ବାହୁଡା଼ ଯାତ୍ରାରେ ନୀତିକାନ୍ତି ରେ ବିଭ୍ରାଟ: ଚତୁର୍ଦ୍ଧାମୂର୍ତ୍ତି ଙ୍କ ପହଣ୍ଡି ନୀତି ଅଢେଇ ଘଣ୍ଟା ବିଳମ୍ବ, ଭକ୍ତ ଙ୍କ ମଧ୍ୟରେ ଅସନ୍ତୋଷ

ସୋନପୁର ବଡ଼ବଜାର ଗୁଣ୍ଡିଚା ମନ୍ଦିର ଠାରେ ବାହୁଡ଼ା ଯାତ୍ରା ରେ ନୀତିକାନ୍ତି ରେ ବିଭ୍ରାଟ ଦେଖାଯାଇଥିଲା। ଗତକାଲି ସନ୍ଧ୍ୟା ୮.୩୦ ପର୍ଯ୍ୟନ୍ତ ମହାପ୍ରଭୁ ଙ୍କ ପହଣ୍ଡି ବିଜେ ନୀତି ହୋଇ ନ ଥିବା ବେଳେ ଶ୍ରଦ୍ଧାଳୁ ଦର୍ଶନ ନ ପାଇ ନିରାଶ ହୋଇ ଫେରୁଛନ୍ତି। ଗତକାଲି ବାହୁଡା଼ ଯାତ୍ରା ପାଇଁ ସନ୍ଧ୍ୟା ୫ ଟା ବେଳୁ ଶ୍ରଦ୍ଧାଳୁ ମାନେ ବ୍ୟାପକ ଭିଡ ଜମେଇ ଥିଲେ କିନ୍ତୁ ୮.୩୦ ପର୍ଯ୍ୟନ୍ତ ପହଣ୍ଡି ଦର୍ଶନ ନ ପାଇ ନିରାଶ ହୋଇ ଫେରିଥିଲେ। ସେପଟେ ଅଚିନ୍ତା ରେ ପ୍ରଶାସନ ତଥା ଦେବୋତ୍ତର ଅଧିକାରୀ। ଏ ନେଇ ବ୍ୟାପକ ଜନ ଅସନ୍ତୋଷ ବୃଦ୍ଧି ପାଇଥିଲା। ନବମୀ ସଂଧ୍ୟାରେ ମହାପ୍ରଭୁ ଙ୍କ ଉପନ ଭୋଗ ଲାଗି ପାଇଁ ବ୍ରାହ୍ମଣ ସମାଜକୁ ଦାୟିତ୍ଵ ସହ କିଛି ଆର୍ଥିକ ସହାୟତା ଯୋଗାଇ ଦିଆ ଯାଇଥାଏ କିନ୍ତୁ ଚଳିତ ବର୍ଷ ନା ପଇସା ନା ବ୍ରାହ୍ମଣ ସମାଜକୁ ପଚରା ଉଚୁରା କରାଯାଇଥିଲା। ଏ ନେଇ ବ୍ରାହ୍ମଣ ସମାଜ ପକ୍ଷରୁ କ୍ଷୋଭ ପ୍ରକାଶ କରିବା ସହ ଦେବୋତ୍ତର ଅଧିକାରୀ ଉତ୍ତର ଦାୟୀ ତେଣୁ ସେ ଆସି ଉତ୍ତର ରଖନ୍ତୁ ବୋଲି ଅଡି ବସିଥିଲେ। ପରେ ଦେବୋତ୍ତର ଅଧିକାରୀ ତଥା ଉପ ଜିଲ୍ଲାପାଳ ନ ଆସି ବରିଷ୍ଟ ଡେପୁଟି କଲେକ୍ଟର, ତହସିଲଦାର ଏବଂ ପୋଲିସ ଏସ ଡି ପି ଓ ଆସି ମହାପ୍ରଭୁ ଙ୍କ ଠାରେ କ୍ଷମା ପ୍ରାର୍ଥନା କଲା ପରେ ୮.୩୦ ଟା ପରେ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଥିବା ଦେଖା ଦେଇଥିଲା l
ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର