ବିଜୁପଟ୍ଟନାୟକ ଙ୍କ ତିରୋଧାନ ଦିବସ ପାଲିତ।
କୁଚିଣ୍ଡା ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ସଦର ମହକୁମା ଠାରେ କୁଚିଣ୍ଡା ନଗରପାଲ ପ୍ରଦ୍ୟୁତ କୁମାର ମହାନ୍ତି ଙ୍କ ନେତୃତ୍ୱ ରେ ତିରୋଧାନ ଦିବସ ପାଲିତ ହୋଇଯାଇଛି।ଏହି ଅବସରରେ କୁଚିଣ୍ଡା ବିଜୁ ପାଠାଗାର ଠାରେ ପୂର୍ବ ବିଧାୟକ କିଶୋର ନାଏକ, ବ୍ଲକ ଚେୟାରମେନ ଭୁବନେଶ୍ୱର କିସାନ, ଜିଲ୍ଲା ପରିଷଦ ସଭ୍ୟ ଅଜିତ ମହାପାତ୍ର,ତନୟା ଧରୁଆ, ଗଣେଶ କୁମାର ଅଗ୍ରୱାଲ, ଅଭିଲାଷ ଅଗ୍ରୱାଲ,ବିଜୁ ସାହୁ,ଏନଏସି ଭାଇସ ଚେୟାରମେନ ଦେବଜାନୀ କାଲୋ,ନବୀନ ହୋତା,ନାଜୁ ଖାଁ, ସଞ୍ଜୟ ବେହେରା,ମିରାଜ ମଲ୍ଲିକ, ରାଜେଶ ସାହୁ,କୁଷ ପୃଷେଠ,ପ୍ରଶାନ୍ତ ସାହୁ, ଗଜେନ୍ଦ୍ର ଭୋଇ ପ୍ରମୁଖ ଉପସ୍ଥିତ ରହି ବିଜୁପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ସ୍ମୃତି ଚାରଣ କରିଥିଲେ।ପରେ ସହରରେ ରହିଥିବା ଅନ୍ୟ ବରପୁତ୍ର ମାନଙ୍କର ପ୍ରତିମୂର୍ତ୍ତି ରେ ମଧ୍ୟ ମାଲ୍ୟାର୍ପଣ କରିଥିଲେ।ଏହି ଅବସରରେ ଡାକ୍ତରଖାନା ରେ ଫଲ ବଣ୍ଟନ କରାଯାଇଥିଲା।
ଇପିଏ କୁଚିଣ୍ଡା ରୁ ଗଗନ ଶର୍ମା ଙ୍କ ରିପୋର୍ଟ
