July 29, 2025
Home » ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ଗ୍ରାମ୍ୟ ଉନ୍ନୟନ , ପାନୀୟ ଜଳ ଓ ପଞ୍ଚାୟତିରାଜ ମନ୍ତ୍ରୀ ।

ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ଗ୍ରାମ୍ୟ ଉନ୍ନୟନ , ପାନୀୟ ଜଳ ଓ ପଞ୍ଚାୟତିରାଜ ମନ୍ତ୍ରୀ ।

0
WhatsApp Image 2025-05-24 at 12.28.58 PM

ସୁବର୍ଣ୍ଣପୁର– ଓଡ଼ିଶା ସରକାର ଙ୍କ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ମୂଖ୍ୟଅତିଥି ଭାବରେ ଯୋଗ ଦେଇ ୩୦ଶଯ୍ୟା ବିଶିଷ୍ଟ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହା କାର୍ଯ୍ୟକାରୀ ହେଲେ ବିନିକା ସହର ଓ ଗ୍ରାମାଞ୍ଚଳର ଜନସାଧାରଣ ସ୍ବାସ୍ଥ୍ୟଗତ ସମାସ୍ୟା ର ଆଶୁ ଚିକିତ୍ସା ନେଇ ପାରିବେ l ସରକାର ଆୟୁଷ୍ମାନ କାର୍ଡ ଉପକାରୀତା ଉପରେ ମନ୍ତ୍ରୀ ଶ୍ରୀ ନାୟକ ମତ ବ୍ୟକ୍ତ କରିଥିଲେ l ପରେ ବିନିକା ସ୍ଥିତ ଚୌଧୁରୀ ଉଦ୍ୟୋଗ ପରିଦର୍ଶନ କରିବା ସହ ବିନିକା ଜାମପାଲି ଠାରେ ନିର୍ମିତ ମେଗା ପାନୀୟ ଜଳ ପ୍ରକଳ୍ପ କୁ ବୁଲି ଦେଖିଥିଲେ । ଵୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା, ‌ଜିଲ୍ଲାପାଳ ଅନ୍ୟା ଦାସ , ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ମେହେର , ସୁବର୍ଣ୍ଣପୁର ସିଡିଏମଓ ଡ଼ା.ପ୍ରଦୀପ ଗୁରୁ , ଏଡିଏମଓ (ଏଫଡବ୍ଲୁ) ଡ଼ା. ଦୈତ୍ୟ ନାରାୟଣ ପାଢ଼ୀ , ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା.ସତ୍ୟ ନାରାୟଣ ପାଣିଗ୍ରାହୀ ଓ ଷ୍ଟାଫ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ସଭାପତି ବେଣୁଧର ଦାଶ,ବିଜେପି ପୁର୍ବତନ ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ର, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ଉଷା କୁମାରୀ ,ସାଂସଦ ପ୍ରତିନିଧି ବାବୁଲୁ ବିଶି, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ବମ୍ବର ମିଶ୍ର ପ୍ରମୁଖ ଯୋଗ ଦେଇ ଥିଲେ ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *