ବିଜେବି ଫ୍ରେଣ୍ଡସ୍ ର ନିର୍ବାଚନ ଏଵଂ ଶପଥପାଠ
ଭୁବନେଶ୍ୱର : ବିଜେବି ମହାବିଦ୍ୟାଳୟ ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଗଠିତ ବିଜେବି ଫ୍ରେଣ୍ଡସ୍ ର ନିର୍ବାଚନ (୨୦୨୬-୨୦୨୮) ରବିବାର ଅନୁଷ୍ଠିତ ହୋଇଯାଇଛି | ଶପଥ ପାଠ ଉତ୍ସବ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ରୀତା ଦାସଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ହୋଇଯାଇଛି।
ବିଜେବି ଫ୍ରେଣ୍ଡସ୍ର କର୍ମକର୍ତ୍ତା ସର୍ବ:ଶ୍ରୀ ବିଶ୍ୱପ୍ରକାଶ ପଟ୍ଟନାୟକ,କାର୍ଯ୍ୟକାରୀ ସଭାପତି ,ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ, ସାଧାରଣ ସମ୍ପାଦକ,
ଶ୍ରୀ ମିହିର କାନ୍ତ ପ୍ରହରାଜ,କୋଷାଦକ୍ଷଙ୍କନବନିର୍ବାଚିତ ୧୨ ଜଣ କାର୍ଯ୍ୟକାରୀ ସଭ୍ୟ ଯଥାକ୍ରମେ ହେଲେ ବିଶ୍ୱରଞ୍ଜନ ସାହୁ, ଅରବିନ୍ଦ ପ୍ରସାଦ ବଳ,ଦିଲ୍ଲୀପ କୁମାର ସେନାପତି, ତିରୁପତି ପ୍ରସାଦ ପଣ୍ଡା, ଅମର ମହାପାତ୍ର, ସୁଚିତ୍ରା ସାହୁ, ବିଶ୍ୱ ବିଜୟ ବକ୍ସି ଆଚାର୍ଯ୍ୟ, କଳ୍ପତରୁ ଓଝା,ପ୍ରଦୀପ କୁମାର ସାମଲ,ସ୍ମରିତା ସାମନ୍ତରାୟ, ମଳୟ କେତନ ଜେନା ଏବଂ ଦୟାନନ୍ଦ ରଥ କାର୍ଯ୍ୟକାରୀ କମିଟି ଭାବରେ ନିର୍ବାଚିତ ହୋଇଛନ୍ତି।ସର୍ବସମ୍ମତି କ୍ରମେ ମହାବିଦ୍ୟାଳୟର ଉନ୍ନତି ମୂଳକ କାର୍ଯ୍ୟ କରିବା ପାଇଁ ଶପଥ ନେବା ସହିତ ସଭ୍ୟ ସଂଖ୍ୟା ବୃଦ୍ଧି ପାଇଁ ମଧ୍ୟ ଚେଷ୍ଟା କରିବେ।
