July 16, 2025
Home » ବିନିକା ଡାକ୍ତରଖାନାରେ ନାହିଁ ମହାପ୍ରୟାଣ ଗାଡ଼ି : ଅର୍ଥା ଭାବ ଯୋଗୁଁ ଗାଡ଼ି ଭଡ଼ା କରି ନ ପାରି ବାଇକ୍ ରେ ଶବ ନେଲେ ପରିବାର ଲୋକେ

ବିନିକା ଡାକ୍ତରଖାନାରେ ନାହିଁ ମହାପ୍ରୟାଣ ଗାଡ଼ି : ଅର୍ଥା ଭାବ ଯୋଗୁଁ ଗାଡ଼ି ଭଡ଼ା କରି ନ ପାରି ବାଇକ୍ ରେ ଶବ ନେଲେ ପରିବାର ଲୋକେ

0
WhatsApp Image 2024-11-30 at 11.27.16 AM

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ପାତିକାରପଡ଼ାର ବିଦ୍ୟାଧର ନାଏକ (୬୫)ଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାକୁ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଥିଲେ ପରିବାର ଲୋକେ I ପରେ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ତାକୁ ଦେଖି ମୃତ ଘୋଷଣା କରିଥିଲେ I ଘରକୁ ଶବ ନେବାପାଇଁ ଅର୍ଥା ଭାଗ ଥିବାରୁ ବେସରକାରୀ ଗାଡି କରି ପାରି ନଥିଲେ କି ବିନିକା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଦୀର୍ଘ ବର୍ଷ ହେବ ଦାବି ହେଉଥିଲେ ମଧ୍ୟ ମହାପ୍ରୟାଣ ଗାଡ଼ି ନ ଥିବାରୁ ବାଧ୍ୟହୋଇ ଶବକୁ ବାଇକରେ ବିନିକା ସ୍ୱାସ୍ଥ୍ୟ କେନ୍ଦ୍ର ରୁ ନିଜ ଘର ପାତିକାରପଡ଼ା ପର୍ଯ୍ୟନ୍ତ ନେଇଥିଲେ I ଏହାକୁ ଦେଖି ଅଞ୍ଚଳର ଜନସାଧାରଣ ମଧ୍ୟରେ ବିଭିନ୍ନ ଚର୍ଚ୍ଚା ହେଉଛି। ବିନିକା ସ୍ୱାସ୍ଥ୍ୟ କେନ୍ଦ୍ର ରେ ମହାପ୍ରୟାଣ ଗାଡି ନ ଥିବାରୁ ଅନେକ ଗରିବ ଲୋକ ଏହିପରି ସାଇକେଲ, ବାଇକ ଓ ଖନ୍ଦ ରେ ବୋହି ନେଇଥିବା ନଜିର ରହିଛି । ସୁଚନା ଯୋଗ୍ୟ ସୁବର୍ଣ୍ଣପୁର ପୁର୍ବତନ ସିଡିଏମଓ ବିନିକା ସ୍ୱାସ୍ଥ୍ୟ କେନ୍ଦ୍ର କୁ ମହାପ୍ରୟାଣ ଗାଡି ଦିଆଯିବା କୁ ପ୍ରତିଶୃତି ଦେଇ ଥିଲେ କିନ୍ତୁ ତାଙ୍କ ପ୍ରତିଶ୍ରୁତି ପାଣିର ଗାର ହୋଇ ରହିଛି। ଏଣୁ ପ୍ରଶାସନ ତୁରନ୍ତ ଵିନିକା ସ୍ୱାସ୍ଥ୍ୟ କେନ୍ଦ୍ର କୁ ମହାପ୍ରୟାଣ ଗାଡ଼ି ଯୋଗାଇ ଦେବା କୁ ଜନସାଧାରଣ ରେ ଦାଵି ହେଉଛି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *