July 2, 2025
Home » ବିନିକା ପୋଷ୍ଟ ଅଫିସରେ ୬ଟି ତାଲା କାଟି ଭିତରକୁ ପଶିଲେ ଦୃର୍ବୁତ୍ତ

ବିନିକା ପୋଷ୍ଟ ଅଫିସରେ ୬ଟି ତାଲା କାଟି ଭିତରକୁ ପଶିଲେ ଦୃର୍ବୁତ୍ତ

0
WhatsApp Image 2025-02-26 at 6.02.58 AM

ସୁବର୍ଣ୍ଣପୁର — ସୋମବାର ବିଳମ୍ବିତ ରାତିରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସମ୍ମୁଖରେ ଥିବା ସବ ପୋଷ୍ଟ ଅଫିସର ୬ଟି ତାଲା କାଟି ଦୃର୍ବୁତ୍ତ ମାନେ ଭିତରକୁ ପ୍ରବେଶ କରି ଚୋରୀ ଉଦ୍ୟମ କରିଥିଲେ। ଏନେଇ ବିନିକା ଥାନା ରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ ସୋମବାର ବିଳମ୍ବିତ ରାତିରେ କେତେକ ଦୁର୍ବୁତ୍ତ ପୋଷ୍ଟ ଅଫିସ କୁ ପଶି କିଛି ଚୋରୀ କରିବାକୁ ଉଦ୍ୟମ କରିଥିଲେ ହେଁ ସଫଳ ହୋଇପାରିନଥିବା ଜଣା ପଡିଛି । ମଙ୍ଗଳବାର ସକାଳୁ ପୋଷ୍ଟ ଅଫିସ ରେ କାର୍ଯ୍ୟରତ ସୁଇପର ଗେଟ ଖୋଳି ଭିତରକୁ ପ୍ରବେଶ କରିବା ପରେ ଅଫିସ ର ତାଲା କଟାଯାଇଥିବା ଦେଖିବାକୁ ପାଇଥିଲେ ।

ପରେ ସେ ପୋଷ୍ଟ ମାଷ୍ଟର ସହ ଅନ୍ୟାନ୍ୟ କର୍ମଚାରୀ ଙ୍କୁ ଖବର ଦେଇଥିଲେ । ପୋଷ୍ଟ ଅଫିସ କର୍ମଚାରୀ ଆସି ବିନିକା ପୋଲିସ କୁ ଖବର ଦେଇଥିଲେ । ବିନିକା ପୋଲିସ ପୋଷ୍ଟ ଅଫିସ କୁ ଯାଇ ତଦନ୍ତ କରିଥିଲେ । ତଦନ୍ତ ପରେ ସବୁ କାଗଜପତ୍ର ଠିକ ଥିବା ସହିତ କିଛି ଟଙ୍କା ପଇସା ମଧ୍ୟ ଚୋରୀ ହୋଇନଥିବା ଜଣାପଡିଛି । ପୋଷ୍ଟ ଅଫିସ ର ବାଡ଼ା ଡେଇଁ ଦୃର୍ବୁତ୍ତ ମାନେ ୬ଟି ତାଲା କାଟି ଚୋରୀ ଉଦ୍ୟମ କରାଯାଇଥିବା ଅନୁମାନ କରାଯାଉଛି | ପୋଷ୍ଟ ଅଫିସ ରେ ସିସି ଟିଭି କ୍ୟାମେରା ଲାଗି ନ ଥିବାରୁ ଡକାୟତ ମାନେ କେମିତି ଭିତରକୁ ପ୍ରବେଶ କଲେ ତାହା ସ୍ପଷ୍ଟ ଭାବରେ ଜଣାପଡୁନାହିଁ । ପୋଷ୍ଟ ମାଷ୍ଟର ପ୍ରହଲ୍ଲାଦ କୁମାର ପାଢ଼ୀ ଙ୍କ ଅଭିଯୋଗ କ୍ରମେ ବିନିକା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ମଙ୍ଗଳବାର ଅପରାହ୍ନ ରେ ସୋନପୁର ରୁ ସନ୍ଧାନୀ କୁକୁର ଆସି ତଦନ୍ତ କରିଥିବା ବେଳେ ବଲାଙ୍ଗୀର ସାଇଣ୍ଟିଫିକ ଟିମ କୁ ଖବର ଦିଆଯାଇଥିବା ପୁଲିସ ପ୍ରକାଶ କରିଛି ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *