December 23, 2025
Home » ବିଜେଡି ବରିଷ୍ଠ ସାଧାରଣ ସମ୍ପାଦକ ହେଲେ ଜଗନ୍ନାଥ ସାରକା

ବିଜେଡି ବରିଷ୍ଠ ସାଧାରଣ ସମ୍ପାଦକ ହେଲେ ଜଗନ୍ନାଥ ସାରକା

0
WhatsApp Image 2025-05-06 at 2.18.58 PM

ରାମନାଗୁଡା : ରାୟଗଡା ଜ଼ିଲ୍ଲା ର ପୂର୍ବତନ ଆଦିବାସୀ ଜାତି ଜନଜାତି ତଥା ପଛୁଆ ବର୍ଗ ଉନୟନ ଓ ଆଇନ ବିଭାଗ ର ମନ୍ତ୍ରୀ ଜଗନ୍ନାଥ ସାରକା ଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ରାଜ୍ୟ ସାଙ୍ଗଠନିକ ସାଧାରଣ ସମ୍ପାଦକ ରୂପେ ନିଯୁକ୍ତି ଦେଇଛନ୍ତି l ନବୀନ ପଟ୍ଟନାୟକ ଙ୍କ ଏହି ଘୋଷଣା ପରେ ସାରକା ଙ୍କୁ ଜ଼ିଲ୍ଲା ର ତୋନିଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ର ବିଜେଡି ନେତା ଓ କର୍ମୀ ମାନେ ଶୁଭେଚ୍ଛା ଜଣାଇଛନ୍ତି l ଜଗନ୍ନାଥ ସାରକା ଙ୍କ ବ୍ୟତୀତ ରାୟଗଡା ଜ଼ିଲ୍ଲା ରି ଅନ୍ୟ କାହାରି କୁ ରାଜ୍ୟ ବିଜେଡି ସାଙ୍ଗଠନିକ ଦାୟିତ୍ୱ ଦିଆଯାଇନାହିଁ l ଜ଼ିଲ୍ଲା ବିଜେଡି ର ଦୁଇ ଗୋଟି ଗୋଷ୍ଠି ବରିଷ୍ଠ ନେତା ଏନ ଭାସ୍କର ରାଓ ଓ ସୁଧୀର ଦାସ ଙ୍କୁ ମଧ୍ୟ୍ୟ ରାଜ୍ୟ ସଂଗଠନିକ କମିଟି ରେ ସ୍ଥାନ ମିଳିନଥିବାରୁ ଉଭୟ ଗୋଷ୍ଠୀ ଓ ଜ଼ିଲ୍ଲା ର ଜନସାଧାରଣ ବିଭିନ୍ନ ଆଲୋଚନା ମାନ କରୁଥିବା ର ଶୁଣିବାକୁ ମିଳୁଛି l ନୂତନ ଦାୟିତ୍ୱ ମିଳିବା ପରେ ନିଜ ପ୍ରତିକ୍ରିୟାରେ ଜଗନ୍ନାଥ କହିଛନ୍ତି ଯେ ବିଜେଡି ସୁପ୍ରିମୋ ମୋ ଉପରେ ଭରସା ଓ ବିଶ୍ୱାସ କରି ଯେଉଁ ଦାୟିତ୍ୱ ଦେଛନ୍ତି ତାହା ସୁଚାର ରୂପେ ତୁଲାଇ ଆସିଛି ବର୍ତମାନ ଯେଉଁ ଦାୟିତ୍ୱ ମିଳିଛି ତାହା ନିଷ୍ଠା ର ସହ ଦଳ ପାଇଁ କାମ କରିବି ବୋଲି କହିଛନ୍ତି l ଜ଼ିଲ୍ଲା ବିଜେଡି ସଭାପତି ଙ୍କ ନାମ ଚର୍ଚ୍ଚା ରେ ଜଗନ୍ନାଥ ଥିଲେ କିନ୍ତୁ ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ ପଦବୀ ମିଳିଲା ପରେ ବିଜେଡି ସୁପ୍ରିମୋ ଜ଼ିଲ୍ଲା ବିଜେଡି ସଭାପତି ଏନ ଭାସ୍କର ରାଓ ନା ସୁଧୀର ଦାସ କୁ ଦେଉଛନ୍ତି ନା ଉଭୟ ଙ୍କ ସମର୍ଥକ ଙ୍କ ମଧ୍ୟରୁ କାହାରି କୁ ଦେଉଛନ୍ତି ଦେଖିବାକୁ ବାକିରହିଲା ବୋଲି ଚର୍ଚ୍ଚା ଚାଲିଛି

ramanaguda ru narasingh parichha nka report

Leave a Reply

Your email address will not be published. Required fields are marked *