December 4, 2025
Home » ବାସୁଦେବ ଫାଉଣ୍ଡେସନ ତରଫରୁ ପୂଜ୍ୟପୂଜା ଓ ମେଧା ଶିକ୍ଷା ସମ୍ମାନ

ବାସୁଦେବ ଫାଉଣ୍ଡେସନ ତରଫରୁ ପୂଜ୍ୟପୂଜା ଓ ମେଧା ଶିକ୍ଷା ସମ୍ମାନ

0
WhatsApp Image 2025-06-18 at 3.01.46 PM

ଗଣିଆ – ଗଣିଆ ବିନ୍ଧ୍ୟଗିରୀ ଭବନ ପରିସରରେ ବାସୁଦେବ ଫାଉଣ୍ଡେସନ ତରଫରୁ ପୂଜ୍ୟପୂଜା ଓ ମେଧା ଶିକ୍ଷା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସାମାଜିକ ସଶକ୍ତିକରଣ ବିଭାଗ ଉପ ସଚିବ ସନ୍ନ୍ୟାସୀ କୁମାର ବେହେରା, ବ୍ଳକ ଅଧ୍ୟକ୍ଷା ଝୁନା ଜେନା,ବିଡ଼ିଓ ସାଗର କୁମାର ନନ୍ଦ, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, ବନମାଳୀ ବାରିକି ମହାବିଦ୍ୟାଳୟ ଅଧ୍ୟକ୍ଷ ସଞ୍ଜୟ କୁମାର ପଣ୍ଡା, ରଘୁନାଥ ଜୀଉ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ପଣ୍ଡା, ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ସଲିଲା ସେଠୀ, ବାସୁଦେବ ଫାଉଣ୍ଡେସନ ପ୍ରତିଷ୍ଠାତା ତଥା ଗଣିଆ ବ୍ଳକ ପୂର୍ବତନ ଅଧ୍ୟକ୍ଷ ଶେଷଦେବ ସ୍ବାଇଁ,ଶିକ୍ଷାବିତ କୂଳମଣି ବାରିକଙ୍କ ସମେତ ବହୁ ବୁଦ୍ଧିଜୀବୀ ଶିକ୍ଷାବିତ ତଥା ଅବସରପ୍ରାପ୍ତ ଶିକ୍ଷକ ଏବଂ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ସମସ୍ତ ଅତିଥି ମାନଙ୍କୁ ଫୁଲ ଚନ୍ଦନ ଦେଇ କାର୍ଯ୍ୟକ୍ରମକୁ ସ୍ବାଗତ କରାଯାଇଥିଲା ।

ଅନୁଷ୍ଠାନର ସମ୍ପାଦକ ବଳରାମ ମହାନ୍ତି ସମ୍ପାଦକୀୟ ବିବରଣୀ ପଠନ କରିଥିଲେ । କୃତଜ୍ଞ ହୁଅ କୃତଘ୍ନ ହୁଅ ନାହିଁ ବୋଲି ପ୍ରତିଷ୍ଠାତା ଶ୍ରୀ ସ୍ବାଇଁ ଜଣାଇଥିଲେ । ରକ୍ତଦାନ ଶିବିର, ବୃକ୍ଷରୋପଣ, ଶିକ୍ଷାର ବିକାଶ,ଗରୀବ ଶିକ୍ଷାର୍ଥୀଙ୍କୁ ସହାୟତା,ମେଧା ସମ୍ମାନ ଭଳି ଅନେକ ଜନହିତକର କାର୍ଯ୍ୟକ୍ରମ କରି ଆସୁଅଛି ଏହି ଫାଉଣ୍ଡେସନ । ମିଳୁଥିବା ସମ୍ମାନକୁ ଦ୍ଵିଗୁଣିତ କରିବାକୁ ଚେଷ୍ଟା କରିବା ଆବଶ୍ୟକ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ନିଜକୁ ଆଗକୁ ନେବାକୁ ହେଲେ ଅହଂଭାବ ପରିତ୍ୟାଗ କରିବା ଦରକାର ବୋଲି ବିଡ଼ିଓ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ଗଣିଆ, ନୂଆଗାଁ ଏବଂ ଦଶପଲ୍ଲା ବ୍ଳକର ମ୍ୟାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷାରେ ୫ ଶହରୁ ଅଧିକ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ମେଧା ଶିକ୍ଷା ସମ୍ମାନରେ ସମ୍ମାନୀତ କରାଯାଇଥିବା ବେଳେ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ବାଣିଜ୍ୟ ବିଭାଗର ଓଡ଼ିଶା ଟପ୍ପର ସିଧାମୂଳା ଗ୍ରାମର ସ୍ବର୍ଣ୍ଣ ଲତା ମନ୍ତ୍ରୀଙ୍କୁ ଉପଢ଼ୌକନ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବତନ ବ୍ଳକ ଅଧ୍ୟକ୍ଷ ସଦାଶିବ ମିଶ୍ର, ପ୍ରଫୁଲ୍ଲ କୁମାର ବେହେରା,ବଳରାମ ମହାନ୍ତି, ଚନ୍ଦ୍ରଶେଖର ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ସହଯୋଗ କରିଥିଲେ । ବୟସର ଅପରାହ୍ନରେ ପହଞ୍ଚିଥିବା ଥିବା ସମସ୍ତ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିବାରୁ ସେମାନଙ୍କୁ ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀ ସ୍ବାଇଁଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।

Gania ru brajakishora sahoo nka report epa news

Leave a Reply

Your email address will not be published. Required fields are marked *