April 24, 2025
Home » ବାଲିଯାତ୍ରା ପଡିଆ ଉଦ୍‌ଘାଟନ

ଆଲୋକମାଳାରେ ଝଲସୁଛି କଟକ ବାଲିଯାତ୍ରା ପଡିଆ। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କଟକର ଐତିହାସିକ ବାଲିଯାତ୍ରାକୁ ଉତ୍ସାହ ଓ ଉଦ୍ଦିପନାର ସହିତ ଉଦ୍‌ଘାଟନ କରି କହିଛନ୍ତି କଟକବାସୀ ଯେପରି ଭାଇଚାରାକୁ ଉଜ୍ଜିବୀତ କରି ରଖିଛନ୍ତି ଯାହା ଆଜିକାଲି ପାଇଁ ବିରଳ ସଦୃଶ। ଧାର୍ମିକ, ଐତିହାସିକ ଓ ପାରମ୍ପାରିକ ଦୃଷ୍ଟିରୁ ବାଲିଯାତ୍ରାର ବୈଶିଷ୍ଟ୍ୟ ରହିଛି। ମୁଖ୍ୟମନ୍ତ୍ରୀ କଟକର ବାଲିଯାତ୍ରା, ଦହିବରା ଓ ତାରକସି କାମକୁ ପ୍ରଶଂସା କରିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି କଟକ ସହରର ବିକାଶ ପାଇଁ ଆମ ସରକାର ଅନେକ ଯୋଜନା କରିଛନ୍ତି। ମହାନଦୀରେ ବିଶ୍ୱସ୍ତରୀୟ ରିଭର ଫ୍ରଟଂର ବିକାଶ ପାଇଁ ପୂର୍ବରୁ ୫୦ କୋଟି ଟଙ୍କା ବଜେଟ୍ ଥିବାବେଳେ ମୁଖ୍ୟମନ୍ତ୍ରୀ ଆଉ ୧୫୦ କୋଟି ଦେବା ପାଇଁ ଘୋଷଣା କରିଥିଲେ।

ଉଭୟ କଟକ ଓ ସମ୍ବଲପୁର ମହାନଦୀ ରିଭର ଫ୍ରଟଂର ବିକାଶ କରାଯିବା ସହିତ ବାଲିଯାତ୍ରାକୁ ୟୁନୋସ୍କୋ ମାନ୍ୟତା ମିଳିବା ପାଇଁ ଉଦ୍ୟମ କରାଯିବ ବୋଲି କହିଥିଲେ। ଶେଷରେ କଟକ ଜିଲାପାଳ ସ୍ୱାଗତ ଭାଷଣ ଦେଇଥିବାବେଳେ ସିଏମ୍‌ସି କମିଶନର ଶ୍ରୀ ଅନାମ ଚରଣ ପାତ୍ର ଧନ୍ୟବାଦ ଦେବା ସହିତ କଟକ ସାଂସଦ ଭର୍ତୁହରି ମହତାବ, ଜଗସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, କଟକ ଚୌଦ୍ୱାର ବିଧାୟକ ସୌଭିକ୍ ବିଶ୍ୱାଳ, ବାରବାଟି ବିଧାୟିକା ସୋଫିଆ ଫିର୍ଦ୍ଦୋଷ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠି, ନିଆଳି ବିଧାୟକ ଛବି ମଲ୍ଳିକ, ମେୟର ସୁବାଷ ସିଂ, ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ।

କଟକରୁ ଲଳିତ ଦାଶ ଓ ମୈତ୍ରୀ ଆଚାର୍ଯ୍ୟଙ୍କ ରିପୋର୍ଟ ଇପିଏ ନିୟୁଜ୍‌

Leave a Reply

Your email address will not be published. Required fields are marked *