରେ ନୂଆ ସଂଚାର ଦେଇଥାଏ। ପରିଣାମ ସ୍ୱରୂ ନିର୍ବାଦୀୟ ନେତା ନବୀନ ଜୈନ୍ ବିଧାୟକ ଓ ତାଙ୍କ ତ୍ନୀ ମମତା ଜୈନ୍ ପୌରାଧ୍ୟକ୍ଷ ହୋଇପାରିଛନ୍ତି। ଉଭୟ ପତି ପତ୍ନୀଙ୍କ ରାଜନୈତିକ ପତିଆରା ବୃଦ୍ଧି ପାଉଥିବାବେଳେ ସେମାନଙ୍କର ଲୋକହିତକର କାର୍ଯ୍ୟ ଦଳର ଲୋକପ୍ରିୟତାରେ ମଧ୍ୟ ବେଶ୍ ସହାୟକ ହୋଇଛି। ମାତ୍ର ଏବେ କେତେକ ବେପାରୀ,କ୍ଷମତା ବିକଳି ଓ ବାଡଡିଆଁ ନେତା ପୁଣି ଦଳ ପାଇଁ ଭାରାକ୍ରାନ୍ତ ହେବାକୁ ଯାଉଛନ୍ତି। କେବଳ ବିଜେପିକୁ ସେମାନଙ୍କ ଅତୀତର କାର୍ଯ୍ୟକଳା ।ଇଁ ନିନ୍ଦିତ ହେବାକୁ ପଡିଥିଲା ତାହା ନୁହେଁ ଅତ୍ୟନ୍ତ ରୁଚିହୀନ ମନ୍ତବ୍ୟ ମଧ୍ୟ ସେମାନେ ଦେବାକୁ ପଛାଉନଥିଲେ। ତେବେ ଆଶ୍ଚର୍ଯ୍ୟର କଥା ସେତେବେଳର ବିଜେଡି ଦଳରୁ ଫାଇଦା ପାଇଁ ବିଜେପି କୁ କଡାସମାଲୋଚନା କରି ପୁଣି ଏବେ କାଳିଆ ଲେଉଟିଲା ନ୍ୟାୟରେ ଦଳ ପରିବର୍ତ୍ତନ ବାଟରେ ବାଟୋଇ ସାଜି କିଭଳି ଅତୀତର ବଦ୍ନାମକୁ ସାମ୍ନା କରିବେ ତାହାହିଁ ଲୋକେ ଆଲୋଚନା କରୁଛନ୍ତି।
ଏହି ନିର୍ବାଚନ ମଣ୍ଡଳୀରେ ଯେହେତୁ ରାଜପରିବାରର ଦଳୀୟ ଦବ୍ଦବା ରହିଛି ଓ ଅନ୍ୟପକ୍ଷରେ ସେମାନଙ୍କ ଆନୁଗତ୍ୟ ରୁ ସାମାନ୍ୟ କମିଲେ ତାଙ୍କର କ୍ରୋଧର ଶୀକାର ହେବାକୁ ପଡୁଛି। ଏହି ନିର୍ବାଚନ ମଣ୍ଡଳୀର ବିଧାୟକ ଆଶାୟୀ ପ୍ରାର୍ଥୀଭାବେ ଟିକେଟ୍ ନ ମିଳିବାରୁ ମୁକେଶ ଜୈନ ଦଳ ଛାଡି ବିଜେଡିରେ ଯୋଗ ଦେଇଥିଲେ। ଅବଶ୍ୟ ଯୋଗ ଦେବାର ମୁଖ୍ୟ କାରଣ ଥିଲା ସରକାରୀ ଦଳ ସହ ରହିଲେ ତାଙ୍କର ଥିବା ବିଭିନ୍ନ ବେପାର, ରାଇସ୍ ମିଲ୍ ଆଦି ଜରିଆରେ ଆୟ ବହୁଗୁଣିତ ହୋଇପାରିବ। ରାଜନୈତିକ ସ୍ଥିତି ମଧ୍ୟ ତାଙ୍କର ଅତ୍ୟନ୍ତ ଦୁର୍ବଳ ଥିଲା। ଏପରିକି ସେ ଦଳରେ ଥିବାବେଳେ ଜିଲ୍ଳା ପରିଷଦ ସଭ୍ୟ, ସମିତି ସଭ୍ୟଦରେ ମଧ୍ୟ ନିର୍ବାଚିତ ହୋଇପାରିନଥିଲେ। ଏକ କ୍ଷରେ କ୍ଷମତା ନେଇ ହତାସା ଅନ୍ୟ ପକ୍ଷରେ ଟିକସ ଫାଙ୍କି ଅଭିଯୋଗରେ ତାଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଜିଏସ୍ଟି ରେଡ୍ ଆଦି କାରଣରୁ ସେ ତତ୍କାଳୀନ ମହିଳା ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଙ୍କ ସମର୍ଥନରେ ବିଜେପି ଦଳ ତ୍ୟାଗ କରିଥିଲେ। ଏପରିକି ଦଳ ବିରୁଦ୍ଧରେ ମନଗଢା କାହାଣୀ ଶୁଣାଇବାକୁ ପଛାଇ ନଥିଲେ। ଦଳକୁ କୁଆଡେ ସେ ପାଞ୍ଚକୋଟି ଟଙ୍କା ଦେଇପାରି ନଥିବାରୁ ତାଙ୍କୁ ଟିକେଟ୍ ରୁ ବଞ୍ଚିତ କରାଯିବା ସହିତ ବିଭିନ୍ନ ଅଯୁକ୍ତିକର ଆରୋ ଲଗାଇ ଶଙ୍ଖଭବନରେ ବିଜେଡିର ସଭ୍ୟପଦ ଗ୍ରହଣ କରିଥିଲେ। ମାତ୍ର କେତେଟା ମାସ ପରେ ପୁଣି ସେ ଏବେ ଦଳମୁହାଁ ହେବା ସହିତ ସ୍ଥାନୀୟ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ ଓ ତାଙ୍କ ପତ୍ନୀ ସାଂସଦଙ୍କ ଦ୍ୱାରସ୍ଥ ହୋଇ ପୁଣି ଲେଉଟାଣି ମାରିଛନ୍ତି। କଥା ହେଉଛି ଦଳର ଯେଉଁ ଭାବମୂର୍ତ୍ତି ରହିଛି ଆଉ ଯେଉଁ ହାରରେ ଏଭଳି ଦଳତ୍ୟାଗୀ ସୁବିଧାବାଦୀ ମାନଙ୍କୁ ଫେରାଇ ଆଣିବାକୁ ଯୋଜନା ଚାଲିଛି ତା ଦ୍ୱାରା ଦଳ କେତେ ଯେ, କ୍ଷତିଗ୍ରସ୍ଥ ହେବ ତାହା ହୁଏତ ସମୟ କହିବ। ଅନ୍ୟପକ୍ଷରେ ଏଭଳି କାର୍ଯ୍ୟକୁ ଜିଲ୍ଲାର ଅନ୍ୟ ପାଞ୍ଚଜଣ ବିଧାୟକ ସମର୍ଥନ କରୁନଥିବାବେଳେ ମାତ୍ର ସତରହଜାରରୁ ଉର୍ଦ୍ଧ ଭୋଟ୍ ବ୍ୟବଧାନରେ ଥିବା ଏହି ନିର୍ବାଚନ ମଣ୍ଡଳୀ ଯେଉଁ ଭୁଲ୍ କରିବା ଆରମ୍ଭ କରିଛନ୍ତିି ସେଥିପାଇଁ କେତେ ଯେ, ମୂଲ୍ୟ ଦେବାକୁ ପଡିବ ସେ ନେଇ ରାଜନୈତିକ ସମୀକ୍ଷକମାନେ ମତ ଦେଲେଣି।