December 26, 2025
Home » ବାରମ୍ବାର ଅଭିଯୋଗ ପରେ ବି ବିଦ୍ୟୁତ୍ ସେବା ପାଇନାହାନ୍ତି ୫ ପରିବାର l

ବାରମ୍ବାର ଅଭିଯୋଗ ପରେ ବି ବିଦ୍ୟୁତ୍ ସେବା ପାଇନାହାନ୍ତି ୫ ପରିବାର l

0
WhatsApp Image 2025-11-25 at 5.04.16 PM

 

ସୁବର୍ଣ୍ଣପୁର– ସରକାର ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ରାଜ୍ୟ କୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସମସ୍ତଙ୍କୁ ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ଅନେକ ଯୋଜନା କରିଛନ୍ତି ହେଲେ ଟାଟା ପାୱାର ର କିଛି ଅସାଧୁ କର୍ମଚାରୀ ଙ୍କ ପାଇଁ ବିଦ୍ୟୁତ୍ ଭଳି ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି ୫ ଟି ପରିବାର l ଏଭଳି ଚିତ୍ର ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଉମା ପଞ୍ଚାୟତ ରେଘାମୁଣ୍ଡା ଗାଦିଗିଡେନ ପଡ଼ାରେ।ଏହି ପଡ଼ାରେ ୫ ପରିବାରର ପାଖାପାଖି ୨୫ ଲୋକ ବସବାସ କରନ୍ତି। ଉକ୍ତ ପଡ଼ାରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇନାହିଁ। ବିଦ୍ୟୁତ ସଂଯୋଗ ପାଇଁ ଅନେକ ଥର ବିଦ୍ୟୁତ ବିଭାଗର ଅଧିକାରୀଙ୍କୁ ଜଣାଇ ଆସୁଥିଲେ ମଧ୍ୟ କେହି ଶୁଣୁନଥିବା ପଡ଼ାବାସୀ ଅଭିଯୋଗ କରିଛନ୍ତି।ବିଦ୍ୟୁତ ନଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବାଧାପ୍ରାପ୍ତ ହେବା ସହ ପାଖରେ ଜଙ୍ଗଲ ଥିବାରୁ ରାତିରେ ବନ୍ୟଜନ୍ତୁଙ୍କ ଆକ୍ରମଣର ଶିକାର ହେବାର ଆଶଙ୍କା ରହୁଛି। ବିଦ୍ୟୁତ ସେବା ଶୀଘ୍ର ଯୋଗାଇ ନଦେଲେ ଆଗାମୀ ଦିନରେ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଘେରାଉ କରିବାକୁ ପଡ଼ାର ସତ୍ୟ ବାଘ, ଦିବାକର ରଣା,ଖୁସିରାଜ ରଣା, ଝସକେତନ ବାଘ, ବୈଦେଇ ବାଘ, ରତନ ମଲ୍ଲିକ, ସନ୍ତୋଷିନୀ ମଲ୍ଲିକ, ତପେଶ୍ବର ବାଘ, ତୁଳସୀ ବାଘ ପ୍ରମୁଖ ପ୍ରକାଶ କରିଛନ୍ତି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *