February 9, 2026
Home » ବିନ୍ଦୁସାଗର ସୁରକ୍ଷାର ଦୃଷ୍ଟି ଦିଆଯାଉ

ବିନ୍ଦୁସାଗର ସୁରକ୍ଷାର ଦୃଷ୍ଟି ଦିଆଯାଉ

0
WhatsApp Image 2026-02-09 at 3.45.49 PM

ଏକୋଇଶି ଏକରଧାରୀ ବିନ୍ଦୁସାଗର ମହାପ୍ରଭୁ ଲିଙ୍ଗରାଜଙ୍କ ସହିତ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। ଫେବୃଆରୀ ୧୫, ରବିବାର ମହାଶିବରାତ୍ରି (ଜାଗର)। ଲିଙ୍ଗରାଜଙ୍କ ପାଇଁ ୧୦୮ ଗରା ପାଣି ବଡୁ ସେବକ ଓ ୧୦୮ ଗରା ପାଣି ମଲିଆ ସେବକମାନେ ବିନ୍ଦୁସାଗରରୁ ଆଣିଥାନ୍ତି। ବର୍ତ୍ତମାନ ହାଣ୍ଡି ଭଙ୍ଗା ଯାତକୁ ନେଇ ମଲିଆ ସେବକ ଦଶ ବର୍ଷ ହେବ ପାଣି ପାଇଁ ଆସନ୍ତି ନାହିଁ। ବିନ୍ଦୁସାଗର ତୀର୍ଥ ଜଳ। ତେଣୁ ସବୁ ସମୟରେ ସମସ୍ତଙ୍କର ଦରକାର। ଏତେ ବଡ ପବିତ୍ର ପୁଷ୍କରିଣୀକୁ ପୂର୍ବ ସରକାର ଅଣଦେଖା କରି ଚାଲିଗଲେ। ବର୍ତ୍ତମାନର ସରକାର ଏଥି ପ୍ରତି ଦୃଷ୍ଟି ଠିକ୍ ଭାବରେ ଦେଉନାହାନ୍ତି। ଏଣୁ ବିନ୍ଦୁସାଗର ସୁରକ୍ଷା ମଞ୍ଚର ସଭାପତି ସମାଜ ସେବକ ନୀଳମଣି ମିଶ୍ର ବିନ୍ଦୁସାଗର ପ୍ରତି ଧ୍ୟାନ ଦେବାକୁ ପୈ।ର ମହାନଗର ନିଗମ ଓ ସରକାରଙ୍କ ପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି। ବିଭିନ୍ନ ଦଳ ଭର୍ତ୍ତି ହୋଇ ଅପରିଷ୍କାରର ଗନ୍ତାଘର ହେବା ଦ୍ୱାରା ମଶାଙ୍କର ବଂଶ ବୃଦ୍ଧି ହେବାରେ ଲାଗିଛି। ମହାନଗର ନିଗମ ଦଶ ଜଣଙ୍କୁ ନିଯୁକ୍ତି ଦେଇଥିଲେ ବିନ୍ଦୁସାଗରକୁ ପରିଷ୍କାର ପରିଚ୍ଛନ୍ନ କରିବା ପାଇଁ। ସେମାନେ ଦିନକୁ ୩୦ ମିନିଟ ସମୟ ଦେଉଛନ୍ତି। ବିନ୍ଦୁସାଗର ନିକଟରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଦାନ ଦିଆ ଚାଲିଛି। ସେଗୁଡିକ ବିନ୍ଦୁସାଗର ଭିତରକୁ ପିଣ୍ଡ ଦାତା ପକାଇ ଦିଅନ୍ତି। ପୂର୍ବ ସରକାର ବିନ୍ଦୁସାଗରକୁ ପାଣି ପୂର୍ଣ୍ଣ ରଖିବା ପାଇଁ କଳରେ ପାଣି ଦେଉଥିଲେ। ଦୈନନ୍ଦିନ ହଜାର ହଜାର ତୀର୍ଥଯାତ୍ରୀ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବାକୁ ଆସୁଛନ୍ତି। ବିନ୍ଦୁସାଗରରେ ନାକ ଟେକି ଟେକି ସ୍ନାନ କରୁଛନ୍ତି। ତେଣୁ ଏହା ପ୍ରତି ଦୃଷ୍ଟି ଦେବାକୁ ନିବେଦନ।   ଧାରଣାରେ ହୃଷୀକେଶ ବେହେରା, ସୈ।ଦାମିନୀ ସାମଲ, ଲମ୍ବୋଦର ହୋତା, ବର୍ଣ୍ଣମାଳା ପାତ୍ର, ବିପିନ ବିହାରୀ ରାଉତରାୟ, ଶଶି ବେହେରା ଓ ଅନେକ ଯୋଗ

Leave a Reply

Your email address will not be published. Required fields are marked *