ବାଲିଗୁଡ଼ା ପୋଲିସ୍ “ଅପରେସନ ପ୍ରହାରରେ ଜବତ କଲା ଲକ୍ଷାଧିକ ଟଙ୍କାର ବେଆଇନ ସିଗାରେଟ, ଗୁଟଖା ,ଗଞେଇ

ବାଲିଗୁଡ଼ା: ବାଲିଗୁଡ଼ା ଥାନା ପୋଲିସ ଆରମ୍ଭ କଲା “ଅପରେସନ ପ୍ରହାର ।କନ୍ଧମାଳ ଜିଲ୍ଲା ଏସ ପି ନିର୍ଦ୍ଦେଶରେ ଅନୁସାରେ ବାଲିଗୁଡ଼ା ଏସ ଡି ପି ଓ ରାମେନ୍ଦ୍ର ପ୍ରସାଦ ମଧ୍ୟ ତ୍ଵପ୍ତର ହୋଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରି ବାଲିଗୁଡ଼ା ଥାନା ଅଞ୍ଚଳ ବିଭିନ୍ନ ଗୋଦାମରୁ ଲକ୍ଷାଧିକ ଟଙ୍କାର ବେଆଇନ ଗୁଟଖା, ସିଗାରେଟ୍ ଜବତ କରିଛି ।ଏବଂ ରାଜ୍ୟ ବାହାରକୁ ବେଆଇନ ଗଞ୍ଜେଇ ଚାଲାଣ କରୁଥିବା ବେଳେ ମାଡ଼ି ବସିଲେ ବାଲିଗୁଡ଼ା ଏସ ଡି ପି ଓ ରାମେନ୍ଦ୍ର ପ୍ରସାଦ । ଛତିଶଗଡ଼ ରୁ ଆସି ବାଲିଗୁଡ଼ା ଅଂଚଳରୁ ଗଞେଇ ଚାଲଣ ବେଳେ ଦୁଇ ଗଞ୍ଜେଇ ମାଫିଆ ସହିତ ୨୨ କେଜି ୩୦୦ ଗ୍ରାମ ଗଞ୍ଜେଇ ଓ ଗୋଟିଏ ବୋଲେର ପିକଅପ୍ ଭ୍ୟାନକୁ ଜବତ୍ କରିଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ଜବତ୍ ହୋଇଥିବା ପିକଅପ୍ ଭ୍ୟାନ ନମ୍ବର୍ ସି ଜି ୧୦କେ ୪୫୭୫ ହୋଇଥିବା ବେଳେ ଗିରଫ ଦୁଇ ଆନ୍ତଃରାଜ୍ୟ ଛତିଶଗଡ଼ ରାଜ୍ୟର ଗଞ୍ଜେଇ ମାଫିଆ ହେଲେ ରାମ ପ୍ରସାଦ ଓ ବିବେକ କେୱେତ ବୋଲି ପୋଲିସ୍ ପକ୍ଷରୁ ସୂଚନା ମିଳିଛି।କେଶ୍ ନଂ ୨୭୧/୨୫ରେ ବାଲିଗୁଡ଼ା ଥାନାରେ ଏକ ମାମଲା ରୁଜୁ ହୋଇ ଅଧିକ ତଦନ୍ତ କରୁଥିବା ପୋଲିସ ଏକ ପ୍ରେସ ମିଟରେ ସୂଚନା ଦେଇଛନ୍ତି ବାଲିଗୁଡା ଏସଡିପିଓ ।
baliguda ru suresh kumar pati nka report