July 2, 2025
Home » ବାବା ବାଲୁଙ୍କେଶ୍ୱର ହାଇସ୍କୁଲ ୧୯୯୫ ମସିହା ବ୍ୟାଚର ବନ୍ଧୁ ମିଳନ

ବାବା ବାଲୁଙ୍କେଶ୍ୱର ହାଇସ୍କୁଲ ୧୯୯୫ ମସିହା ବ୍ୟାଚର ବନ୍ଧୁ ମିଳନ

0
WhatsApp Image 2025-03-18 at 6.21.41 PM

ବାବା ବାଲୁଙ୍କେଶ୍ୱର ହାଇସ୍କୁଲ ବିଶ୍ଵାଳୀ ର ୧୯୯୫ ମସିହା ବ୍ୟାଚର ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ତା ୧୬/୩/୨୦୨୫ ରିଖ ରବିବାର ଦିନ ପାରାଦ୍ୱୀପ ଗଲ୍ଫ ପଡିଆ ଠାରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ ସମାରୋହରେ ସମସ୍ତ ପୁରାତନ ଛାତ୍ର ଛାତ୍ରୀ ମାନେ ସପରିବାର ଯୋଗ ଦେଇଥିଲେ।ଦୀର୍ଘ ୩୦ ବର୍ଷ ତଳର ପୁରୁଣା ସ୍ମୃତି ସାଉଁଟି ବା ସହିତ ପରସ୍ପର ର ଅପାସୋରା ଅନୁଭୂତି କୁ ମନେପକାଇଥିଲେ।ପାରିବାରିକ ବୋଝ ଓ ରକ୍ଷଣଶିଳ ସମାଜର ଧନୀ ଗରିବ ଉଚ୍ଚ ନୀଚ୍ଚ ଭେଦଭାବ କୁ ଭୁଲି ବନ୍ଧୁତ୍ୱ ଓ ମଣିଷ ପଣିଆକୁ ଉଜ୍ଜୀବିତରଖିବା ହିଁ ସମାରୋହର ମୂଳ ଲକ୍ଷ। ଉକ୍ତ ସମାରୋହ କୁ ଆୟୋଜନ କରିବାରେ ରଞ୍ଜନ ଦାସ, ମାନସ ମାଝୀ, ପ୍ରକାଶ ଶାଗଡିଆ,ତାପସ ମଲ୍ଲିକ୍, ରଞ୍ଜନ ନାୟକ, ଅନିଳ ତରାଇ,ଅର୍ଜୁନ ସାମଲ,ସରୋଜ ବାରିକ୍, ପ୍ରଶାନ୍ତ ନାଥ, ଭଗବାନ ସୁତାର, ପ୍ରବୀର ସାମଲ, ଜୟନ୍ତ ରାଉତ, କବିତା ସାମଲ, ରୋଜାଲିନ ବିଶ୍ୱାଳ ଆଦି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଭବିଷ୍ୟତରେ ବନ୍ଧୁତାକୁ ମଜବୁତ ରଖିବା ପାଇଁ ସମସ୍ତଙ୍କ ର ପ୍ରୟାସ ଜାରି ରହିବ, ଯାହାକି ଉତ୍ତର ପିଢ଼ିଙ୍କ ପାଇଁ ଏକ ଶୃଙ୍ଖଳିତ ଓ ସଂସ୍କାର ପୂର୍ଣ୍ଣ ସମାଜ ଗଠନ ରେ ସହାୟକ ହେବ।

Leave a Reply

Your email address will not be published. Required fields are marked *