ବିଦ୍ୟୁତ ଆଘାତ ରେ 5 ବର୍ଷ ର ଶିଶୁ ମୃତ

ସୁବର୍ଣ୍ଣପୁର –ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଜାମଛାପର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି l ବିଦ୍ୟୁତ ଆଘାତ ରେ ଆସି ଜଣେ 5 ବର୍ଷର ଶିଶୁ ର ମୃତ୍ୟୁ ଘଟିଛି । ମୃତ ଶିଶୁ ଜଣକ ହେଲେ ହିମାଂଶୁ ସନ୍ୟାସୀଙ୍କ ପୁଅ ଶ୍ରେୟାଂଶା ଓରଫ ସୁବ୍ରତ ସନ୍ୟାସୀ ବୋଲି ଜଣାପଡିଛି l ସୂଚନା ଅନୁସାରେ ଶ୍ରେୟାଂଶ କୌଣସି କାରଣରୁ ଘରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲା । ଫଳରେ ତାର ମୁଁହ ଏବଂ ହାତର କିଛି ଅଂଶ ପୋଡି ଯାଇଥିଲା । ତୁରନ୍ତ ପରିବାର ଲୋକେ ତାଙ୍କୁ ବିନିକା ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..