February 6, 2025
Home » ବିଦ୍ୟାଳୟରେ ଫାଟକରେ ତାଲା ପକାଇ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ଧରଣା

ବିଦ୍ୟାଳୟରେ ଫାଟକରେ ତାଲା ପକାଇ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ଧରଣା

0

ତିର୍ତୋଲ /ଜଗତସିଂହପୁର ୩୦/୧୧ ଜଗତସିଂହପୁର ଜିଲ୍ଲା ଅଧିନ ଏରସମା ବ୍ଲକ ଅନ୍ତର୍ଗତ ବଳେଇପୁର ପଞ୍ଚାୟତ ସିଂହପୁର ପତିତପାବନ ସରକାରୀ ଉଚ୍ଚବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତାପସ ଜେନାଙ୍କୁ ଡେପୁଟେସନ୍ ମାଧ୍ୟମରେ ଏରସମା ବ୍ଲକ ଅନ୍ତର୍ଗତ ଚଟୁଆ ସରକାରୀ ଉଚ୍ଚବିଦ୍ୟାଳୟକୁ ବଦଳିକରାଯାଇଛି।ସେହିପରି ଚଟୁଆ ଉଚ୍ଚବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସ୍ୱପ୍ନା ମହାପାତ୍ରଙ୍କୁ ଡେପୁଟେସନ୍ ମାଧ୍ୟମରେ ସିଂହପୁର ପତିତପାବନ ସରକାରୀ ଉଚ୍ଚବିଦ୍ୟାଳୟକୁ ବଦଳି କରାଯାଇଛି।ସିଂହପୁର ପତିତପାବନ ସରକାରୀ ଉଚ୍ଚବିଦ୍ୟାଳୟରେ ନବମ ,ଦଶମ ଶ୍ରେଣୀର ମୋଟ ୮୩ ଜଣ ଛାତ୍ରଛାତ୍ରୀମାନେ ପଢୁଛନ୍ତି।ଚଳିତବର୍ଷ ଦଶମ ଶ୍ରେଣୀ ପିଲାମାନଙ୍କର ବୋର୍ଡ ପରିକ୍ଷା ୨ ମାସ ଥିବାରୁ ଛାତ୍ରଛାତ୍ରୀମାନଙ୍କ ସହିତ ଶିକ୍ଷକ ତାପସ ସାରଙ୍କ୍ ପାଠପଢା ଶୈଳୀ ଓ ସାର୍ ପିଲାମାନଙ୍କୁ ସହଜ ସରଳତାର ପଢାଇବାର ଗୁଣ ବେଶ୍ ପସନ୍ଦ ଆସୁଥିବାରୁ ଶିକ୍ଷକ ବଦଳି ହେବା କଥା ଶୁଣି ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ବିଦ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି।ଚଟୁଆ ସରକାରୀ ଉଚ୍ଚବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱପ୍ନା ମହାପାତ୍ରଙ୍କୁ ସରକାରଙ୍କ ନିର୍ଦ୍ଧେଶ ଅନୁସାରେ ଚଟୁଆ ସ୍କୁଲ ଛାଡି ଆଜି ସକାଳେ ସିଂହପୁର ପତିତପାବନ ସରକାରୀ ଉଚ୍ଚବିଦ୍ୟାଳୟରେ ନିଯୁକ୍ତି କରିବା ପାଇଁ ଚିଠି ହେଇଥିବା ବେଳେ ମାତ୍ର ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ଫାଟକ ଆଗରେ ତାଳା ପକାଇ ଆନ୍ଦୋଳନ ଜାରି ରଖିଥିବା ବେଳେ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ୱପ୍ନା ମହାପାତ୍ର ଛାତ୍ର ଛାତ୍ରଛାତ୍ରୀମାନଙ୍କୁ ବୁଝାବୁଝି କଲାପରେ ବି ଶିକ୍ଷୟିତ୍ରୀ ଶ୍ରୀମତୀ ମହାପାତ୍ରଙ୍କୁ ବିଦ୍ୟାଳୟ ପିରିସରକୁ ଛାତ୍ର ଛାତ୍ରୀ ମାନେ ପ୍ରବେଶ କରାଇଦେଇ ନଥିଲେ। ଏନେଇ ଶ୍ରୀମତୀ ମହାପାତ୍ର ପଚାରିବାରୁ ଶ୍ରୀମତୀ ମହାପାତ୍ର ଏରସମା ବିଇଓ ଅଫିସ୍ ଯିବେ ବେଲି ସୂଚନା ଦେଇଛନ୍ତି।ଅପରପକ୍ଷରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ତାପସ ଜେନାଙ୍କୁ ଚଟୁଆ ସରକାରୀ ଉଚ୍ଚବିଦ୍ୟାଳୟରେ ଯୋଗନଦେବା ପାଇଁ ଅଭିଭାବକ ଭାଗବତ ସେଠୀ,ସଂଧ୍ୟାରାଣୀ ସ୍ୱାଇଁ, ପ୍ରଶାନ୍ତ ପାତ୍ର,ଶ୍ରୀପା ପଟ୍ଟନାୟକ, ଶାଗରିକା ମହାନ୍ତି, କଲ୍ୟାଣୀ ବାରିକ,ମାନସୀ ଦାସ,ମିତା ପାତ୍ର,ମାଲିପ୍ରଭା ମହାନ୍ତି, ସୁଜାତା ସାହୁଙ୍କ ସମେତ ଛାତ୍ରଛାତ୍ରୀମାନେ ଧାରଣାରେ ବସିଛନ୍ତି।

ତିର୍ତୋଲ ରୁ ଶ୍ରୀବତ୍ସ ପାଢ଼ୀ, ଏପିଏ ନିୟୁଜୁ

Leave a Reply

Your email address will not be published. Required fields are marked *