July 1, 2025
Home » ବାଲ୍ୟ ବିବାହ ନିରାକରଣ ନିମନ୍ତେ “ଶିଶୁ ପାଇଁ ଦିନଟିଏ ” ସଚେତନତା କାର୍ଯ୍ୟକ୍ରମ

ବାଲ୍ୟ ବିବାହ ନିରାକରଣ ନିମନ୍ତେ “ଶିଶୁ ପାଇଁ ଦିନଟିଏ ” ସଚେତନତା କାର୍ଯ୍ୟକ୍ରମ

0
WhatsApp Image 2025-05-22 at 6.49.04 PM

ରାୟଗଡ ଜିଲ୍ଲାରେ ବାଲ୍ୟବିବାହ ନିବାରଣ ନିମନ୍ତେ ଜିଲ୍ଲା-ପ୍ରସଶାସନ ତରଫରୁ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଜିଲ୍ଲାର ବିଭିନ୍ନ ବ୍ଲକରେ ଆୟୋଜନ ନିମନ୍ତେ ସ୍ଥିର କରାଯାଇଛି l ଅଳ୍ପ ବୟସରେ କିଶରୀ ବାଳିକା ମାନେ ଭଲପାଇ ମାତେତ୍ୱ ଲାଭ କରୁଛନ୍ତି ଓ କମ ବୟସରେ ବାହାଘର କରିଦେଉଥିବାର ଦେଖିବାକୁ ମିଳୁଛି l ସେଥିପାଇଁ ଜିଲ୍ଲାପ୍ରଶାସନ ର ସମାଜ କଲ୍ୟାଣ ଅନ୍ତର୍ଗତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଭିନଵ ପଦକ୍ଷେପ ସଦୃଶ ସଚେତନତା କାର୍ଯ୍ୟକ୍ରମ ଆସନ୍ତା ୨୨/୦୫/୨୫ ତାରିଖରୁ ରାୟଗଡ଼ ବ୍ଲକ, ପୌର ପରିଷଦ ଓ କୋଳାନାରା ବ୍ଲକରେ ଅନୁଷ୍ଠିତ ହେବା l

ସରହିପରି ଆସନ୍ତା ୨୩/୦୫/୨୫ରିଖରେ ଗୁଣୁପୁର ବ୍ଲକ, ଗୁଣୁପୁର ପୌର ପରିଷଦ ଓ ରାମନାଗୁଡ଼ା ବ୍ଲକରେ, ଆସନ୍ତା ତା ୨୬/୦୫/୨୫ରିଖରେ ମୁନିଗୁଡା, ବିଷମକଟକ ଓ ଚନ୍ଦ୍ରପୁର ବ୍ଲକ, ତା ୨୮/୦୫/୨୫ରିଖରେ ଗୁଡ଼ାରୀ ବ୍ଲକ ଗୁଡ଼ାରୀ ବିଜ୍ଞାପିତ ଅଂଚଳ ପରିଷଦ ଓ ପଦ୍ମପୁର ବ୍ଲକରେ ଏବଂ ତା ୩୦/୦୫/୨୫ କଲ୍ୟାଣ ସିଂପୁର ଏବଂ କାଶୀପୁର ବ୍ଲକରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏହି କାର୍ଯ୍ୟକ୍ରମରେ ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ, ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟକ୍ଷା,ଛାତ୍ରୀନିବାସର ମେଟ୍ରୋନ, ସମସ୍ତ ପଂଚାୟତ ଅଧିକାରୀ, ଅଙ୍ଗନବାଡି କର୍ମୀ, ଆଶା ଓ ସ୍ୱାସ୍ଥ୍ୟ କର୍ମୀ,ଜାତି କୂଳ ସମାଜ କର୍ମକର୍ତ୍ତl,ଧାର୍ମିକ ସଂଘାଠନର କର୍ମର୍ତ୍ତା, ପଂଚାୟତରାଜ ସଦସ୍ୟ, ଟେଣ୍ଟ ହlଉସ ମାଲିକ ଆଦିକୁ ସଚେତନତା କରାଯିବ l

ରାୟଗଡା ଜିଲ୍ଲା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *