August 27, 2025
Home » ବିଦେଶରେ ଚମକିଲେ ଓଡିଆ ଝିଅ
WhatsApp Image 2025-08-18 at 12.05.07 PM

ସୁବର୍ଣ୍ଣପୁର — ବିଦେଶ ମାଟିରେ କମାଲ କଲେ ଓଡିଆ ଝିଅ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ର ସୁନା ଝିଅ ଅନୁଷ୍କା ଦାଶ ଏବେ ଏଭଳି କିଛି କମାଲ କରି ଦେଖାଇଛନ୍ତି । ଏହେସାସ ତଇକଣ୍ଡୋ ଏକାଡେମୀ ଭୂବନେଶ୍ୱରରେ ରହି ତାଲିମ ନେଉଥିବା ବିନିକା ଝିଅ ଅନୁଷ୍କା ମାଲେସିଆରେ ନିଲାଇ ଇଣ୍ଡୋର ଷ୍ଟାଡିଅମରେ ଅନୁଷ୍ଠିତ ଆନ୍ତର୍ଜାତୀୟ ତାଇକଣ୍ଡୋ ଚମ୍ପିଆନସିପରେ ଭାଗନେଇ ଏହି ସଫଳତା ପାଇଛନ୍ତି । ୧୫ ଅଗଷ୍ଟ ରୁ ୧୭ ଅଗଷ୍ଟ ପର୍ଯ୍ୟନ୍ତ ମାଲେସିଆରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଭାରତ ସମେତ ଚାଇନା,ତାଇପେଇ,ଇଣ୍ଡୋନେସିଆ,ଥାଇଲାଣ୍ଡ,ଫିଲପାଇନ୍ସ,ଅଷ୍ଟ୍ରେଲିଆ,ସିଙ୍ଗାପୁର,କୋରିଆ,ହଙ୍ଗକଙ୍ଗ,ନେପାଲ ଏବଂ ଅନ୍ୟାନ୍ୟ ଦେଶର ଖେଳାଳୀ ଅଂଶଗ୍ରହଣ କରିଥିଲେ । ଅନୁଷ୍କା ଙ୍କ ଏହି ବିଦେଶ ଗସ୍ତପାଇଁ ଏମସିଏଲ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବାବେଳେ କୋଚ ଏହେସାସ ହୋତାଙ୍କ ସହିତ ସେ ବିଦେଶ ଗସ୍ତ କରିଛନ୍ତି । ତେବେ ସେଠାରେ ଅନୁଷ୍ଠିତ ପ୍ରତିଯୋଗିତାର ପ୍ରତ୍ୟେକ ରାଉଣ୍ଡରେ ସଫଳତା ସହ ଶେଷରେ ଫାଇନାଲରେ ସ୍ୱର୍ଣ୍ଣ ପଦକ ଜିଣିଥିବା କୋଚ ଏହେସାସ ହୋତା ସୂଚନା ଦେଇଛନ୍ତି । ଅନୁଷ୍କା ଙ୍କ ଏହି ସଫଳତା ପରେ ଏମସିଏଲ କତୃପକ୍ଷ,ରାଜ୍ୟ ତାଇକଣ୍ଡୋ ସଂଘର ସଂପାଦକ ମନମୋହନ ଭଂଜ,ଜିଲ୍ଲା କ୍ରୀଡା ଅଧିକାରୀ ଚିତରଂଜନ ମିଶ୍ର,ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ ସଂଘର ସଭାପତି ରବୀନ୍ଦ୍ର ହୋତା ଏବଂ ବିନିକା କ୍ରୀଡା ସଂଘ ସମେତ ଅନ୍ୟାନ୍ୟ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଅନୁଷ୍କା ଙ୍କୁ ଶୂଭେଚ୍ଛା ଜଣାଇଛନ୍ତି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *