December 18, 2025
Home » ବିନିକା ଆଞ୍ଚଳିକ ସାମ୍ବାଦିକ ସଙ୍ଘର ବିଭିନ୍ନ ସମସ୍ୟା ନେଇ ବୈଠକ, ସବଡ଼ିଭିଜନ ପାଇଁ ଦାବି ଉପସ୍ଥାପନ

ବିନିକା ଆଞ୍ଚଳିକ ସାମ୍ବାଦିକ ସଙ୍ଘର ବିଭିନ୍ନ ସମସ୍ୟା ନେଇ ବୈଠକ, ସବଡ଼ିଭିଜନ ପାଇଁ ଦାବି ଉପସ୍ଥାପନ

0
WhatsApp Image 2025-12-18 at 1.40.38 PM

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ପାପକ୍ଷୟ ଘାଟ କଲ୍ୟାଣ ମଣ୍ଡପ ଠାରେ ଆଜି ବିନିକା ଆଞ୍ଚଳିକ ସାମ୍ବାଦିକ ସଙ୍ଘର ସଭାପତି ନନ୍ଦିଘୋଷ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି l ଉକ୍ତ ବୈଠକ ରେ ନଗରପାଳ ସୁବାଷ ଚନ୍ଦ୍ର ଭୋଇ,ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସ୍ୱତନ୍ତ୍ର ଅତିଥିଭାବେ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ଭୋଇ ଯୋଗଦେଇ ସାମ୍ବାଦିକ ମାନଙ୍କୁ ସହରର ତଥା ଅଞ୍ଚଳର ବିଭିନ୍ନ ସମସ୍ୟା କୁ ସମାଧାନ ଓ ବିକାଶ କ୍ଷେତ୍ରରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ l ଏହି ଅବସରରେ ସଙ୍ଘ ତରଫରୁ ଚାଷୀମାନେ କିପରି ସୁବିଧାରେ ଧାନ ବିକ୍ରି କରିପାରିବେ, ମଣ୍ଡି ବ୍ୟବସ୍ଥା ସୁଚାରୁରୂପେ ଚଳାଇବା, ବିନିକା କୁ ଅତିଶୀଘ୍ର ଉପଖଣ୍ଡର ମାନ୍ୟତା ମିଳିବା ନେଇ ବିଧାୟକ ଙ୍କୁ ଦାବି ଜଣାଇବା, ଆବଶ୍ୟକ ସ୍ଥଳେ ଭୁବନେଶ୍ୱର ଯାଇ ବିଭାଗୀୟ ମନ୍ତ୍ରୀଙ୍କୁ ଦାବି ଜଣାଇବା, ବିନିକାରେ ଏକ ବୋଟିଙ୍ଗ କ୍ଲବ କରିବା, ବିନିକାକୁ ପୁଣି ନିର୍ବାଚନ ମଣ୍ଡଳୀ କରିବା ପାଇଁ ଦାବି ଉପସ୍ଥାପନା କରିବା ଆଦି ବିଷୟରେ ଆଲୋଚନା କରାଯାଇଛି l ସାମ୍ବାଦିକ ମୁକେଶ ବଗର୍ତ୍ତୀ ସଭା ପରିଚାଳନା କରିଥିବାବେଳେ ବରିଷ୍ଠ ସାମ୍ବାଦିକ ଧ୍ରୁବରାଜ ମିଶ୍ର ଧନ୍ୟବାଦ ଦେଇଥିଲେ | ଏହି ବୈଠକ ରେ ସମ୍ପାଦକ ଦିଲ୍ଲୀପ ସାହୁ, ସହ ସମ୍ପାଦକ ସଦାନନ୍ଦ ପଧାନ,ଉପ ସଭାପତି ସମ୍ବିତ ନେପାକ,କାର୍ଯ୍ୟାଳୟ ପରିଚାଳକ ନରସିଂହ ପଧାନ,ଉପଦେଷ୍ଟା ରାମଗୋପାଳ ବାଗ, ମୁରଲୀଧର ସାହୁ,ସଦସ୍ୟ ରବୀନ୍ଦ୍ର ନାଥ ହୋତା, ଅଶୋକ କୁମାର ପଣ୍ଡା, ସନାତନ ପୁଜାହାରୀ,ଲକ୍ଷ୍ମଣ ପାତ୍ର,ସୁବ୍ରତ ମିଶ୍ର, ପରକ୍ଷିତ ବାଘ, ଅଶ୍ୱିନୀ ନେପାକ ପ୍ରମୁଖ ଉପସ୍ଥିତ ଥିଲେ |

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *