July 1, 2025
Home » ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ

0
WhatsApp Image 2025-06-22 at 5.53.05 PM

ରାମନାଗୁଡା:ସଫଳତାର ସହ ସରିଲା ନବୀନ ପଟ୍ଟନାୟକଙ୍କର ଅସ୍ତ୍ରୋପଚାର। ମୁମ୍ବାଇର କୋକିଳାବେନ୍ ଧୀରାଭାଇ ଅମ୍ବାନୀ ହସପିଟାଲରେ ନବୀନଙ୍କର କରାଯାଇଛି ସଫଳ ଅସ୍ତ୍ରୋପଚାର। ଅପରେସନ ସଫଳ ହୋଇଥିବା ନେଇ ସୂଚନା ଦେଇଛନ୍ତି ନବୀନଙ୍କ ବ୍ୟକ୍ତିଗତ ସ୍ବାସ୍ଥ୍ୟ ପରାମର୍ଶଦାତା। ସପ୍ତାହକ ମଧ୍ୟରେ ହସ୍ପିଟାଲରୁ ହେବେ ଡିସଚାର୍ଜ।

କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲର ସ୍ପାଇନ ସ୍ପେସିଆଲିଷ୍ଟ ବିଶେଷଜ୍ଞ ଡାକ୍ତର ରାଜଶେଖର ନବୀନଙ୍କ ଅସ୍ତ୍ରୋପଚାର କରିଥିଲେ। ଏହାସହ ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟର ବିଶେଷଜ୍ଞମାନେ ବି ଅପରେସନ ବେଳେ ଉପସ୍ଥିତ ଥିଲେ। ଅସ୍ତ୍ରୋପଚାର ପରେବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭଲ ଭାବେ କଥା ହୋଇ ପାରୁଛନ୍ତି। ଡାକ୍ତରଙ୍କ ସୂଚନା ଅନୁସାରେ, ବୟସ ବଢିଲେ ସର୍ଭିକାଲ ଆଥ୍ରାଇଟିସ ହୁଏ। ଦୁଇ ଘଣ୍ଟା ଧରି ଅପରେସନ ଚାଲିଥିଲା। ଅନେକ ପ୍ରତିଷ୍ଠିତ ଲୋକ ନବୀନ ପଟ୍ଟନାୟକଙ୍କୁ ଦେଖା କରିବାକୁ ଚାହୁଁଛନ୍ତି। ଅପରେସନ ସରିଥିବାରୁ ଡାକ୍ତର ୪୮ ଘଣ୍ଟା ଅପେକ୍ଷା କରିବାକୁ କହିଛନ୍ତି। ଆଇସିୟୁରୁ ରୁମକୁ ଆସିବାକୁ ପରେ ନବୀନଙ୍କୁ ସାକ୍ଷାତ କରିହେବ ବୋଲି ଡାକ୍ତର କହିଛନ୍ତି ।

ନବୀନଙ୍କ ପାଖରେ ଉପସ୍ଥିତ ଥିଲେ ତାଙ୍କ ଭାଇ ପ୍ରେମ ପଟ୍ଟନାୟକ ଓ ଭାଉଜ। ଦୀର୍ଘ ବର୍ଷର ଶାସନ ସମୟରେ ହେଉ କିମ୍ବା ବିରୋଧୀ ଦଳ ନେତା ଭାବେ ସବୁଠି ନବୀନ ପଟ୍ଟନାୟକ ଓଡିଶାବାସୀଙ୍କ ପାଇଁ ସମର୍ପିତ ହୋଇ କାର୍ଯ୍ୟ କରି ଆସୁଛନ୍ତି । ଆଧୁନିକ ଓଡି଼ଶାର ବିକାଶ ପୁରୁଷର ମାନ୍ୟତା ପାଇଛନ୍ତି । ସାରା ରାଜ୍ଯରେ ନବୀନଙ୍କ ଆରୋଗ୍ଯ କାମନା କରି ଦୀପଦାନ କରାଯାଇଥିବା ବେଳେ ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ବିଜେଡି ପକ୍ଷରୁ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ରବିବାର ଦିନ ସକାଳ ୧୦:୩୦ ମିନିଟ୍ ସମୟରେ ଦେଉଳା ନୀଳକଣ୍ଠେଶ୍ୱର ମନ୍ଦିର ଠାରେ ସମୂହ ଦୀପଦାନ ଓ ପୂଜାର୍ଚ୍ଚନା କରାଯାଇଥିଲା।ସେହିପରି ଭାମିନି ପଞ୍ଚାୟତ ର ଗୁମୁଡ଼ା ଠାରେ ଥିବା ଜଗନ୍ନାଥ ମନ୍ଦିରରେ ବିଜୁ ଜନତା ଦଳ ପକ୍ଷରୁ ଦୀପଦାନ ସହ ପୂଜାର୍ଚ୍ଚନା କରାଯାଇଥିଲା।ଏହି ପରିପ୍ରେକ୍ଷୀରେ ବରିଷ୍ଠ ବିଜେଡି ନେତା ଗଗନ ବିହାରୀ ଆଚାର୍ଯ୍ୟ, ଜଗଦୀଶ ନାୟକ ବେହେରା,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦାମୋଦର କୈବର୍ତ୍ତ, ବନମାଳୀ ମହାରଣା, ହେମାରାଓ କଂସ ବେହେରା,ଜି କାରିଆନା,ଜି ଲୋକେଶ ,ପଙ୍କଜ ପଣ୍ଡା ,ପି ତାରକା,ଅନିଲ ପଟ୍ଟନାୟକ ,ସୁଶିଳା ମାହାପାତ୍ର,ସଙ୍ଗୀତା ପ୍ରଧାନ ,ବିଜୟ ଲକ୍ଷ୍ମୀ ମିଶ୍ର,ଏମ୍ କ୍ରିଷ୍ଣା,ସୁଣ୍ଡଧାମୁଣି ସମିତି ସଭ୍ୟ କମଳ ମୁଟିକା, ପାରୀକ୍ଷିତି ସମିତି ସଭ୍ୟା ଲଷ୍ମୀ କାଡ୍ରାକା,ଦିଲ୍ଲୀପ ନାୟକ ବେହେରା, ବାବୁ ମହାରଣା,ରଞ୍ଜନ ନାୟକ ବେହେରା , ସଞ୍ଜୟ କୁମାର ପ୍ରଧାନ, ବାତ୍ରୀ ମାଣ୍ଡାଙ୍ଗି,ପୂର୍ବତନ ସମିତି ସଭ୍ୟ ପ୍ରଶାନ୍ତ ଗୌଡ଼ ପ୍ରମୁଖଙ୍କ ସମେତ ସମସ୍ତ ବିଜେଡି ସମର୍ଥକ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ। ନବୀନଙ୍କ ପାଇଁ ସାରା ରାଜ୍ଯରୁ ଆଶୁ ଆରୋଗ୍ଯ କାମନାର ସୁଅ ଛୁଟୁଛି।

Leave a Reply

Your email address will not be published. Required fields are marked *