April 18, 2025
Home » ବିଧାୟକ ଓ ଯୁବବିଜେଡି ସଭାପତି ଙ୍କ ସମର୍ଥକ ଯୁବକଙ୍କୁ ମାଡ଼ ମାରୁଥିବା ଭିଡିଓ ଭାଇରାଲ l

ବିଧାୟକ ଓ ଯୁବବିଜେଡି ସଭାପତି ଙ୍କ ସମର୍ଥକ ଯୁବକଙ୍କୁ ମାଡ଼ ମାରୁଥିବା ଭିଡିଓ ଭାଇରାଲ l

0

ସୁବର୍ଣ୍ଣପୁର — ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ ଓ ସୁବର୍ଣ୍ଣପୁର ଜିଲ୍ଲା ଯୁବବିଜେଡି ସଭାପତି ଅଶୋକ ନନ୍ଦ ଙ୍କ କେତେକ ସମର୍ଥକ ଗତ ରବିବାର ଦିନ ବିନିକା ବ୍ଲକ ଅଂଚଳ ର ଜଣେ ଯୁବକ ଙ୍କୁ ମାଡ଼ ମାରିଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ଜଣାପଡିଛି l କୌଣସି ବିଷୟ କୁ ନେଇ ଯୁବକ ଜଣକ ଭିଡିଓ ମାଧ୍ୟମରେ ପ୍ରତିବାଦ କରିଥିଲେ l ଏ ନେଇ ସୋନପୁର ବିଧାୟକ ଶ୍ରୀ ପୂଜାରୀ ଓ ଯୁବ ବିଜେଡି ସଭାପତି ତଥା ବିନିକା ବ୍ଲକ ଅଧ୍ୟକ୍ଷା ଙ୍କ ସ୍ୱାମୀ ଶ୍ରୀ ନନ୍ଦ ଙ୍କ କେତେକ ସମର୍ଥକ ଗତକାଲି ଉକ୍ତ ଯୁବକଙ୍କୁ ମାରପିଟ କରିବା ସହ ଧମକଚମକ ଦେଇଥିବା ଭିଡିଓ ଭାଇରାଲ ହୋଇଛି l ଯୁବକ ଜଣକ ସମସ୍ତ ଙ୍କ ଉପସ୍ଥିତି ରେ ଭିଡିଓ ରେ ନେହୁରା ହୋଇ ତାଙ୍କର ଭୁଲ ହୋଇଥିବା ସ୍ୱୀକାର କରୁଛନ୍ତି l ସେଠାରେ ଉପସ୍ଥିତ ଉଭୟ ନେତା ଙ୍କ ସମର୍ଥକ ମାନେ ଯୁବକ ଙ୍କୁ ତାଗିଦ କରୁଥିବା ମଧ୍ୟ ଭାଇରାଲ ଭିଡିଓ ରେ ଶୁଣାଯାଉଛି l ପ୍ରକାଶ ଯେ, ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ କୁହିବାହାଲ ଗ୍ରାମପଞ୍ଚାୟତ ଆନନ୍ଦପୁର ଗ୍ରାମର ଯୁବକ ନୀତିଶ ଷାଣ୍ଢ କୌଣସି ବିଷୟ କୁ ନେଇ ସୋନପୁର ବିଧାୟକ ଶ୍ରୀ ପୂଜାରୀ ଓ ଶ୍ରୀ ନନ୍ଦ ଙ୍କ ଉଦ୍ଦେଶ୍ୟରେ ଗାଳିଗୁଲଜ ଦେଇ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ l ଉକ୍ତ ଭିଡିଓ ଭାଇରାଲ ହେବାପରେ ଉଭୟ ନେତା ଙ୍କ ସମର୍ଥକ ଗତକାଲି ତାଙ୍କୁ ଖୋଜାଖୋଜି କରି ଉଲୁଣ୍ଡା ବ୍ଲକ ବିଶିପଡ଼ା ଠାରେ ଠାବ କରିଥିଲେ l ସେଠାରେ ସମର୍ଥକ ମାନେ ଯୁବକ ଙ୍କୁ ଚାପୁଡ଼ା, ଗୋଇଠା ମାରିବା ସହ ଧମକଚମକ ଦେଇଥିଲେ l ପରେ ଯୁବକ ଜଣକ ହାତଯୋଡି ସର୍ବସମ୍ମୁଖରେ କ୍ଷମା ମାଗିବା ଓ ନିଜ ଗାଲ ରେ ଚାପୁଡ଼ା ମାରିହୋଇ ଭୁଲ ମାଗିଥିଲେ l ପରେ ଭୁଲ ମାଗିବା ଭିଡିଓ ସାମାଜିକ ଗଣମାଧ୍ୟମ ରେ ଭାଇରାଲ ମଧ୍ୟ ହୋଇଥିଲା l ହେଲେ ପରବର୍ତ୍ତୀ ସମୟ ରେ ଭିଡିଓ ଗୁଡିକୁ ଡିଲିଟ କରାଯାଇଥିବା ଜଣାପଡିଛି l ଉକ୍ତ ଘଟଣା କୁ ନେଇ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲା ରେ ପ୍ରତିକ୍ରିୟା ପ୍ରକାଶ ପାଇଛି l ଅପରପକ୍ଷେ ଏଭଳି ଭିଡିଓ ସମ୍ପର୍କ ରେ ଶ୍ରୀ ନନ୍ଦ କିମ୍ବା ବିଧାୟକ ଶ୍ରୀ ପୂଜାରୀ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ l ସେମାନେ ବାସ୍ତବ ରେ ଶ୍ରୀ ନନ୍ଦ ଓ ଶ୍ରୀ ପୂଜାରୀ ଙ୍କ ସମର୍ଥକ ନା କେବଳ ମିଥ୍ୟା ପ୍ରଚାର ହେଉଛି, ତାହାର ସତ୍ୟାସତ୍ୟ ଅନୁସନ୍ଧାନ କରିବା ସହ ଏଭଳି ଭିଡିଓ କରାଯିବା ପଛର ଉଦ୍ଦେଶ୍ୟ କଣ ତାହାର ତଦନ୍ତ କରାଯିବାକୁ ଏ ସାଧାରଣ ରେ ଦାବି ହେଉଛି l ସୁବର୍ଣ୍ଣପୁର ଏସପି ଘଟଣା ର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣ ରେ ଦାବି ହେଉଛି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *