December 20, 2025
Home » ବିଜେପି ସରକାର ଦେଶବାସୀଙ୍କୁ କ୍ଷମା ମାଗିବା ଦାବୀରେ ନୟାଗଡ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରା ।

ବିଜେପି ସରକାର ଦେଶବାସୀଙ୍କୁ କ୍ଷମା ମାଗିବା ଦାବୀରେ ନୟାଗଡ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରା ।

0
1000848241

ନୟାଗଡ ଦେଶରେ ବହୁଚର୍ଚ୍ଚିତ ନ୍ୟାସନାଲ ହେରାଲଡ଼ ମନିଲଣ୍ଡେରିଙ୍ଗ ଶହଶହ କୋଟି ଟଙ୍କା ହଡପ କରିଥିବା ଦର୍ଶାଇ, କେନ୍ଦ୍ର ବିଜେପି ସରକାର ତାଙ୍କ ପୋଷା ସିବିଆଇ ଇଡି ଲଗାଇ, ଗାନ୍ଧୀ ପରିବାର ବିରୁଦ୍ଧରେ ମିଛ କେଶ କରି, କଂଗ୍ରେସ ଦଳର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ, ଦୀର୍ଘ ୧୨ ବର୍ଷ ଧରି ପଚରାଉଚୁରା କରି, ମାନସିକ ନିର୍ଯାତନା ଦେଇ ଦେଶବାସୀଙ୍କ ଆଗରେ ନିନ୍ଦିତ କରିବା ଭଳି, ମନ୍ଦ ଉଦ୍ଧେଶ୍ୟ ରଖି, କଂଗ୍ରେସ ଦଳ ବିରୁଦ୍ଧରେ ନାନାଦି ଅପପ୍ରଚାର କରି ଆସୁଥିଲେ l ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଇଡି ସିବିଆଇ ଦ୍ୱାରା ଦିଲ୍ଲୀ ରାଉଜ ଅlଭେନିୟୁ ଅଦାଲତରେ ଦାଖଲ ହୋଇଥିବା ମିଥ୍ୟା ଦସ୍ତାବିଜର , କୌଣସି ଠୋସ ଅଭିଯୋଗ ସମ୍ପର୍କିତ ପ୍ରାମାଣିକ ତଥ୍ୟାବଳୀ ସିବିଆଇ କୋର୍ଟରେ ଦାଖଲ କରିବାରେ, ବିଫଳ ହେବାରୁ ମାନ୍ୟବର ଅଦାଲତ ଏହି ମିଥ୍ୟା ମନଗଢା ଅଭିଯୋଗ ଫର୍ଦ୍ଦ ଗ୍ରହଣ ନକରି ଖାରଜ କରି ଦେବା ପରେ କେନ୍ଦ୍ର ବିଜେପି ସରକାରକୁ ଶକ୍ତ ଧକ୍କା ଲାଗିଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶ କହିଛନ୍ତି l

କଂଗ୍ରେସ ଦଳକୁ ଦେଶରେ ବଦନାମ କରାଥିବା ବିଜେପି ସରକାର ଦେଶବାସଙ୍କ ଆଗରେ କ୍ଷମା ପ୍ରାର୍ଥନା କରୁ ବୋଲି ରଣପୁର କଂଗ୍ରେସ ବିଧାୟକ ପ୍ରାର୍ଥୀ ଶ୍ରୀ ବିଭୂ ପ୍ରସାଦ ମିଶ୍ର ଦାବୀ କରିଛନ୍ତି lକଂଗ୍ରେସ ଦଳର ଏହି ନୈତିକ ବିଜୟ ପରିପ୍ରେକ୍ଷୀରେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଆହ୍ୱାନ କ୍ରମେ ଆଜି ଅପରାହ୍ନ 0୫ ଘଟିକା ସମୟରେ ଶତାଧିକ ଯୁବଛାତ୍ର ଦଳୀୟ କାର୍ଯ୍ୟକର୍ତା ସ୍ଥାନୀୟ ପୂର୍ତ୍ତ ଡାକବଙ୍ଗଳା ଠାରୁ ନୟାଗଡ ଟ୍ରାଫିକ ଛକ ଯାଏଁ ବିଜେପି ସରକାର ବିରୁଦ୍ଧରେ ନାରାବାଜି କରି ଶୋଭାଯାତ୍ରାରେ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ଏହି ବିକ୍ଷୋଭ ଶୋଭାଯାତ୍ରାରେ ଶହ ଶହ ସଂଖ୍ୟାରେ କଂଗ୍ରେସ କର୍ମୀ ଯୋଗ ଦେଇଥିବାବେଳେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ, ନୟାଗଡ ବ୍ଲକ କଂଗ୍ରେସ ସଭାପତି ଫକୀର ଚରଣ ମଲ୍ଲ, ଓଡଗାଁ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ନୂଆଗାଁ ସଭାପତି ଅଶୋକ କୁମାର ନାୟକ, ବରିଷ୍ଠ ନେତା ପୂର୍ଣ୍ଣଚନ୍ଦ୍ର ସାନ୍ତ, ରମେଶ ପ୍ରଧାନ, କୂଳେଶ ମହାନ୍ତି, ମଦନ ମୋହନ ବିଶୋଇ, ଆଲୋକ କୁମାର ପ୍ରଧାନ,ଗୋଲାବ ଖାଁ,ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ପ୍ରତୀକ ମହାପାତ୍ର, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ,ଅମ୍ଲାନ ଅଂଶୁମାନ ସାହୁ, ସରlଫତ ଖାଁ, ।

ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *