ବିଦ୍ୟୁତ ସଂସ୍ପର୍ଶ ରେ ଆସି ପୁଣି ଜଣକର ମୃତ୍ୟୁ

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା କଦଳୀମୁଣ୍ଡା ଗାଁ ରେ ବିଦ୍ୟୁତ ସଂସ୍ପର୍ଶ ରେ ଗତ ରବିବାର ଦିନ ଜଣେ ଯୁବତୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଣି ଆଜି ଜଣେ ଯୁବକର ମୃତ୍ୟୁ ହୋଇଛି।ମୃତ ଯୁବକ ଜଣକ ହେଲେ ଉକ୍ତ ଗାଁ ର ଦୀନେଶ ମାଝୀ (୨୫) । ଆଜି ସନ୍ଧ୍ୟା ସମୟରେ ନିଜ ଆଜବେଷ୍ଟ ଘରେ ହୋଲଡର ରେ ବିଦ୍ୟୁତ ବଳ ଲଗାଉଥିବା ବେଳେ ନିଜ ଅସାବଧାନତା ଯୋଗୁଁ ବିଦ୍ୟୁତ ସଂସ୍ପର୍ଶ ରେ ଆସି ଅଚେତ ହୋଇଥିବା ବେଳେ ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପର୍ଲା ଡାକ୍ତରଖାନା କୁ ନେଇ ଥିଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିବା ଜଣାଯାଇଛି।
କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ