July 5, 2025
Home » ବାବା ନାଗେଶ୍ୱରାୟ ଓ ହନୁମାନ ଦେବଙ୍କ ପୀଠ ରେ କଳସ ଶୋଭାଯାତ୍ରା

ବାବା ନାଗେଶ୍ୱରାୟ ଓ ହନୁମାନ ଦେବଙ୍କ ପୀଠ ରେ କଳସ ଶୋଭାଯାତ୍ରା

0
images

ବାଲେଶ୍ୱର – ବାଲେଶ୍ୱର ଉପକଣ୍ଠ ଫୁୱାର କଷବା ନାୟକ ସାହି ବାବା ନାଗେଶ୍ୱରାୟ ଓ ହନୁମାନ ଦେବଙ୍କ ପୀଠ ରେ ଆଧ୍ୟାତ୍ମିକ ପରିବେଶ ଭିତରେ ଶତାଧିକ ମହିଳା ଭକ୍ତ କଳସ ଶୋଭାଯାତ୍ରା ରେ ବାହାରି ନଗର ପରିକ୍ରମା କରିଥିଲେ l ବାବା ନାଗେଶ୍ୱରାୟ ଓ ହନୁମାନ ଦେବଙ୍କ ପ୍ରଚାର ସମିତି ତରଫରୁ ପୁରୋହିତ ମାନଙ୍କ ଦ୍ଵାରା ବେଦୀ ମଣ୍ଡପରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ମନବାଞ୍ଛା ପୂରଣ ସାକାଶେ ମାନସିକ କଳସ ସ୍ଥାପନ କରିବା ସହ ଜଗତ କଲ୍ୟାଣ ଉଦେଶ୍ୟରେ ବେଦପାଠ ଉଚ୍ଚାରଣ କରିଥିଲେ l ସମିତି ତରଫରୁ ଏହି ଦେବ ସେବା କାଯ୍ୟକ୍ରମ ଗତ 15ତାରିଖ ରୁ ଆରମ୍ଭ ହୋଇ ଆସନ୍ତା କାଲି ଦେବ ନୀତିକ୍ରାନ୍ତୀ ଅନୁସାରେ ବିଗ୍ରହ ସ୍ଥାପନ ପରେ 22ତାରିଖ ରେ ଶେଷ ହେବବୋଲି ସୂଚନା ଦେଇଛନ୍ତି l ଏହି ସପ୍ତାହ ବ୍ୟାପି କାଯ୍ୟକ୍ରମ ରେ ଦୈନିକ ଉପସ୍ଥିତ ଶ୍ରାଦ୍ଧଳୁ ଭକ୍ତଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା କରାଯାଇଛି ବୋଲି ସମିତିର ସମ୍ପାଦକ ଶ୍ରୀ ସଂଗ୍ରାମ ମହାପାତ୍ର ଓ ସଭାପତି ଶ୍ରୀ ରାଧାଗୋବିନ୍ଦ ବାଗ ସୂଚନା ଦେଇଥିଲେ l ଶ୍ରୀକାନ୍ତ ମହାନ୍ତି, ରତିକାନ୍ତ ମହାପାତ୍ର, ଉଜ୍ୱଳ ନାୟକ, ନିରଞ୍ଜନ କମିଲା, ଜ୍ଞାନରଞ୍ଜ ବାଗ, ସତ୍ୟଜିତ ନାୟକ ପ୍ରମୁଖ ଓ ଗ୍ରାମବାସୀ ସମେତ ଏହି ସପ୍ତବ୍ୟାପି ଦେବଯଜ୍ଞ କାଯ୍ୟକ୍ରମକୁ ସଫଳ କରିବାକୁ ଚେଷ୍ଟାକରୁଛନ୍ତି l

ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *