August 27, 2025
Home » ବିପଦକୁ ଆମନ୍ତ୍ରଣ କରୁଛି ବିଦ୍ୟୁତ ତାର, ବିଭାଗୀୟ ଅବହେଳା ନେଇ ଅଭିଯୋଗ

ବିପଦକୁ ଆମନ୍ତ୍ରଣ କରୁଛି ବିଦ୍ୟୁତ ତାର, ବିଭାଗୀୟ ଅବହେଳା ନେଇ ଅଭିଯୋଗ

0
WhatsApp Image 2025-02-01 at 1.06.30 PM

ସୁବର୍ଣ୍ଣପୁର–ସୋନପୁର ସହର ଉପକଣ୍ଠ ପଟାଭାଡି କୋଶଳ ଉଚ୍ଚ ବିଦ୍ୟାଳୟ ସମ୍ମୁଖ ମାରୁତି ନଗର ଠାରେ ନିର୍ମାଣ କାର୍ଯ୍ୟ ଚାଲୁଥିବା ହନୁମାନ ମନ୍ଦିର ନିକଟରେ ବିପଦପୂର୍ଣ୍ଣ ଅବସ୍ଥାରେ ବିଦ୍ୟୁତ୍ ତାର ଝୁଳି ରହିଛି।୧୧ କେଭି ବିଦ୍ୟୁତ୍ ତାର ଥିବା ବିଦ୍ୟୁତ ଖୁଣ୍ଟ ରୁ ଗୋଟିଏ ତାର ଖୁଣ୍ଟ ରୁ ବାହାରି ମନ୍ଦିର ପାର୍ଶ୍ୱରେ ଝୁଲୁଥିବା ଯୋଗୁଁ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ବିପଦ ସାଜିଛି। ହନୁମାନ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲୁଥିବା ରୁ ରାଜମିସ୍ତ୍ରୀ କାର୍ଯ୍ୟ କରୁଥିବା ସମୟରେ ଅଘଟଣ ଆଶଙ୍କାରେ ରହୁଛନ୍ତି। ଠିକ ଭାବେ ମନ୍ଦିର ନିର୍ମାଣ କାର୍ଯ୍ୟ କରିବା ସମ୍ଭବ ହେଉନାହିଁ। ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କୋୖଣସି ସୁଫଳ ମିଳିନଥିବା ରୁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ଦିଗରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ବିଦ୍ୟୁତ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଦାଵି ହେଉଛି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *