July 5, 2025
Home » ବିଜେଡି ନେତ୍ରୀ ଲେଖାଶ୍ରୀଙ୍କ ଚରିତ୍ରକୁ ମହିଳା ଥାନାରେ ମାମଲା

ବିଜେଡି ନେତ୍ରୀ ଲେଖାଶ୍ରୀଙ୍କ ଚରିତ୍ରକୁ ମହିଳା ଥାନାରେ ମାମଲା

0
WhatsApp Image 2025-07-05 at 11.23.45 AM

ଭୁବନେଶ୍ୱର:ବାଲେଶ୍ଵର ନିଳଗିରି ବିଜେପି ବିଧାୟକ ସନ୍ତୋଷ ଖଟୁଆ ଗଣମାଧ୍ୟମରେ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତ ଙ୍କୁ ଜଣେ ଚରିତ୍ର ହୀନା ମହିଳା ବା ବିଜେଡିରୁ ଟିକେଟ ପାଇବା ପାଇଁ ଦେହବେପାର କରିବା ଇତ୍ୟାଦି କଟୁ ମନ୍ତବ୍ୟକୁ ଭାଇରାଲ କରାଇବା ଜଣେ ଲୋକପ୍ରତିନିଧି ପାଇଁ କେତେ ଯୁକ୍ତିଯୁକ୍ତ ତାହା ରାଜ୍ୟରେ କ୍ଷମତାରେ ଥିବା ବିଜେପି ଦଳ ପାଇଁ ପୁଣି ଆଉ ଏକ ବିପଦ ଆସିବ ବୋଲି ଆଲୋଚ୍ଯର ବିଷୟ ହୋଇଛି। ରାଜ୍ୟରେ ବିଜେପି ଦଳ କ୍ଷମତାକୁ ଆସିବା ପରେ ପ୍ରତିଦିନ ବିଜେପି ସରକାରଙ୍କ ବାଚଳାମି ପାଇଁ ସରକାର ବଦନାମ ହେବାସହ ବିଜେପି ଦଳ ନେତାଙ୍କ ଅସଲ ରୂପ ଜନସାଧାରଣଙ୍କ ସମ୍ମୁଖକୁ ଆସିବା ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି।ଏ ସଂପର୍କରେ ବିଧାୟକ ସନ୍ତୋଷ ଖଟୁଆଙ୍କ ପ୍ରତିକ୍ରିୟା ନେବାରୁ ଶ୍ରୀଖଟୁଆ ତାଙ୍କ ମନ୍ତବ୍ୟ ଅଟଳ ରହି ମୁଁ ଯାହାକହିଛି ସେଥିପାଇଁ ଦରକାର ହେଲେ ନ୍ୟାୟପାଳିକା ସମ୍ମୁଖରେ ଅଟଳ ରହିବି ଦୃଢକ୍ତି ଜଣେ ସରକାରୀ ଦଳର ବିଧାୟକଙ୍କ ପକ୍ଷରେ କେତେ ଯୁକ୍ତିଯୁକ୍ତ ତାହା ଆଗାମୀ ସମୟରେ ଜଣାପଡିବ । ନିଳଗିରି ବିଧାୟକ ସନ୍ତୋଷ ଖଟୁଆଙ୍କ ଫାର୍ମ ହାଉସରୁ ହାତୀ ଦାନ୍ତ ଚୋର ଧରାପଡିବା ଘଟଣାର ବିଜେଡି ଦଳ ପକ୍ଷରୁ ଲେଖାଶ୍ରୀ ସାମନ୍ତ କରିଥିବା ସାମ୍ବାଦିକ ସମ୍ମିଳନୀରେ ନିଳଗିରି ବିଧାୟକ ସନ୍ତୋଷ ଖଟୁଆ ଲେଖାଶ୍ରୀଙ୍କୁ ଦେହଜୀବୀ କହିବା କେତେ ଯୁକ୍ତିଯୁକ୍ତ ସେ ସଂପର୍କରେ ଲେଖାଶ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ଯୁଟ କରି ଉତ୍ତର ମାଗିବା ଦେଖିବାକୁ ମିଳିଛି। ବିଜେଡି ପକ୍ଷରୁ ଭୁବନେଶ୍ୱର ମହିଳା ଥାନାରେ ନିଳଗିରି ବିଧାୟକ ସନ୍ତୋଷ ଖଟୁଆଙ୍କ ନାମରେ ମକଦ୍ଦମା କରାଯାଇ ତାଙ୍କୁ ଗିରଫ କରିବାକୁ ଦାବି କରିଯାଈଛି ।

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *