October 23, 2025
Home » ବିଦ୍ୟୁତ୍ ଖୁଣ୍ଟରେ ନାହିଁ କେବୁଲ ସଂଯୋଗ ତାର l

ବିଦ୍ୟୁତ୍ ଖୁଣ୍ଟରେ ନାହିଁ କେବୁଲ ସଂଯୋଗ ତାର l

0
WhatsApp Image 2025-04-28 at 5.51.12 PM

ସୁବର୍ଣ୍ଣପୁର– 28/4/25, ସୋନପୁର ସହର ଉପକଣ୍ଠ ପଟାଭାଡି ମାରୁତି ନଗର ଭିତରେ ସମସ୍ତ ବିଦ୍ୟୁତ୍ ଖୁଣ୍ଟରେ ନାହିଁ କେବୁଲ ସଂଯୋଗ ବିଦ୍ୟୁତ୍ ତାର। ସୂଚନାଯୋଗ୍ୟ ଯେ,ଏହି ପଡ଼ାରେ ସମସ୍ତ ଘର ପାଖକୁ କେବୁଲ୍ ସଂଯୋଗ ବିଦ୍ୟୁତ୍ ତାର ସଂପ୍ରସାରଣ ହୋଇନଥିବା ଯୋଗୁଁ ଲୋକେ ଦୂର ବିଦ୍ୟୁତ୍ ଖୁଣ୍ଟରୁ ଲାଇନ ଆଣୁଛନ୍ତି। ଫଳରେ ଲୋକଙ୍କ ଜମି ଉପରେ,ଘର ଉପର ଦେଇ ମଧ୍ୟ ତାର ଟାଣି ଲାଇନ ନେବା ଦ୍ୱାରା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପଡ଼ାର ନଳକୂପ ସମ୍ମୁଖ ବିଦ୍ୟୁତ୍ ଖୁଣ୍ଟ ପର୍ଯ୍ୟନ୍ତ କେବୁଲ୍ ତାର ସଂପ୍ରସାରଣ ହୋଇଛି। ଏହି ପାଖରେ ହଳଦିଆ ରଙ୍ଗର ଘରକୁ ଲାଗିଥିବା ୧୧କେଭି ବିଦ୍ୟୁତ୍ ଖୁଣ୍ଟରେ କେବୁଲ୍ ସଂଯୋଗ ହୋଇନଥିବା ଯୋଗୁଁ ଆଖପାଖ ଲୋକେ ଦୂର ଖୁଣ୍ଟରୁ ଲାଇନ ଆଣୁଛନ୍ତି। ଏଣୁ ବିଦ୍ୟୁତ୍ ବିଭାଗ ତୁରନ୍ତ ଏହି ବିଦ୍ୟୁତ୍ ଖୁଣ୍ଟ ଓ ଅନ୍ୟାନ୍ୟ ବିଦ୍ୟୁତ୍ ଖୁଣ୍ଟ ପର୍ଯ୍ୟନ୍ତ କେବୁଲ୍ ସଂଯୋଗ ତାର ସଂପ୍ରସାରଣ କରିବାକୁ ମାରୁତି ନଗରବାସୀ ଦାବି କରିଛନ୍ତି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *