ବାମଣ୍ଡା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ୟୁନିୟନ ସ୍ପୋଟିଂ କଟକ କୁ ହରାଇ ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା ଫାଇନାଲ କୁ ପ୍ରବେଶ

।
ଦେବଗଡ଼ : ସ୍ଥାନୀୟ ଇନ୍ଦ୍ରାଗାନ୍ଧି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେଉଥିବା ୩୪ ତମ ବାମଣ୍ଡା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆଜିକାର ଗ୍ରୁପ ଏ ର ପ୍ରଥମ ସେମିଫାଇନାଲ ମ୍ୟାଚ୍ ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା ବନାମ ୟୁନିୟନ ସ୍ପୋଟିଂ କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଆଜିକାର ମ୍ୟାଚ୍ ରେ କଟକ କୁ ୫୭ ରନ ରେ ପରାସ୍ତ କରି ରେଲୱେ ଖୋର୍ଦ୍ଧା ଫାଇନାଲ କୁ ପ୍ରବେଶ କରିଛି । ଖୋର୍ଦ୍ଧା ଦଳ ଟସ୍ ଜିଟି ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭର୍ ରେ ୬ ୱିକେଟ୍ ହରାଇ ୧୮୯ ରନ୍ କରିଥିଲା । ଦଳ ପକ୍ଷରୁ ସୁଜିତ ଲେଙ୍କା ୬୫ ଓ ସମୀର ମହାନ୍ତି ୨୨ ରନ କରିଥିବା ବେଳେ କଟକ ଦଳର ଶେଖର ମାଝୀ , କୋଟଲା ମାଧବ ଓ ଜ୍ୟୋତି ଦଳାଇ ୨ଟି ଲେଖାଏଁ ୱିକେଟ ନେଇଥିଲେ। ଏହାର ଜବାବ ରେ କଟକ ଦଳ ବ୍ୟାଟିଂ କରି ୧୯.୧ ଓଭର ରେ ସମସ୍ତ ଉଇକେଟ ହରାଇ ୧୩୨ ରନ କରି ପରାଜିତ ହୋଇଥିଲେ । ଦଳ ପକ୍ଷରୁ ବିଶ୍ଵ ଜିତ ପ୍ରଧାନ ୫୦ ଓ ଅନୁରାଗ କାନଜିଆ ୩୨ ରନ୍ ସଂଗ୍ରହ କରିଥିଲା ବେଳେ ଖୋର୍ଦ୍ଧା ଦଳର ସୂର୍ଯ୍ୟକାନ୍ତ ପ୍ରଧାନ ୫ ଓ ମଳୟ ଜେନା ୩ ଟି ଉଇକେଟ ନେଇଥିଲେ ।ଆଜିର ମ୍ୟାଚ୍ କୁ ଅମ୍ପାୟାର ସତ୍ୟ ପ୍ରସାଦ ରଥ ଓ ସୌମ୍ୟ ଦର୍ଶନ ମହାନ୍ତି ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ରୋମି ନାୟକ ଓ ରିତିକ୍ ଦେହୁରୀ ଏବଂ ବେଣୁଧର ଗଡନାଏକ ଓ ରମାକାନ୍ତ ପ୍ରଧାନ ଧାରାବିବରଣି ପ୍ରଦାନ କରିଥିଲେ ।।ଆଜିର ମ୍ୟାଚରେ ଖୋର୍ଦ୍ଧା ଦଳର ସୂର୍ଯ୍ୟକାନ୍ତ ପ୍ରଧାନ କୁ ମେନ୍ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରାଯାଇଥିଲା ।
କ୍ଲବ୍ ର ସଭାପତି ପ୍ରଣବ କୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ପୁରସ୍କାର ବିତରଣି ଉତ୍ସବ ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଉପ ସଭାପତି ଅଶୋକ ନନ୍ଦଙ୍କ ସଂଯୋଜନା ରେ ଅନୁଷ୍ଠିତ ସଭାରେ ସମ୍ପାଦକ ସତ୍ୟ ନାରାୟଣ ପାଣି ସ୍ୱାଗତ ଭାଷଣ ଦେଇଥିବା ବେଳେ ଅନ୍ୟତମ ଉପ ସଭାପତି ସୁଜିତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲାରେ କ୍ରୀଡ଼ାର ଉର୍ନତି ପାଇଁ ଚେଷ୍ଟା କରାଯିବା ପାଇଁ ମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରତିଶୃତି ଦେଇଥିଲେ। ଆସନ୍ତା କାଲି ମ୍ୟାଚ୍ ବାମଣ୍ଡା କ୍ରିକେଟ କ୍ଲବ ଦେବଗଡ଼ ବନାମ ସେରସା ରାଞ୍ଚି ମଧ୍ୟରେ ଅନୁଷ୍ଠିତ ହେବ । ଚଳିତ ବର୍ଷ ମଧ୍ୟ ଖେଳ ର ସିଧାପ୍ରସାରଣ ୟୁଟ୍ୟୁବ୍ ର କ୍ରିକେଟ୍ କ୍ୟାର୍ ଚେନାଲ୍ ରେ କରାଯାଇଛି। କ୍ଲବ୍ ର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଙ୍କ ସକ୍ରିୟ ସୋହଯୋଗ ରେ ଆଜିର ଖେଳ ଅନୁଷ୍ଠିତ ହୋଇଥିଲା।
ଦେବଗଡ ଇପିଏ ରୁ ଦେବାନନ୍ଦ ନାଏକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )