July 4, 2025
Home » ବିଏମ୍ ସି ର ଜିରୋ ଓ୍ୱେଷ୍ଟ ସଂକଳ୍ପ

ବିଏମ୍ ସି ର ଜିରୋ ଓ୍ୱେଷ୍ଟ ସଂକଳ୍ପ

0
WhatsApp Image 2025-03-30 at 2.04.14 PM

ଭୁବନେଶ୍ୱର;ତା 29।03।2025ରିଖ:ପରିମଳ ଅଭ୍ୟାସର ଏକ ଉଚ୍ଚ ମାନାଙ୍କ ହେଉଛି ଶୂନ୍ୟ ବର୍ଜ୍ୟ ଆଚରଣ । ଏହା କରିବାକୁ ଯାଇ ଚଳିତ ବର୍ଷ ଭୁବନେଶ୍ୱର ମହାନଗର ନିଗମ ନିଜସ୍ୱ ମୁଖ୍ୟ କାର୍ଯ୍ୟାଳୟକୁ ଜିରୋ ଓ୍ୱେଷ୍ଟ କାର୍ଯ୍ୟାଳୟ କରିବାପାଇଁ ସଂକଳ୍ପ ନେଇଅଛି । ଅର୍ଥାତ୍ ଖୁବ୍ ଶୀଘ୍ର ଭୁବନେଶ୍ୱର ମହାନଗର ନିଗମ ମୁଖ୍ୟାଳୟ ହେବ ଶୂନ୍ୟ ବର୍ଜ୍ୟ ବା Zero waste କାର୍ଯ୍ୟାଳୟ । ମାର୍ଚ୍ଚ 30 ତାରିଖ ହେଉଛି ବିଶ୍ୱ ଶୂନ୍ୟ ବର୍ଜ୍ୟ ଦିବସ ବା ଜିରୋ ଓ୍ୱେଷ୍ଟ ଡେ । ଏହି ଦିବସ ଅବସରରେ ବିଏମ ସି ଜିରୋ ଓ୍ୱେଷ୍ଟ ଅଫିସ ଅଭ୍ୟାସକୁ ଆପଣେଇ ନେଇଛି । ଉପଲବ୍ଧ ପରିବେଶ ଅନୁକୂଳ ନୀୟମକୁ ଅନୁସରଣ କରି, ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି ।
ଜିରୋ ଓ୍ୱେଷ୍ଟ କାର୍ଯ୍ୟାଳୟକୁ କାର୍ଯ୍ୟକାରୀ କରିବା ପାଇଁ ଟିମ୍ ବିଏମ୍ ସି ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଏଗୁଡିକ ମଧ୍ୟରେ ପ୍ରତ୍ୟେକ ମହଲା ଏବଂ ଉପବିଭାଗରେ ଜିରୋ ଓ୍ୱେଷ୍ଟ କମିଟି ଗଠନ, ନିୟମିତ ପ୍ରଶିକ୍ଷଣ, ଆତ୍ମ ସମୀକ୍ଷା, ଏକକ ବ୍ୟବହାର ପ୍ଲାଷ୍ଟିକ ବର୍ଜନ, ଖାଦ୍ୟ ନଷ୍ଟକୁ ନା, ଏବଂ ପ୍ରତ୍ୟେକ କର୍ମଚାରୀ ନିଜର ଜିରୋ ଓ୍ୱେଷ୍ଟ ପାସ୍ ବୁକ୍କୁ ନିୟମିତ କରିବା, ପ୍ଲାଷ୍ଟିକ ବୋତଲ ବଦଳରେ ଷ୍ଟିଲ ବା କାଚ ବୋତଲ ବ୍ୟବହାର କରିବା ଇତ୍ୟାଦି ଅଭ୍ୟାସଗୁଡିକୁ କଡାକଡି ଭାବେ ପାଳନ କରାଯାଉଛି ।

ତେବେ କାର୍ଯ୍ୟାଳୟ ରୁ ବାହାରୁଥିବା ବିଭିନ୍ନ ଟୁକୁଡ଼ା କାଗଜ ଏବଂ ଅନ୍ୟାନ୍ୟ ଅଦରକାରୀ ପଦାର୍ଥକୁ ଡଷ୍ଟ୍ ବିନ୍ ରେ ଫୋପାଡି ନ ଦେଇ ଏଗୁଡ଼ିକର ପୁନଃ ଚକ୍ରଣ କରାଯାଉଛି l ନିୟମିତ ଏହା କରାଯିବାର ଯୋଜନା କରାଯାଇଛି lଏଥିପାଇଁ ଆବଶ୍ୟକ ଉପକରଣ ଯୋଗାଇ ଦିଆଯାଉଛି ।

ଏହା କେବଳ ବିଏମ୍ ସି ମୁଖ୍ୟାଳୟ ନୁହେଁ, କ୍ରମେ କ୍ରମେ ଜୋନ୍ ଅଫିସ ଗୁଡିକୁ ମଧ୍ୟ ଜିରୋ ଓ୍ୱେଷ୍ଟ ଅଫିସ କରିବା ପାଇଁ ଯୋଜନା ଆରମ୍ଭ ହୋଇଛି। ଭୁବନେଶ୍ୱର ସହରର ଅନ୍ୟାନ୍ୟ କାର୍ଯ୍ୟାଳୟ ଓ ଘରେ ଘରେ ଜିରୋ ଓ୍ୱେଷ୍ଟ ଅଭ୍ୟାସକୁ ଅନୁସରଣ କରିବା ପାଇଁ ବିଏମ୍ ସି କର୍ତ୍ତୃପକ୍ଷ ଅନୁରୋଧ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *