December 19, 2025
Home » ବିଜୁ ଏକ୍ସପ୍ରେସ ରାସ୍ତା ରେ ମର୍ମନ୍ତୁଦ ଦୁର୍ଘଟଣା…

ବିଜୁ ଏକ୍ସପ୍ରେସ ରାସ୍ତା ରେ ମର୍ମନ୍ତୁଦ ଦୁର୍ଘଟଣା…

0
WhatsApp Image 2025-12-15 at 12.25.27 PM

ସଫାରୀ ଧକ୍କା ରେ ଜଣେ ମୃତ ଜଣେ ଗୁରୁତର।

ଧର୍ମଗଡ ବିଜୁ ଏକ୍ସପ୍ରେସ ରାସ୍ତା ରେ ମର୍ମନ୍ତୁଦ ଦୁର୍ଘଟଣାରେ ଏକ ସଫାରୀ ଗାଡି ସ୍କୁଟି କୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ସ୍କୁଟି ଚାଳକ ଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତର ହୋଇଛି। ମୃତ ଯୁବକ ଜଣକ ହେଲେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅନ୍ତର୍ଗତ ଥନଟ ଗାଁ ର ଲିଙ୍ଗରାଜ ଦୁର୍ଗା ଏବଂ ଗୁରୁତର ଯୁବକ ଜଣକ ହେଲେ ଲଳିତ ତାଣ୍ଡି ।ଲିଙ୍ଗରାଜ ଏବଂ ତାଙ୍କ ସାଙ୍ଗ ଲଳିତ ତାଣ୍ଡି ତାଙ୍କ ଗାଁ ଥନଟ ରୁ ଓଡି ୦୮ ପି ୬୦୯୭ ନମ୍ବର ସ୍କୁଟି ଯୋଗେ ଧର୍ମଗଡ କୁ ଯାଉଥିବା ବେଳେ କେବିଡି ଗ୍ରାମ ଛକ ବିଜୁ ଏକ୍ସପ୍ରେସ ୱେ ରେ ସିଜି ୧୮ କେ ୯୭୦୬ ନମ୍ବରର ବ ଏକ ସଫାରୀ ଧକ୍କା ଦେଇଥିଲା l

ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ଦେଖା ଯାଉଥିବା ବେଳେ ଧର୍ମଗଡ ପୋଲିସ ପହଂଚି ସଫାରୀ ଗାଡି ଡ୍ରାଇଭରକୁ ଅଟକ ରଖି ଲୋକଙ୍କୁ ବୁଝାସୁଝା କରୁଛି l ଘଟଣା ସ୍ଥଳରେ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି। ଦୁର୍ଘଟଣା ରେ ସ୍କୁଟି ଚୁରମାର ହୋଇଥିବା ବେଳେ ସଫାରୀ ର ସାମ୍ନା ପଟ ଚୁରମାର ହୋଇଛି।ଧର୍ମଗଡ ତହସିଲଦାର କୀର୍ତ୍ତି ଚନ୍ଦ୍ର ପ୍ରଧାନ ଓ ସହ ଉପଜିଲ୍ଲାପାଳ ଅଜୟ ପ୍ରକାଶ ତିର୍କି ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ଙ୍କୁ ବୁଝାଇବାକୁ ଉଦ୍ୟମ ଜାରି ରଖି ଥିଲେ ହେଁ କୌଣସି ନିଷ୍କର୍ଷ ବାହାରି ପାରିନାହିଁ। ରାସ୍ତାରୋକ ଚାଲିଥିବାରୁ ବିଜୁ ଏକ୍ସପ୍ରେସ ରାସ୍ତା ରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Leave a Reply

Your email address will not be published. Required fields are marked *