ବିଏମ୍ ସି ପକ୍ଷରୁ ଆରମ୍ଭ ହେଲା କ୍ରେଚ୍
ଭୁବନେଶ୍ୱର:ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ପକ୍ଷରୁ ସରକାରୀ ପ୍ରୋତ୍ସାହନରେ ଚାଲୁ ହେଲା ପ୍ରଥମ ଶିଶୁଗୃହ (କ୍ରେଚ୍) । ସହିଦ ନଗରର ସମନ୍ୱିତ ସର୍ବସାଧାରଣ ସେବା କେନ୍ଦ୍ର (IPSC) କୋଠାରେ ଶିଶୁ ଗୃହର ଉଦ୍ଘାଟନ ହୋଇଯାଇଛି l

ମାନ୍ୟବର ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ମାନନୀୟl ମେୟର ଶ୍ରୀମତୀ ସୁଲୋଚନା ଦାସ, କମିଶନର ଶ୍ରୀ ଚଞ୍ଚଳ ରାଣା, ଫାଇନାନ୍ସ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀ ରାଜ କିଶୋର ଦାସ, ସ୍ୱତନ୍ତ୍ର ଅତିଥି ଭାବେ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଶ୍ରୀ ଅରବିନ୍ଦ ମହାନ୍ତି, ମୋବାଇଲ୍ କ୍ରେଚେସର ଥେମାଟିକ୍ ଲିଡର ଶ୍ରୀମତୀ ଶୀତଳ ନାଗପାଲ ପ୍ରମୁଖ ଏହି ଶିଶୁଗୃହ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

ଏହା ଦୀନଦୟାଲ ଜନ ଜୀବିକା ଯୋଜନା- ସହରୀ (DJAY-S) ର ସାମାଜିକ ଭିତ୍ତିଭୂମି ଅନ୍ତର୍ଗତ କାର୍ଯ୍ୟକ୍ରମ । ସାମାଜିକ ସଂଗଠନ “ମୋବାଇଲ କ୍ରେଚ୍” ସହଭାଗୀତାରେ ସୋମବାରରୁ ଶନିବାର ସକାଳ 9:00 ରୁ ସନ୍ଧ୍ୟା 5:30 ପର୍ଯ୍ୟନ୍ତ 6 ମାସରୁ 6 ବର୍ଷ ବୟସର ଶିଶୁମାନଙ୍କ ପାଇଁ ଏହି ସେବା ଉଦିଷ୍ଟ l ସାମାଜିକ ସଂଗଠନ “ମୋବାଇଲ କ୍ରେଚ୍” ସହଭାଗୀତାରେ ସୋମବାରରୁ ଶନିବାର ସକାଳ 9:00 ରୁ ସନ୍ଧ୍ୟା 5:30 ପର୍ଯ୍ୟନ୍ତ 6 ମାସରୁ 6 ବର୍ଷ ବୟସର ଶିଶୁମାନଙ୍କ ପାଇଁ ଏହି ସେବା ଉଦିଷ୍ଟ l କର୍ସଜୀବୀ ପିତାମାତାମାନେ ମାସିକ ମାତ୍ର 500 ଟଙ୍କା ଦେୟରେ ଏହି ସେବା ନେଇ ପାରିବେ ବି ଏମ୍ ସି ଅଞ୍ଚଳର ନାଗରିକ l

ଏହି କେନ୍ଦ୍ରରେ ସମୁଦାୟ 30 ଜଣ ଶିଶୁଙ୍କ ରହିବା ପାଇଁ ବ୍ୟବସ୍ଥା ରହିଛି l କୁନି କୁନି ପିଲାଙ୍କ ପାଇଁ ବିଭିନ୍ନ ପ୍ରକାର ଖେଳ ଉପକରଣ, ପ୍ରାରମ୍ଭିକ ଶିକ୍ଷା ପାଇଁ ବିଭିନ୍ନ ପ୍ରକାର ଗୀତ ଓ ଖେଳକୁଦ ପାଇଁ ବ୍ୟବସ୍ଥା ରହିଛି । ଶିଶୁ ଗୃହକୁ ସୁନ୍ଦର ଭାବେ ସଜାଇ ଦିଆଯାଇଛି । ପ୍ରତ୍ୟେକ କାନ୍ଥରେ ପଶୁ, ପକ୍ଷୀ, ବିଭିନ୍ନ ପ୍ରକାର ମାଛଙ୍କ ଚିତ୍ର ରହିଛି । ଅର୍ଥାତ୍ ଗୋଟିଏ ଶିଶୁ ଘରର ଯେଉଁ କାନ୍ଥକୁ ଚାହିଁବ, ସେଥିରେ ସେ କିଛି ନା କିଛି ଦୃଶ୍ୟାବଳୀ ଦେଖିବାକୁ ପାଇବ ଏବଂ କିଛି ଶିକ୍ଷାଲାଭ କରିବ ।ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଡେପୁଟି କମିଶନର ଶ୍ରୀମତୀ ପ୍ରିୟଙ୍କା ମଲ୍ଲିକ ।
