November 22, 2024
Home » ବାରହା ଫାଶ ରେ କଲରାପତରିଆ ବାଘ ।

ବାରହା ଫାଶ ରେ କଲରାପତରିଆ ବାଘ ।

0

ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଅସନବାହାଳି ଫରେଷ୍ଟ ସେକ୍ସନ ରେ ବାରହା ଫାଶ ରେ ବାଘ l ଟ୍ରାଙ୍କୁଲାଇଜ କରାଯିବା ପରେ ବାଘକୁ ଉଦ୍ଧାର କଲା ବନବିଭାଗ । ବାରହା ଶିକାର ପାଇଁ ବିଛାଯାଇଥିବା ଫାଶରେ ବାଘଟି ପଡିଯାଇଥିଲା lଟ୍ରାଙ୍କୁଲାଇଜ ପରେ ତିନୋଟି ଫାସକୁ କାଟି ବାଘକୁ ସୁରକ୍ଷିତ ଭାବେ ଉଧାର କରାଯାଇଥିଲା l ସୂଚନା ଅନୁଯାଇ ବାଘ ଟି ବାରହା ଫାଶ ରେ ପଡିଥିବା ସ୍ଥାନୀୟ ଲୋକ ଦେଖି ବନବିଭାଗକୁ ଜଣାଇଥିଲେ l ପରେ ବନବିଭାଗ ଘଟଣା ସ୍ଥଳ ରେ ପହଞ୍ଚି ବାଘ କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲା ବେଳେ ବାଘ ଟିକୁ ଧରିବା ପାଇଁ ବନବିଭାଗ ତରଫରୁ ବ୍ୟାପକ ବନ୍ଦବୋସ୍ତ କରାଯାଇଥିଲା l ଭୁବନେଶ୍ୱର, କେଉଁଝର, ଢେଙ୍କାନାଳ, ଅନଗୁଳ ଓ କପିଳାସ ରେସକ୍ୟୁ ଟିମ ପହଞ୍ଚିବା ସହ ସ୍ୱତନ୍ତ୍ର ଟ୍ରାଙ୍କୁଲାଇଜ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲେ l ଢେଙ୍କାନାଳ ବନଖଣ୍ଡ ଅଧୀନରେ ଥିବା ବିଭିନ୍ନ ବନାଞ୍ଚଳ ରୁ ପ୍ରାୟ ୫୦ ରୁ ଉର୍ଦ୍ଧ ବନ କର୍ମଚାରୀ ଓ ପୋଲିସ ଘଟଣା ସ୍ଥଳରେ ବାଘଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବାପରେ ତାକୁ ନନ୍ଦନକାନନ କୁ ସ୍ଥାନାନ୍ତର କରାଯିବା ନେଇ ଢେଙ୍କାନାଳ ଡିଏଫଓ ସୁମିତ କର ସୂଚନା ଦେଇଛନ୍ତି l ତେବେ ବାରମ୍ବାର ଶିକାରୀ ବାରାହା ଶିକାର ପାଇଁ ଫାସ ବସାଯାଉଥିବା ବେଳେ ଏହା ଚିନ୍ତାର ବିଷୟ ପାଲଟିଛି।

କାମାକ୍ଷାନଗର ଇପିଏ ରାଜ କିଶୋର ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *