July 7, 2025
Home » ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଶ୍ରମିକ ମୃତ ୧୮ ଘଣ୍ଟା ପରେ ବି ଉଠିଲା ଶବ ,ରୋଜଗାରିଆ ପୁଅ କୁ ହରାଇ ପରିବାର ବେସାହାରା

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଶ୍ରମିକ ମୃତ ୧୮ ଘଣ୍ଟା ପରେ ବି ଉଠିଲା ଶବ ,ରୋଜଗାରିଆ ପୁଅ କୁ ହରାଇ ପରିବାର ବେସାହାରା

0
WhatsApp Image 2024-12-08 at 12.14.13 PM

ଯମ ରୁପରେ ଜଗିଥିଲା ଉଚ୍ଚ ସମ୍ପନ୍ନ ବିଦ୍ୟୁତ କରେଣ୍ଟ, ପରିବାର ପ୍ରତିପୋଷଣ ପାଇଁ ଧାନ କାଟିବା କୁ ଯାଇଥିବା ରୋଜଗାରିଆ ଯୁବକ ର ନେଇଗଲା ଜୀବନ। ଏବେ ବେସାହାରା ପରିବାର। ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଓ କୋକସରା ବ୍ଲକ ସୀମାନ୍ତ କୁଣ୍ଡୀଗୁଡା ଗାଁ ରେ ଶୁକ୍ରବାର ଧାନ କାଟିବା ବେଳେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକ ଙ୍କ ମୃତ୍ୟୁ ହୋଇଛି। କ୍ଷତିପୂରଣ ଦାବି ନେଇ ଦୁର୍ଘଟଣା ର ୧୮ ଘଣ୍ଟା ପ୍ରଶାସନ ଅଧିକାରୀ ପହଞ୍ଚି ଆର୍ଥିକ ସହାୟତା ଦେବା ଶବ ଉଠିଥିଲା।
ସୂଚନା ମତେ କୁଣ୍ଡୀଗୁଡ଼ା ଗ୍ରାମର ପରମାନନ୍ଦ ରାଉତ (୨୦) ନାମକ ଯୁବକ ଗାଁ ର ଜଣେ ଚାଷୀ ଙ୍କ ଚାଷଜମି କୁ ଧାନ କରିବାକୁ ଯାଇଥିଲେ।


ଧାନ କାଟିବା ସମୟ ରେ ବିଲ ଭିତରେ ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍ ଖୁଣ୍ଟ ରେ ଥିବା ଆର୍ଥିଙ୍ଗ ତାର ରେ ସଂସ୍ପର୍ଶରେ ରେ ଆସି ଶ୍ରମିକ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଥିଲା ୧୮ ଘଣ୍ଟା ପରେ ଘଟଣା ସ୍ଥଳରେ ବିଦ୍ୟୁତ ବିଭାଗୀୟ ଅଧିକାରୀ ଓ ବିଡ଼ିଓ ଧର୍ମରାଜ ମାଝୀ ବ୍ଲକ ଅଧ୍ୟକ୍ଷ ଥବିର ବାଗ ପହଞ୍ଚି ବୁଝାସୂଝା କରି ସହାୟତା ଦେଇଥିଲେ। ବିଦ୍ୟୁତ ବିଭାଗ ପକ୍ଷରୁ ୩୦ ହଜାର,ରେଡକ୍ରସ ପାଣ୍ଠି ରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ୩୦ ହଜାର ଓ ହରିଚନ୍ଦ୍ର ଯୋଜନାରେ ୩ ହଜାର ଦେଇ ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ ପରିବାର ପ୍ରତି ଦୃଷ୍ଟି ଦିଆ ଯିବା ପ୍ରତିଶ୍ରୁତି ଦେବା ପରେ ଶବ କୁ ପରିବାର ଲୋକେ ହସ୍ତାନ୍ତର କରିଥିଲେ । ବ୍ୟବଚ୍ଛେଦ ପରେ ଶବ ପରିବାର କୁ ହସ୍ତାନ୍ତର କରା ଯାଇଛି।ମୃତ ଶ୍ରମିକ ଙ୍କ ବାପା ମଙ୍ଗଳ ରାଉତ ଦୁଇ ବର୍ଷ ତଳେ ମୃତ୍ୟୁ ହୋଇ ଥିବା ବେଳେ ବିଧବା ମା କୁଷମା ଓ ଭଉଣୀ କ୍ଷୀର ରାଉତ (୧୫) ଙ୍କୁ ପରମାନନ୍ଦ ପ୍ରତିପୋଷଣ କରୁଥିଲେ। ଗତକାଲି ପରିବାର କୁ ଦାନା ଯୋଗାଣ ପାଇଁ ଧାନ କାଟିବାକୁ ଯାଇ ଓହଳି ଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ ହେବା ପରେ ପରିବାର ରେ ଦୁଃଖର ବାଦଲ ଛାଇ ଯାଇଛି।

ବିଦ୍ୟାଧର ସାହୁ ଙ୍କ ରିପୋର୍ଟ…..

Leave a Reply

Your email address will not be published. Required fields are marked *