October 24, 2025
Home » ବିଏମସି ଡେପୁଟି କମିଶନର ଙ୍କୁ ଆକ୍ରମଣର ଦୃଢ଼ ନିନ୍ଦା

ବିଏମସି ଡେପୁଟି କମିଶନର ଙ୍କୁ ଆକ୍ରମଣର ଦୃଢ଼ ନିନ୍ଦା

0
WhatsApp Image 2025-07-01 at 5.42.15 PM

ପ୍ରତିବାଦ କଲେ ଜିଲ୍ଲା ଓଏଏସ ସଂଘ, ଓ଼ଆରଏସ ଅଧିକାରୀ ସଂଘ ଓ ଅନ୍ୟାନ୍ୟ ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ କର୍ମଚାରୀ ସଂଘ

ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ଜିଲ୍ଲା ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ବି ଏମ ସି ଅତିରିକ୍ତ କମିଶନରଙ୍କୁ ଗତ ତା ୩୦/୦୭/୨୫ ରିଖ ଦିନ ଭୁବନେଶ୍ଵର ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ହୋଇଥିବା ଆକ୍ରମଣ ର ପ୍ରତିବାଦ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀଙ୍କ ଅଧ୍ଯକ୍ଷତାରେ ଜିଲ୍ଲା ଓଡିଶା ପ୍ରଶାସନିକ ଅଧିକାରୀ ସମୂହ ସମେତ ଓଡିଶା ରାଜସ୍ବ ଅଧିକାରୀ ବୃନ୍ଦ, ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀ ସଂଘ ର କର୍ମକର୍ତ୍ତା ଙ୍କୁ ନେଇ ଏକ ପ୍ରତିବାଦ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ଅତିରିକ୍ତ କମିଶନରଙ୍କୁ ବିଏମସି କାର୍ଯ୍ୟାଳୟ ପରିସରରେ କେତେଜଣ ବ୍ୟକ୍ତି ଅଶାଳୀନ ଭାଷା କହିବା ସହ ମରଣାନୁକ ଆକ୍ରମଣ କରିଥିଲେ । ଯାହା ଅତିରିକ୍ତ କମିଶନରଙ୍କ ଜୀବନ ପ୍ରତି ନିଶ୍ଚିତ ଭାବେ ବିପଦପୂର୍ଣ୍ଣ ରହିଥ‌ିବା ବେଳେ ଏତାଦୃଶ ନିନ୍ଦନୀୟ କାର୍ଯ୍ୟକଳାପ ଆଗାମୀ ଦିନରେ ରାଜ୍ୟରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ନିଶ୍ଚିତ ଭାବେ ଭୟ ବାତାବରଣ ସୃଷ୍ଟି କରିବ ବୋଲି ଅଧିକାରୀ ବୃନ୍ଦ ଆଲୋଚନାରେ ଗୁରୁତ୍ୱାରୋପ କରିଥିଲେ।

ବୈଠକରେ ଅଧିକାରୀଙ୍କ ଉପରକୁ ଆକ୍ରମଣ ଓ ଦୁର୍ବ୍ଯବହାର ପ୍ରତିବାଦରେ ଜିଲ୍ଲାର ସମସ୍ତ ଓଏଏସ ଅଧିକାରୀ,ରାଜସ୍ୱ ସେବା ଅଧିକାରୀ, ଜିଲ୍ଲା ସ୍ତରୀୟ କାର୍ଯ୍ୟରତ ଅନ୍ୟାନ୍ୟ ସେବା ଅଧିକାରୀ,ଜିଲ୍ଲା ରାଜସ୍ବ ଅମଲା ସଂଘ, ଜିଲ୍ଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ, ସୁବର୍ଣ୍ଣପୁର ଜିଲ୍ଲା ରାଜସ୍ବ କ୍ଷେତ୍ର କର୍ମଚାରୀ ସଂଘ ସମୂହ ଦୃଢ଼ ନିନ୍ଦା ଓ ବିରୋଧ କରିବା ସହ ରାଜ୍ୟ ସ୍ତରୀୟ ଓଡିଶା ପ୍ରଶାସନିକ ଅଧିକାରୀ ସଂଘ ର କାର୍ଯ୍ୟ ବନ୍ଦ ପ୍ରତ୍ୟାହାର ନିଷ୍ପତ୍ତି କୁ ମଧ୍ୟ ବିରୋଧ କରିଥିଲେ ଏବଂ ସୁବର୍ଣ୍ଣପୁର ଜିଲ୍ଲାର ଓଡିଶା ପ୍ରଶାସନିକ ଅଧିକାରୀ ସଂଘ ଦ୍ଵାରା ଅତିରିକ୍ତ କମିଶନର, ଭୁବନେଶ୍ଵର ମହାନଗର ନିଗମ କରାଯାଇଥିବା ଆକ୍ରମଣ, ମାଡ ମାରିବା ଘଟଣା ଓ ଦୁର୍ବ୍ୟବହାର ର ଘୋର ବିରୋଧ କରି ଓ ସଂପୃକ୍ତ ଦୁର୍ବୃତ୍ତ ମାନଙ୍କ ବିରୁଦ୍ଧରେ ଦୃଢ଼ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମୂହ ଛୁଟିରେ ଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସଂଘ କୁ ଅନୁରୋଧ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରି ପ୍ରସ୍ତାବ ଗୃହୀତ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ଓଡିଶା ପ୍ରଶାସନିକ ସେବା ଅଧିକାରୀ ମାନେ ସମୂହ ଛୁଟିରେ ଯିବା ଉଦ୍ଦେଶ୍ୟରେ ଏକ ଦାବି ବା ସ୍ମାରକ ପତ୍ର ଜିଲ୍ଲାପାଳ, ସୁବର୍ଣ୍ଣପୁରଙ୍କ ଜରିଆରେ ରାଜ୍ୟ ସରକାରଙ୍କ ନିକଟକୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବିପତ୍ର ପ୍ରଦାନ କରିଥିବା ସୂଚନା ପ୍ରଦାନ କରାଯାଇଛି। ବୈଠକରେ ଜିଲ୍ଲାର କାର୍ଯ୍ୟରତ ସମସ୍ତ ଓଡ଼ିଶା ପ୍ରଶାସନିକ ଅଧିକାରୀ, ରାଜସ୍ବ ଅଧିକାରୀ, ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦାନ କରିଥିଲେ। ଏତଦବ୍ୟତୀତ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଓ ସୁବର୍ଣ୍ଣପୁର ଜିଲ୍ଲା ରେ କାର୍ଯ୍ୟରତ ବିଭିନ୍ନ କର୍ମଚାରୀ ସଂଘ ଯଥା – ରାଜସ୍ବ ଅମଲା ସଂଘ, ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ, ରାଜସ୍ବ କ୍ଷେତ୍ର କର୍ମଚାରୀ ସଂଘ, ଡାଟା ଏଣ୍ଟ୍ରି ଓପରେଟର କର୍ମଚାରୀ ସଂଘ, ଡ୍ରାଇଭର ସଂଘ ଅନ୍ୟାନ୍ୟ କର୍ମଚାରୀ ସଂଘ ର କର୍ମକର୍ତ୍ତା ମାନେ ଓଡିଶା ପ୍ରଶାସନିକ ସେବା ଅଧିକାରୀ ସଂଘ ସମୂହ ଛୁଟିରେ ଯିବା ନିଷ୍ପତ୍ତିକୁ ସମର୍ଥନ ଜଣାଇଥିବା ସୁବର୍ଣ୍ଣପୁର ଜିଲ୍ଲା ଓଡିଶା ପ୍ରଶାସନିକ ସେବା ଅଧିକାରୀ ସଂଘ ତରଫରୁ ପ୍ରକାଶ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *