August 27, 2025
Home » ବିଏମ୍ ସି ମେୟର ଏକାଦଶ ଓ କମିଶନର ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍

ବିଏମ୍ ସି ମେୟର ଏକାଦଶ ଓ କମିଶନର ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍

0
WhatsApp Image 2025-08-24 at 9.06.12 PM

କମିଶନର ଏକାଦଶକୁ 2-0 ଗୋଲରେ ହରାଇ ମେୟର ଏକାଦଶ ବିଜୟୀ

ଭୁବନେଶ୍ୱର:ଭୁବନେଶ୍ୱର ମହାନଗର ନିଗର (ବିଏମ୍ ସି)ରିକ୍ରିଏସନ କ୍ଲବ ଆନୁକୂଲ୍ୟରେ ଚାଲିଥିବା ବାର୍ଷିକ କ୍ରୀଡା ଉତ୍ସବ ଅବସରରେ ଆଜି ଫୁଟବଲ ଖେଳ ଅନୁଷ୍ଠିତ ହୋଇଯାଇଛି । ନୂଆପଲ୍ଲୀ ହାଇସ୍କୁଲ ପଡିଆରେ ଅନୁଷ୍ଠିତ ଏହି ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚରେ ମେୟର ଏକାଦାଶ ଓ କମିଶନର ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମାନ୍ୟବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ଏହି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚର ଉଦଘାଟନ କରିଥିଲେ । ଖେଳଓ୍ୱାର୍ଡ ମନୋଭାବ ନେଇ ଉଭୟ ଦଳ ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । କମିଶନର ଏକାଦଶ ପକ୍ଷରୁ ଅତିରିକ୍ତ କମିଶନର କୈଳାସ ଚନ୍ଦ୍ର ଦାସ ଅଧିନାୟକତ୍ୱ କରୁଥିବାବେଳେ ମେୟର ଏକାଦଶ ପକ୍ଷରୁ ସାଂସ୍କୃତିକ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ରାମଚନ୍ଦ୍ର ରଣସିଂହ ଅଧିନାୟକ ଥିଲେ । ମେୟର ଏକାଦଶ, କମିଶନର ଏକାଦଶକୁ 2-0 ଗୋଲରେ ହରାଇ ବିଜୟୀ ହୋଇଛି ।

ମେୟର ଏକାଦଶ ପକ୍ଷରୁ ସାଂସ୍କୃତିକ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ତଥା ଦଳର ଅଧିନାୟକ ରାମଚନ୍ଦ୍ର ରଣସିଂହଙ୍କ ସହିତ ନୃପେଶ କୁମାର ନାୟକ, ଅଜିତ୍ ବେହେରା, ମିହିର କୁମାର ରାଉତ, ଶେଖ୍ ନୂର୍ ହାସନ, ଆଶିଶ ପଟ୍ଟନାୟକ, ସନ୍ତୋଷ କୁମାର ସିଂ, ଅପରୂପ ନାରାୟଣ ରାଉତ, ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ବିରଞ୍ଚି ନାରାୟଣ ମହାସୂପକାର, ଶିବ ପ୍ରସାଦ ବେହେରା, ଶିବନାରାୟଣ ରାୟ ପ୍ରମୁଖ ଖେଳୁଥିଲେ । ସେହିପରି କମିଶନର ଏକାଦଶର ଅଧିନାୟକ କୈଳାସ ଚନ୍ଦ୍ର ଦାସଙ୍କ ସହିତ ଅତିରିକ୍ତ କମିଶନର ରତ୍ନାକର ସାହୁ, ଏନ୍. ଗଣେଶ ବାବୁ, ମନ୍ମଥ ନାୟକ, ଅମରେଶ ନାୟକ, ରଶ୍ମୀରେଖା ଅମାନ୍ତ, ଶୁଭକାନ୍ତ ପାଢୀ, ଦେବି ପ୍ରସନ ପରିଡା, ଅନିକେତ ରାୟ, ପୂଣ୍ୟଶ୍ଲୋକ ଶତପଥି, ଦିବାକର ସେଠୀ, ସନ୍ତୋଷ କୁମାର ମହାନ୍ତି, ରଶ୍ମିରଂଜନ ମିଶ୍ର ପ୍ରମୁଖ ପଡିଆକୁ ଓହ୍ଲାଇ ଥିଲେ ।
ଖେଳଓ୍ୱାର୍ଡ ମନୋଭାବ ନେଇ ଉଭୟ ଦଳ ସୌହାର୍ଦ୍ଧ୍ୟପୂର୍ଣ୍ଣ ଭାବେ କ୍ରିଡା ପ୍ରଦର୍ଶନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ମେୟର ଏକାଦଶ ଗୋଟିଏ ଗୋଲ ଦେଇ କମିଶନ ଏକାଦଶକୁ ମାତ୍ ଦେଇଥିଲା । ମାତ୍ର କମିଶନର ଏକାଦଶ, ମେୟର ଏକାଦଶର ଦୁର୍ଦ୍ଧଷ ଖେଳାଳୀଙ୍କର ସାମ୍ନା କରିପାରି ନଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ମେୟର ଏକାଦଶ ଆଉ ଗୋଟିଏ ଗୋଲ ଦେଇ ମ୍ୟାଚ୍ କୁ ଏକପାଖିଆ ଭାବେ ନିଜ ସପକ୍ଷରେ ନେଇଥିଲେ । ଖେଳ ଶେଷସୁଦ୍ଧା କମିଶନର ଏକାଦଶ ଦୁଇ ଦୁଇଟି ପେନାଲଟି ପାଇଁ ମଧ୍ୟ କୌଣସି ଗୋଲ କରିବାକୁ ସକ୍ଷମ ହୋଇନଥିଲା ।
ଏହି ବନ୍ଧୁତାପୂର୍ଣ୍ଣ ମ୍ୟାଚକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ସୁନିଲ କୁମାର ପଟ୍ଟନାୟକ, ଅଶୋକ କୁମାର ପାତ୍ର, ଶିବରାଜ ସେନାପତି । ଖେଳ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କର ଭିଡ ମଧ୍ୟ ଦେଖିବାକୁ ମିଳିଥିଲା । ସ୍ଥାନୀୟ କର୍ପୋରେଟର ମାନସୀ ରାଣୀ ସୁନ୍ଦରାୟ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ବେହେରା ସମସ୍ତ ପ୍ରକାର ସହାୟତା କରିଥିଲେ । ଏହାଦ୍ୱାରା ଅଧିକାରୀ, କର୍ମଚାରୀ ଓ ଲୋକପ୍ରତିନିଧିଙ୍କ ମଧ୍ୟରେ ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବାରଣ ସୃଷ୍ଟି ହେବା ସହ କାର୍ଯ୍ୟ କରିବା ପାଇଁ ମନରେ ଆଗ୍ରହ ସୃଷ୍ଟି ହେବ ବୋଲି କହିଛନ୍ତି ମାନନୀୟା ମେୟର ।

Leave a Reply

Your email address will not be published. Required fields are marked *