ବିପୁଳିଙ୍ଗୀ ବ୍ରହ୍ମାକୁମାରୀ ସଂସ୍ଥାନ ପକ୍ଷରୁ ସ୍ନେହ ମିଳନ
!
ଛତ୍ରପୁର:ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଆନୁକୁଲ୍ୟରେ ରବିବାର ଦିନ ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଳିଙ୍ଗୀ ଗ୍ରାମରେ ଶତାଧିକ ବ୍ରହ୍ମାକୁମାରୀ ଭାଇ ଓ ଭଉଣୀ ମାନଙ୍କର ଏକ ସ୍ନେହ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ବ୍ରହ୍ମାକୁମାରୀସ୍ ଉପ-ସେବାକେନ୍ଦ୍ରର ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ହେମଲତା ଭଉଣୀ, ଖଲିକୋଟ ବ୍ରହ୍ମାକୁମାରୀସ୍ ଉପ-ସେବାକେନ୍ଦ୍ରର ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ଜ୍ୟୋସ୍ନା ଭଉଣୀ ଏବଂ ଛତ୍ରପୁର ଉପ ସେବାକେନ୍ଦ୍ର ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ବିଜୟ ଲକ୍ଷ୍ମୀ ଭଉଣୀ ସକ୍ରୀୟ ଉପସ୍ଥିତ ରହି ପରିଚାଳନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିବା ବଡ ଭଉଣୀ ମାନଙ୍କ ସହ ୨୨ ଜଣ କୁମାରୀ ଭଉଣୀ ଓ ୬ ଜଣ ବ୍ରହ୍ମାକୁମାର ଭାଇ ମାନଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଏହାକି ଯେ ଆଗାମୀ ଦିନରେ ଆସୁଥିବା ସତ୍ୟଯୁଗ ଦୈବୀ ଦୁନିଆକୁ ଯିବାପାଇଁ ଯୋଗ୍ୟ ବିବେଚିତ କରିଥିବା ଭାଇ ଭଉଣୀ ମାନଙ୍କୁ ଆଜି ସମ୍ମାନିତ କରିବା ପାଇଁ ସଂକଳ୍ପ କରିଥବା ବିପୁଳିଙ୍ଗୀ ଗ୍ରାମର ବ୍ରହ୍ମାକୁମାରୀ ନିରୁପମା ଭଉଣୀ ଓ ବ୍ରହ୍ମାକୁମାର ସୀମାଞ୍ଚଳ ଭାଇ ଆଯୋଜନ କରିଥିଲେ। କାର୍ଯ୍ୟକ୍ରମରେ ଛତ୍ରପୁର ନିକଟସ୍ଥ ପ୍ରତ୍ୟେକ ଗ୍ରାମରୁ ସତାଧିକ ଭାଇ ଭଉଣୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବ୍ରହ୍ମାକୁମାରୀ ପିଙ୍କି ଭଉଣୀ ଏବଂ କାଯ୍ୟକ୍ରମ ରେ ସୁନ୍ଦର ସଙ୍ଗୀତ ପରିବେଷଣ କରିଥିଲେ ବ୍ରହ୍ମାକୁମାରୀ ରାଜୁ ଭାଇ ଆସ୍କା ଏବଂ ବ୍ରହ୍ମାକୁମାରୀ ଗୀତା ଭଉଣୀ ହିଞ୍ଜିଳିକାଟୁ ଏବଂ ଖୋର୍ଦ୍ଧା ଜିଲ୍ଲା ର ଜଙ୍କିଆ ସ୍ଥିତ ବ୍ରହ୍ମାକୁମାର ଅଭିମନ୍ୟୁ ଭାଇ ସୁନ୍ଦର ଅନୁଭୂତି ସହ ସମସ୍ତଙ୍କୁ ଆଧ୍ୟାତ୍ମିକ ପଟେ ଟାଣି ନେଇଥିଲେ ।।
ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
