November 13, 2025
Home » ବାଣ ବିସ୍ପୋରଣ ରେ ଦୁଇ ମୃତ,ଅନେକ ଆହତ

ବାଣ ବିସ୍ପୋରଣ ରେ ଦୁଇ ମୃତ,ଅନେକ ଆହତ

0
WhatsApp Image 2025-09-21 at 12.52.23 PM (1)

ସୁବର୍ଣ୍ଣପୁର: ବାଣ ବିସ୍ପୋରଣ ରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି l ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଜିଆଁକଟା ରେ ବାଣ ଗୋଦାମ ଉପରେ ନିଆଁ ଲାଗି ବିସ୍ପୋରଣ ହୋଇଛି l ଏହି ବିସ୍ପୋରଣ ରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି l ମିଳିଥିବା ସୂଚନା ଅନୁସାରେ ଉକ୍ତ ସ୍ଥାନ ରେ ବେଆଇନ ବାଣ ଗୋଦାମ କରିଥିବା ବେଳେ କୌଣସି କାରଣ ବଶତଃ ନିଆଁଲାଗି ବିସ୍ପୋରଣ ହୋଇ ଏହି ଘଟଣା ଘଟିଥିବା ଜଣାପଡୁଛି l ଏହି ବେଆଇନ ବାଣ ଗୋଦାମ ବିଷୟ ରେ ସ୍ଥାନୀୟ ପୋଲିସ ଆଗରୁ ଜାଣିଥିଲା କି ନାହିଁ l ଯଦି ଜାଣିଥିଲା କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା କାହିଁକି? ଏଥିପାଇଁ ଦାୟୀ କିଏ? ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳୁଛି l ଅନ୍ୟପଟେ ଘଟଣା ସ୍ଥଳ ରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି l ଏହି ବିସ୍ପୋରଣ ରେ ଅନେକ ଘର ମଧ୍ୟ କ୍ଷୟକ୍ଷତି ହୋଇଛି l ଚାରିଛକ ଅଗ୍ନିଶମ ବାହନୀ ଓ ଆମ୍ବୁଲାନ୍ସ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥିବା ଜଣାପଡିଛି l ଘଟଣା ସ୍ଥଳରେ ପୋଲିସ, ଅଗ୍ନିଶମ, ଆମ୍ବୁଲାନ୍ସ ଓ ସ୍ବେଛାସେବୀ ମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଲାଗିଛନ୍ତି l ପୁରୁଣକଟକ ପୋଲିସ ଘଟଣା ର ଅଧିକ ତଦନ୍ତ ଜାରି ରଖିଛି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *