ବାରବାଟି ମ୍ୟାଚ୍ ପୂର୍ବରୁ ଜଗା ଶରଣ ରେ ଭାରତୀୟ ଖେଳାଳି

। ଆଜି ସକାଳୁ ଭାରତୀୟ ଟିମ୍ ର ତିନି ଯୁବ ଖେଳାଳି ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ ଶ୍ରୀ ମନ୍ଦିର ଆସି ମହାପ୍ରଭୂ ଙ୍କୁ ଦର୍ଶନ କରିଚନ୍ତି। ତେବେ ଏହି ତିନି ଖେଳାଳି ମାନେ ଶ୍ରୀ ମନ୍ଦିର ସିଂହ ଦ୍ଵାର ନିକଟ ରେ ପହଞ୍ଚିବା ପରେ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା। ପରେ ଏହି ତିନି ଖେଳାଳି ପ୍ରଥମେ ସିଂହ ଦ୍ୱାର ଗୁମୁଟ ରେ ପ୍ରଭୁ ପତିତପାବନ ଙ୍କୁ ଦର୍ଶନ କରିଥିଲେ।
ପରେ ବାଇଶି ପାହାଚ ଦେଇ ଶ୍ରୀ ମନ୍ଦିର କୁ ଯାଇ ମହାପ୍ରଭୂ ଙ୍କୁ ଦର୍ଶନ କରିଥିଲେ। ଏହି ଅବସର ରେ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ତିନି ଖେଳାଳି ଙ୍କୁ ମହାପ୍ରଭୂ ଙ୍କ ବାନା ଦିଆଯାଇ ସ୍ବାଗତ କରାଯାଇଥିଲା। ଟିମ୍ ଇଣ୍ଡିଆ ବାରବାଟି ରେ ବିଜୟ ହାସଲ କରିବା ପାଈଁ ଶ୍ରୀ ମନ୍ଦିର ରେ ବାନା ଲଗାଯିବା ନେଇ ବ୍ୟବସ୍ଥା ହୋଇଛି। ତେବେ ଟିମ୍ ଇଣ୍ଡିଆ ର ଏହି ତିନି ଜୁନ ଖେଳାଳି ଙ୍କୁ ଦେଖିବା ପାଇଁ ଅନେକ କ୍ରିକେଟ ପ୍ରେମୀ ଙ୍କ ଭିଡ ଦେଖିବାକୁ ମିଳିଥିଲା। ତେବେ ତିନି ଖେଳାଳି ଙ୍କ ପାଈଁ ପୁରୀ ପୋଲିସ୍ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )