May 9, 2025
Home » ବିପର୍ଯ୍ୟୟ ମୁକାବିଲା ଟେବୁଲ ଟପ ଏକ୍ସରସାଇଜ ଅନୁଷ୍ଠିତ

ବିପର୍ଯ୍ୟୟ ମୁକାବିଲା ଟେବୁଲ ଟପ ଏକ୍ସରସାଇଜ ଅନୁଷ୍ଠିତ

0
vlcsnap-2025-02-28-13h55m31s120

ପୁରୀ ବିପର୍ଯ୍ୟୟ ଯେ କୌଣସି ସମୟରେ ଓ ଯେ କୌଣସି ରୂପରେ ଆସିପାରେ। ସତର୍କତା, ସଚେତନତା ଓ ପୂର୍ବ ପ୍ରସ୍ତୁତି ଧନଜୀବନ ହାନି ଓ କ୍ଷୟକ୍ଷତି କୁ ରୋକିବା ସହ ବିପର୍ଯ୍ୟୟ କୁ ପ୍ରଶମିତ କରିବାରେ ସହାୟକ ହୋଇଥାଏ ବୋଲି କହିଛନ୍ତି ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ର କମାଣ୍ଡାଣ୍ଟ ଆଦିତ୍ୟ କୁମାର। ଆଜି ପୂର୍ବାହ୍ନରେ ଟାଉନ ଥାନା ଠାରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ,ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଙ୍କ ମିଳିତ ସହଯୋଗରେ ଜିଲ୍ଲା ସ୍ତରୀୟ ଟେବୁଲ ଟପ୍ ଏକ୍ସରସାଇଜ ବା ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ବିଶେଷ କରି କେମିକାଲ ଡିଜାଷ୍ଟର ବା ରାସାୟନିକ ବିପର୍ଯ୍ୟୟର ମୁକାବିଲା କିପରି କରିବା ଓ ପ୍ରସ୍ତୁତ ରହିବା ସେ ସମ୍ପର୍କରେ ଆଲୋଚନା କରା ଯାଇଥିଲା।

ଶ୍ରୀ ଆଦିତ୍ୟ ବିସ୍ତୃତ ସୂଚନା ମାଧ୍ୟମରେ କୌଣସି ମେଳା, ମହୋତ୍ସବ ବା ରଥଯାତ୍ରା ଭଳି ବିଶାଳ ଉତ୍ସବରେ ସାମ୍ଭାବ୍ୟ ଲୋକ ଙ୍କ ଉପସ୍ଥିତି, ପ୍ରବେଶ, ପ୍ରସ୍ଥାନ ର ବ୍ୟବସ୍ଥା, ସେମାନଙ୍କ ସୁରକ୍ଷା ବ୍ୟବସ୍ଥା,ଚିକିତ୍ସା ସୁବିଧା, ବିବିଧ ସମସ୍ୟା ଓ ତାହାର ସମାଧାନ ବ୍ୟବସ୍ଥା, ବିବିଧ ବିପର୍ଯ୍ୟୟ ସମ୍ପର୍କରେ ସତର୍କ ରହିବା, ତାହାର ମୁକାବିଲା ପାଇଁ ଉପଯୁକ୍ତ ପ୍ରଶିକ୍ଷିଣ ନେବା,ସ୍ବାସ୍ଥ୍ୟ ବ୍ୟବସ୍ଥା କରିବା, କ୍ଷତିଗ୍ରସ୍ତ ଙ୍କୁ ଉଦ୍ଧାର ଓ ସହାୟତା ପାଇଁ ପ୍ରସ୍ତୁତ ରହିବା,ବିପର୍ଯ୍ୟୟ ପରେ ସୁରକ୍ଷିତ ଥଇଥାନ ପାଇଁ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ।ବ୍ୟବସ୍ଥା ସମ୍ପର୍କରେ ଜାଣିବା ଓ ଯୋଗାଯୋଗ କୌଶଳ ପ୍ରସ୍ତୁତ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ।ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଡା ଶରତ ଚନ୍ଦ୍ର ମହାପାତ୍ର ବିପର୍ଯ୍ୟୟ ଦ୍ଵାରା ପ୍ରତ୍ୟେକ ପ୍ରଭାବିତ ହୋଇଥାନ୍ତି। ତେଣୁ ସମୟ ଆସିଛି ସମସ୍ତ ଅଭିଜ୍ଞତା, ଅନୁଭବ, ବୈଷୟିକ ଓ ବୈଜ୍ଞାନିକ ପଦ୍ଧତି ଆଧାରରେ ବିପର୍ଯ୍ୟୟ ପ୍ରତି ସତର୍କ ରହିବା ସହ ମିଳିତ ମୁକାବିଲା କରିବାକୁ ସେ ମତ ଦେଇଥିଲେ । ଓସଡାମାର ଜେନେରାଲ ମ୍ୟାନେଜର ସୁନିଲ କୁମାର ସାହୁ ଓଡିଶାରେ ପ୍ରାକୃତିକ ବିପର୍ଯ୍ୟୟ ଚିର ସହଚର।ତେବେ ଅନ୍ୟାନ୍ୟ ବିପର୍ଯ୍ୟୟ ଗୁଡିକ ର ମଧ୍ୟ ମୁକାବିଲା ଆମ ସମସ୍ତଙ୍କ ପାଇଁ ଆହ୍ୱାନ ସାଜିଛି।ଏ ସମ୍ପର୍କରେ ଆମକୁ ସଚେତନ ହେବା ଓ ଅନ୍ୟ ମାନଙ୍କୁ ସଚେତନ କରାଇବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ବିଭିନ୍ନ ବିଭାଗର ଅଧିକାରୀ ମାନେ ବିଭିନ୍ନ ବିପର୍ଯ୍ୟୟ ଓ ସେମାନଙ୍କ ବିଭାଗର କାର୍ଯ୍ୟପନ୍ଥା ଓ ଅନୁଭବ ସମ୍ପର୍କରେ ବିଷଦ ଭାବେ ଆଲୋଚନା କରିଥିଲେ।ଭାରତୀୟ ବାୟୁ ସେନା ର ମେଜର ଅଦିତ ହାମିତ,ଲେଫ୍ଟନାଣ୍ଟ ବିକାଶ ସାଇନି,ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ହେମନ୍ତ କୁମାର ପାଢୀ, ଡେପୁଟି କଲେକ୍ଟର ମନୀଷା ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଭାଗ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ, ସହକାରୀ ଜିଲ୍ଲାପାଳ ପଞ୍ଚାନନ ପରିଜା, ଡିପିଓ ସୁକାନ୍ତ କୁମାର ଦାଶ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *