ବାଳ ଗୋପାଳ ସେବା ନିକେତନରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜନ୍ମ ଜୟନ୍ତୀ ପାଳନ।

ବାଳ ଗୋପାଳ ସେବା ନିକେତନ ଶିଶୁ ଯତ୍ନ ଅନୁଷ୍ଠାନରେ କଳାହାଣ୍ଡି ଜିଲ୍ଲା ସମ୍ବାଦ ଖବର କାଗଜ ତରଫରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ଶିଶୁ ମଙ୍ଗଳ ସମିତି ସଦସ୍ୟ ସଞ୍ଜୟ କୁମାର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ଉମେଶ କୁମାର ଶତପଥୀ, ସମ୍ମାନୀତ ଅତିଥି ଭାବେ ସାମ୍ବାଦିକ ଦେବେନ୍ଦ୍ର ବିଶି, ସମ୍ବାଦ ସହିତ୍ୟଘର ସଭାପତି ଅଶୋକ କୁମାର ଖମାରୀ ଏବଂ ସମ୍ପାଦକ ବିରଞ୍ଚି ନାରାୟଣ ମୁଣ୍ଡ ଯୋଗଦେଇଥିଲେ।
ପ୍ରଦୀପ ପ୍ରଜ୍ଜଲନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଅନୁଷ୍ଠାନର ଶିଶୁ କଳାକାର ମାନଙ୍କ ଦ୍ବାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା। ଅତିଥି ମାନେ ନିଜ ନିଜର ଅଭିଭାଷଣ ରଖିଥିଲେ।ଅନୁଷ୍ଠାନ ତରଫରୁ ପ୍ରତିଷ୍ଠାତା ଶ୍ରୀଯୁକ୍ତ ହେମନ୍ତ କୁମାର ମୁଣ୍ଡ ମହୋଦୟ ସଭା ପରିଚାଳନା ଓ ଧନ୍ୟବାଦ୍ ଅର୍ପଣ କରିଥିଲେ।
କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )